ଜାପାନୀ ଜାହାଜ ଫସିବା ପରେ ପଶିଲା ଚେତା: ଏଣିକି ସ୍ବେଜ କେନାଲରେ ଫସିବ ନାହିଁ କୌଣସି ଜାହାଜ, କରାଯାଉଛି ଅଧିକ ଗଭୀର ଓ ଚଉଡ଼ା

ଅନ୍ତର୍ଜାତୀୟ ଜଳ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବେଜ କେନାଲକୁ ଏବେ ଚଉଡ଼ା ଏବଂ ଗଭୀର କରାଯାଉଛି। ଏ ବିଷୟରେ ଇଜିପ୍ଟ ମଙ୍ଗଳବାର ସୂଚନା ଦେଇଛି। ଗତ ମାର୍ଚ୍ଚରେ ସ୍ବେଜ କେନାଲର ଏକ ସଂକୀର୍ଣ୍ଣ ସ୍ଥାନରେ ବଡ଼ ଜାହାଜ ଫସିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସ୍ବେଜ କେନାଲ ପ୍ରାଧିକରଣର ପ୍ରମୁଖ ଲେଫ୍ଟିନାଣ୍ଟ ଜେନେରାଲ ଓସାମା ରାବି ସ୍ବେଜ ସହରର ଇସଲାମିୟାରେ ହୋଇଥିବା ଏକ କାର୍ଯ୍ୟକ୍ରମ ଅବସରରେ ଏହି ଯୋଜନା ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସୀ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ରାବି କହିଥିଲେ କି, ଏହି କେନାଲକୁ ୭୨ ଫୁଟ ଗଭୀର କରାଯିବାର ଯୋଜନା ରହିଛି। ଏ ପର୍ଯ୍ୟନ୍ତ ଏହା ୬୬ ଫୁଟ ହିଁ ଥିଲା। ଏଥି ସହିତ କେନାଲର ଲମ୍ବାକୁ ବି ବଢ଼ା ଯାଉଛି। ୨୦୧୫ରେ ଖୋଲା ଯାଇଥିବା ଦ୍ଵିତୀୟ ଲେନ ଏ ପର୍ଯ୍ୟନ୍ତ ୩୦ କିମି ଲମ୍ବା ଥିଲା। ଏହାକୁ ଆହୁରି ୧୦ କିମି ବିସ୍ତାର କରାଯାଉଛି। ଦୁଇଟିଯାକ ଲେନ ଏବେ ୮୨ କିମି ଲମ୍ବା ହୋଇଯିବ, ଯଦ୍ଦ୍ୱାରା କୌଣସି ବି ଜାହାଜ ଆଉ ଫସିବାର ଆଶଙ୍କା ରହିବ ନାହିଁ।

ସୂଚନାଥାଉ କି, ସ୍ବେଜ କେନାଲରେ ମାର୍ଚ୍ଚ ମାସରେ ଜାପାନୀ ଜାହାଜ ଏଭର ଗିଭନ ଫସି ଯାଇଥିଲା। ଏଥିଯୋଗୁ ୬ ଦିନ କାଳ ଗମନାଗମନ ଠପ ହୋଇଯାଇଥିଲା।

Leave A Reply

Your email address will not be published.