ନିଟ୍ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ନିଟ୍ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ପୁଣି ଥରେ ମନା କଲେ ସୁପ୍ରିମକୋର୍ଟ ଆଜି ନିଟ୍ ମାମଲାରେ ଆଉ ଏକ ଶୁଣାଣି କରି କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କଲେ କୋର୍ଟ । ତେବେ ପରୀକ୍ଷା ପରିଚାଳନା କରିଥିବା ନେସନାଲ ଟେଷ୍ଟିଂ ଏଜେନ୍ସୀ- ଏନଟିଏକୁ ପୁଣି ନୋଟିସ ଜାରି କରିଛନ୍ତି କୋର୍ଟ ।

ନିଟ୍ ପରୀକ୍ଷା ୨୦୨୪ ବାତିଲ ପାଇଁ ଜୋର ଧରୁଛି ଦାବି । ନିଟ୍ ପରୀକ୍ଷା ବାତିଲ ଏବଂ କାଉନସେଲିଂ ପ୍ରକ୍ରିୟାରେ ରୋକ୍ ଲାଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଆବେଦନକାରୀ । ମାମଲାର ଶୁଣାଣି କରି କାଉନସେଲିଂ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ନିଟ୍ ପେପର ଲିକ୍ ହୋଇଥିବା ଗିରଫ ବିହାର ଛାତ୍ର ଗତକାଲି ସ୍ବୀକାର କରିଥିଲେ। ପରୀକ୍ଷା ପୂର୍ବରୁ ସେମାନେ ପାଇଥିବା ପ୍ରଶ୍ନପତ୍ର ସମାନ ଥିଲା ବୋଲି କହିଥିଲେ । ନିଟ ପରୀକ୍ଷା ବାତିଲ ଦାବି ଜୋର ଧରୁଛି। ନିଟ ଘୋଟାଲାରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବନାହିଁ ବୋଲି ଗତକାଲି କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

You might also like