କଠିନ ସମୟରେ ବଳଦ ଜାଗାରେ ଦୁଇ ପୁଅଙ୍କୁ ଧରି ଜମି ହଳ କଲେ ଏହି ଚାଷୀ, ଖବର ସାମ୍ନାକୁ ଆସିବା ପରେ ପାଖରେ ପହଞ୍ଚିଲା ପ୍ରଶାସନ

ମଧ୍ୟ ପ୍ରଦେଶର ଛିନ୍ଦବାଡାରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଲୋକଙ୍କ ପାଇଁ ପରିଶ୍ରମର ଏକ ବଡ଼ ଉଦାହରଣ ସୃଷ୍ଟି କରିବ। ଏଠାକାର ଜଣେ କୃଷକଙ୍କର ଦୁଇ ପୁଅ ବଳଦ ଜାଗାରେ ନିଜେ ଜୋଚି ହୋଇ 2.15 ଏକର ଜମିକୁ ହଳ କରିଛନ୍ତି। କୃଷକଙ୍କର ଦୁଇଟି ବଳଦ ଥିଲେ। ସେଥିମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଗୋଟିଏ କିଛି ଦିନ ପରେ ରୋଗିଣା ହୋଇଗଲା। ଏହି ସମୟରେ କ୍ଷେତରେ ଭେଣ୍ଡି ଫସଲର ପୂରା ପ୍ରସ୍ତୁତି ହୋଇସାରିଥିଲା। ଏଭଳି ସମୟରେ କୃଷକ ଜଣକ ବଳଦ ଜାଗାରେ ଦୁଇ ପୁଅଙ୍କୁ ଧରି ଜମି ହଳ କରିବାକୁ ବାହାରି ପଡ଼ିଥିଲେ।

କହି ରଖୁଛୁ, ଚାଷୀ ଜୟଦେବ ଦାସଙ୍କର ଦୁଇଟି ପୁଅ। ଜଣଙ୍କ ନାଁ ରାଜେଶ ଓ ଆଉ ଜଣଙ୍କ ନାଁ ଦେବ। ଦୁଇଜଣ ଯାକ ଶ୍ରମିକ କାମ କରନ୍ତି ଏବଂ ଏପଟେ ବାପାଙ୍କ ସହ ମିଶି କ୍ଷେତ କାମ ମଧ୍ୟ କରନ୍ତି।

333

ମିଳିଥିବା ସୂଚନା ମୁତାବକ, ଚାଷୀ ଜଣକ କୋବି ସହ ଅନ୍ୟ ଫସଲ ବି ଲଗାଇଥିଲେ। କିନ୍ତୁ ଲକଡାଉନ ଯୋଗୁ ସେଗୁଡିକ ନଷ୍ଟ ହୋଇଗଲା, ଯାହା ଫଳରେ ଚାଷୀଙ୍କ ଅବସ୍ଥା ଖରାପ ହୋଇଗଲା। ସେପଟେ କ୍ଷେତକୁ ସଜାଡ଼ିବା ପାଇଁ ବଳଦ ମଧ୍ୟ ଯୋଗାଡ଼ କରିପାରିଲେ ନାହିଁ। ଶେଷରେ ଭେଣ୍ଡି ଲଗାଇବା ପାଇଁ ବାଧ୍ୟ ହୋଇ ସେ ନିଜ ଦୁଇ ପୁଅଙ୍କୁ ବଳଦ ଜାଗାରେ ଲଗାଇ ଦେଇଥିଲେ।

କୁହାଯାଉଛି, ଏହି ଚାଷୀ ନା ତ କେବେ କିଛି ଋଣ ନେଇଛନ୍ତି ନା ସରକାରଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି, ଯେଉଁ କାରଣରୁ ତାଙ୍କ ବିଷୟରେ କୌଣସି ସୂଚନା ସ୍ଥାନୀୟ ଅଧିକାରୀମାନଙ୍କ ପାଖରେ ପହଞ୍ଚିପାରି ନ ଥିଲା। ଏବେ ଖବର ସାମ୍ନାକୁ ଆସିବା ପରେ ପ୍ରଶାସନ ପହଞ୍ଚି ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.