ସ୍ୱିଡେନ୍‌ ସରକାରଙ୍କୁ ପସନ୍ଦ ଆସିଲାନି ପିଲାର ନାମ, ଦମ୍ପତିଙ୍କୁ ଦେଲେ ଏପରି ଆଦେଶ; ଜାଣନ୍ତୁ ଦେଶରେ କ’ଣ ରହିଛି ନାମକରଣକୁ ନେଇ ଆଇନ

ସବୁ ପିତାମାତାଙ୍କର ଇଚ୍ଛା ଥାଏ କି, ସେମାନେ ତାଙ୍କ ସନ୍ତାନର ନାମ ଏକଦମ୍‌ ନିଆରା ରଖନ୍ତୁ। ଏଥିପାଇଁ ସେମାନେ ଅନେକ ଦିନ ଧରି ନାମ ବାଛିବାରେ ଲାଗି ପଡ଼ନ୍ତି। ଅନେକ ବାର ଏମିତି ହୋଇଥାଏ କି, ବାପାମାଆ ନିଜ ପସନ୍ଦର ବ୍ୟକ୍ତିଙ୍କ ନାମ ଅନୁସାରେ ପିଲାର ନାମ ରଖି ଦିଅନ୍ତି। କିନ୍ତୁ ସ୍ୱିଡେନର ଲାହୋଲ୍‌ମରେ ରହୁଥିବା ଏକ ଦମ୍ପତି ନିଜ ଇଚ୍ଛାକୁ ପୂରଣ କରିବାରୁ ବଞ୍ଚିତ ହୋଇଛନ୍ତି। କାରଣ, ଏହି ଦମ୍ପତି ନିଜ ପିଲାର ନାମ ଯାହା ରଖିଥିଲେ, ତାହା ସେଠାକାର ସରକାରଙ୍କୁ ପସନ୍ଦ ଆସି ନ ଥିଲା।

ରିପୋର୍ଟ ମୁତାବକ, ଏହି ଦମ୍ପତି ନିଜ ପୁଅର ନାମ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ନାମ ଅନୁସାରେ ଭ୍ଲାଦିମିର୍‌ ପୁତିନ୍‌ ହିଁ ରଖିଥିଲେ। କାରଣ, ସେମାନେ ଥିଲେ ପୁତିନ୍‌ଙ୍କର ବହୁତ ବଡ଼ ଫ୍ୟାନ୍‌। ତେଣୁ ପୂର୍ବରୁ ସେମାନେ ତୟ କରି ନେଇଥିଲେ କି, ଯଦି ତାଙ୍କର ପୁଅ ହୁଏ, ତେବେ ତା’ର ନାମ ଭ୍ଲାଦିମିର୍‌ ପୁତିନ୍‌ ରଖିବେ। ହେଲେ ସେପଟେ ଏହି ନାମ ସେଠାକାର ସରକାରଙ୍କୁ ଆଦୌ ପସନ୍ଦ ଆସି ନ ଥିଲା। ତେଣୁ ସେ ତୁରନ୍ତ ଏହି ନାମକୁ ବଦଳାଇ ଦେବାକୁ ଆଦେଶ ଦେଇଥିଲେ। ଆଦେଶରେ କୁହାଯାଇଥିଲା କି, ସେମାନେ ନିଜ ପିଲାର ନାମ ଭ୍ଲାଦିମିର୍‌ ପୁତିନ୍‌ ରଖିପାରିବେ ନାହିଁ।

ସ୍ୱିଡେନର ସବୁ ଦମ୍ପତି ନିଜ ପିଲାକୁ ୩ ମାସ ହେବା ଭିତରେ ତା’ର ନାମକୁ ସରକାରୀ ବିଭାଗକୁ ଜଣାଇ ଥାଅନ୍ତି ଏବଂ ସେହି ବିଭାଗ ପିଲାର ନାମକୁ ମଞ୍ଜୁରି ଦେଇଥାଏ। ଏହି ନିୟମ ଅଧୀନରେ ଯେତେବେଳେ ଦମ୍ପତି ନିଜ ପିଲାର ନାମ ଜଣାଇଥିଲେ, ତ ସେମାନଙ୍କୁ ଭ୍ଲାଦିମିର୍‌ ପୁତିନ୍‌ ନାମ ରଖିବାକୁ ମନା କରି ଦିଆଯାଇଥିଲା। କହି ରଖୁଛୁ, ସ୍ୱିଡେନ୍‌ରେ ନାମକରଣ କରିବାକୁ ନେଇ ଏକ ଆଇନ ତିଆରି ହୋଇଛି। ଏହି ଆଇନକୁ ୧୯୮୨ ମସିହାରେ ବନା ଯାଇଥିଲା ଏବଂ ୨୦୧୭ରେ ଏଥିରେ ସଂଶୋଧନ କରାଯାଇଥିଲା।

ଆଇନ ମୁତାବକ, କୌଣସି ବି ପିଲାର ନାମ ବିବାଦସ୍ପଦ କିମ୍ବା ଅସୁବିଧାଜନକ ହେବା ଉଚିତ ନୁହେଁ, ଯେଉଁଥିରୁ ସମସ୍ୟା ଉପୁଜୁଥିବ। ଏହି ଆଇନ ସେହି ବ୍ୟକ୍ତିଙ୍କ ନାମ ଉପରେ ବି ଲାଗୁ ହୋଇଥାଏ, ଯିଏ ନିଜ ନାମ ବଦଳାଇବାକୁ ଚାହିଁଥାଆନ୍ତି। ସ୍ୱିଡେନର ସରକାରୀ ବିଭାଗ ଆକଳନ ଅନୁସାରେ, ଦେଶରେ ଭ୍ଲାଦିମିର୍‌ ପୁତିନ୍‌ ନାମଧାରୀ ମୋଟ ୧,୪୧୩ଜଣ ପୁରୁଷ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.