‘ମୁଁ ଜଣେ ଫୌଜିଙ୍କ ଝିଅ, ଜୀବନରେ କେବେ ହାର୍ ମାନିବିନି’, ସଂଘର୍ଷକୁ ଜିତିଥିବା ଏକ ମହିଳାଙ୍କ ପ୍ରେରଣାଦାୟକ କାହାଣୀ

ଏହି କାହାଣୀ ହେଉଛି ମିସେସ୍ ୱାଲ୍ଡୱାଇଡ୍ ୨୦୧୮ ମନ୍ଦିପ୍ କୌରଙ୍କର । ତାଙ୍କ ଜୀବନର କହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ । ଏକ ଦୁର୍ଘଟଣାରେ ସେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ କୋଳରେ ୨ମାସର ଶିଶୁ ପୁତ୍ର ଥିଲା । ତାଙ୍କୁ ସେହି ସମୟରେ ଆଶ୍ବାସନା ଦେବା ବଦଳରେ କେହି ଜଣେ କହିଥିଲେ କି ଏବେ କାହା ସହାରାରେ ଏବଂ କେମିତି କଟିବ ଏହି ପାହାଡ ଆକାରର ଜୀବନ । କେମିତି ଏତେ ସମସ୍ୟାକୁ ସାମ୍ନା କରିବ ଏହି ବିଚାରୀ । କିନ୍ତୁ ମନ୍ଦିପଙ୍କ ପାଇଁ ଜୀବନ ଜିତିବା ଏବଂ ବଞ୍ଚିବାର କଥା ଥିଲା । ଉକ୍ତ କଥାର ଉତ୍ତରରେ ମନ୍ଦିପ୍ ଉତ୍ତର ଦେଇଥିଲେ ମୁଁ ଜଣେ ଫୌଜିଙ୍କ ଝିଅ । ଯେକୌଣସି ପରିସ୍ଥିତିର ହାରିବିନି ।

ସ୍ବାମୀଙ୍କ ମୃତ୍ୟୁର  ୧୨ବର୍ଷ ପରେ ସେ ଆମେରିକାକୁ ଯାଇ ମିସେସ୍ ୱାଲ୍ଡୱାଇଡ୍ ୨୦୧୮ର ମୁକୁଟକୁ ନିଜ ନାଁରେ କରିବା ସହ ନିଜ ପୁଅର ଭବିଷ୍ୟତକୁ ସଜାଡିବାରେ ଲାଗିଛନ୍ତି । ହଣିୟାଣାର ଯମୁନାନଗରର ଏକ ଛୋଟ ଗାଁ ଚାୱାଲାର ଝିଅ ମନ୍ଦିପ୍ ଯୋଗକୁ ଆପଣାଥିଲେ । ପ୍ରଥମେ ଯୋଗ ଶିଖିଲେ ଏବଂ ନିଜେ ଏକ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ । ତେବେ କିଛି ଦିନ ତଳେ ମନ୍ଦିପ୍ ଯେବେ ଜାଣିବାକୁ ପାଇଲେ କି ଆମେରିକାରେ ମିସେସ୍ ୱାଲ୍ଡୱାଇଡ୍ ପ୍ରତିଯୋଗୀତା ହେଉଛି ସେତେବେଳେ ସେ ନିଜର ନାଁ ସେଥିପାଇଁ ଆପ୍ଳାଏ କରିଥିଲେ । ସବୁ ରାଉଣ୍ଡରେ ପ୍ରଥମ ହେବା ସହ ଶେଷରେ ବିଜୟୀର ମୁକୁଟ ପିନ୍ଧିଲେ । ମନ୍ଦିପଙ୍କୁ ଛୋଟବେଳୁ ଖେଳକୁଦ ପ୍ରତି ରୂଚୀ ରହିଥିଲା । ସେ ସରସ୍ବତୀ ସିନିୟର ସେକେଣ୍ଡାରି ସ୍କୁଲରୁ ୧୦ମ ପାସ୍ କରିଥିଲେ । ହିନ୍ଦୁ କାର୍ଲସ କଲେଜରେ ବିଏସି ସ୍ପୋର୍ଟସରେ ଆଡମିସନ୍ ନେଇ ଖେଳରେ ଭାଗ ନେଉଥିଲେ ।

mqndipଏହା ଭିତରେ ୨୦୦୫ରେ ତାଙ୍କର ବିବାହ ହୋଇଥିଲା । ୨୦୦୬ରେ ସେ ଏକ ପତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସ୍ବାମୀ କାନାଡାରେ କାର‌୍ୟ୍ୟରତ ଥିଲେ । ଏକ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାପରେ ଶାଶୂଘରେ ସେ ରହିପାରିନଥିଲେ । ଫଳରେ ନିଜର ବାପଘରକୁ ଫେରିଆସିଥିଲେ । କିନ୍ତୁ ଦୁଃଖର କଥା ତାଙ୍କ ପୁଅକୁ ଶାଶୂଘର ଲୋକେ ରଖିଦେଇଥିଲେ । ଏହା ପରେ ସେ ପୁଅର କଷ୍ଟେଡି ପାଇଁ କେସ୍ କରି ନିଜର ହକ୍ ପାଇଁ ଲଢିଥିଲେ ଏବଂ ସଫଳତାରେ ପୁଅକୁ ଫେରି ପାଇଥିଲେ । ୨୦୧୦ରେ ନିଜ ଉଭଣୀଙ୍କ ପାଖକୁ ମୁମ୍ବାଇ ଚାଲିଯାଇ ସେଠାରେ ଚାକିରି କରିବାକୁ ଚିନ୍ତା କଲେ । ଏହାପରେ ସେଠାରେ ଯୋଗ ଶିଖିବା ସହ ନିଜର ଅଭ୍ୟାସ ଏବଂ ଆତ୍ମବିଶ୍ବାସ ପାଇଁ ସଫଳତା ପାଇଲେ ଏବଂ ନିଜର ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲେ । ଶେଷରେ ଯୋଗ ମାଧ୍ୟମରେ ସେ କେବଳ ନିଜର ପରିଚୟ ନୁହେଁ ଆର୍ଥିକ ରୂପରେ ମଜବୁତ୍ ହେଲେ । ବର୍ତ୍ତମାନ ପୁଅ ହରଗୁଣ୍ ସପ୍ତମ ଶ୍ରେଣୀରେ ପାଠ ପଡୁଛନ୍ତି। ତେବେ ତାଙ୍କର ଏହି ସଂଘର୍ଷ ପୂର୍ଣ୍ଣ କାହାଣୀରୁ ଆମକୁ ବହୁତ କିଛି ଶିଖିବାର ଅଛି ।