ଦେଶ ବିଦେଶ

ବାଘର ଜିଭ ଟାଣିଆଣି ନିଜକୁ ବଞ୍ଚାଇଲେ ଯୁବକ, ୧୭ ବର୍ଷିୟ ଅଙ୍କିତଙ୍କ ସମ୍ପର୍କରେ ଏବେ ସବୁଠି ଚର୍ଚ୍ଚା

କଥାରେ ଅଛି ଯାହାର ରକ୍ଷା ଭଗବାନ କରିବେ ତାକୁ କିଏ ବା ମାରିବ । ସେହିଭଳି ଜଣେ ବାଳକ ମୃତ୍ୟୁକୁ ଦେଲେ ମାତ । ବାଘ ପାଟିରୁ ଟାଣିଆଣିଲେ ନିଜ ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ରାମନଗରରେ । ଏଠାକାର ବାସିନ୍ଦା ୧୭ ବର୍ଷିୟ ଅଙ୍କିତଙ୍କ ସମ୍ପର୍କରେ ଏବେ ସବୁଠି ଚର୍ଚ୍ଚା । କାରଣ ସେ ମୃତ୍ୟୁକୁ ମାତ ଦେଇ ବାଘ ପାଟିରୁ ନିଜ ମୁଣ୍ଡକୁ ବାହାର କରି ଆଣିଛନ୍ତି । ପ୍ରାୟ ୧୫ ମିନିଟ୍ ଧରି ଚାଲିଥିବା ସଂଘର୍ଷ ପରେ ଅଙ୍କିତଙ୍କ ସାହସ ଆଗରେ ବାଘ ଦୁର୍ବଳ ହୋଇ ଜଙ୍ଗଲକୁ ଦୌଡ଼ିଯାଇଥିଲା ଏବଂ ଅଙ୍କିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇଥିଲା ।

ଲୋକମାନେ ଆହତ ଅଙ୍କିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କର ଗୁରୁତର ଅବସ୍ଥା ଦେଖି ତାଙ୍କୁ ଋଷିକେଶ AIIMS ରେଫର୍ କରାଯାଇଥିଲା । ଏଠାରୁ ଅସ୍ଥାୟୀ ଚିକିତ୍ସା କରିବା ପରେ ତାଙ୍କୁ ଦିଲ୍ଲୀ AIIMS କୁ ପଠାଯାଇଥିଲା, କିନ୍ତୁ ପରେ ପରିଚିତ ବ୍ୟକ୍ତିମାନେ ତାଙ୍କୁ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ ଯେଉଁଠାରେ ତାଙ୍କୁ ଦୀର୍ଘ ଚାରିମାସ ଚିକିତ୍ସା କରାଯାଇଥିଲା ଏବଂ ଅନେକ ସର୍ଜରି କରାଯିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି ।

ତେବେ ଗତବର୍ଷ ନଭେମ୍ବର ୨ରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ସେଦିନ ଅଙ୍କିତ ନିଜ ବନ୍ଧୁମାନଙ୍କ ସହ ସ୍କୁଲରୁ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ ଏକ ବାଘ ଆସି ଅଙ୍କିତଙ୍କୁ ପଛଆଡ଼ୁ ଆକ୍ରମଣ କରିଥିଲା । ଆଉ ଏହି ସମୟରେ ବାଘ ପାଟି ଭିତରେ ରହିଯାଇଥିଲା ଅଙ୍କିତଙ୍କ ମୁଣ୍ଡ । ତେବେ କୌଶଳବଶତଃ ଅଙ୍କିତ ବାଘର ଜିଭକୁ ଧରି ଟାଣି ପକାଇଥିଲେ । ବାଘ ଜୀବନ ବିକଳରେ ଛାଟିପିଟି ହେବାରୁ ଏହାର ସୁଯୋଗ ନେଇ ନିଜ ମୁଣ୍ଡକୁ ବାହାର କରିଆଣିଥିଲେ ଅଙ୍କିତ ।

ଏଥିସହ ବଞ୍ଚିଯାଇଥିଲା ଅଙ୍କିତଙ୍କ ଜୀବନ । ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ ଅଙ୍କିତ । ପରେ ଅନେକ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କୁ ଗୁରୁଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ଦୀର୍ଘ ୪ ମାସ ଧରି ଅଙ୍କିତଙ୍କ ଚିକିତ୍ସା ଜାରି ରହିଥିଲା । ଚିକିତ୍ସିତ ହେବା ପରେ ଏବେ ତାଙ୍କର କ୍ଷତ ବହୁ ପରିମାଣରେ ଠିକ ହୋଇଛି । ସଂପୂର୍ଣ୍ଣ ଭାବରେ ଠିକ ହେବାକୁ ତାଙ୍କୁ ଆହୁରି ସମୟ ଲାଗିବ ବୋଲି ସୂଚନା ମିଳିଛି । କିନ୍ତୁ ଅଙ୍କିତ ଯେଉଁ ଅଦମ୍ୟ ସାହାସର ପ୍ରଦର୍ଶନ କରିଛନ୍ତି ଏବେ ସମସ୍ତେ ତାଙ୍କୁ ସଲାମ କରୁଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

56 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago