ମାଆର ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିଲେ ଶିକ୍ଷକ, ଅଭିଯୁକ୍ତଙ୍କୁ ଗିରଫ କରି କୋଚିଂ ସେଣ୍ଟର ସିଲ୍‌ କଲା ପୋଲିସ

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏକ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ମା’ଙ୍କୁ ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ମାସ ମାସ ଧରି ଛାତ୍ରୀଙ୍କୁ ଯୌନ ଶୋଷଣ କରି ଆସୁଥିଲେ। ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ଏହି ମାମଲା ହୋଶଙ୍ଗାବାଦର ଏକ ବଡ଼ କୋଚିଂ ସେଣ୍ଟର କାଶିଭ୍‌ ସାର୍‌ ଏକାଡେମୀର। ଏହାର ସଞ୍ଚାଳକ ୟୁ.କେ. କାଶିଭଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆସିଛି। ଦୁଇଦିନ ତଳେ ଯେତେବେଳେ ଶିକ୍ଷକ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିଲେ, ତ ଛାତ୍ରୀଙ୍କୁ ଏହା ବରଦାସ୍ତ ହୋଇ ନ ଥିଲା। ସେ ଘରକୁ ଯାଇ ପୂରା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ଅଭିଯୋଗ ପାଇ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ନେଇଥିଲା।

ପୋଲିସ ଟିମ୍‌ ଗୁରୁବାର ଅଭିଯୁକ୍ତ ଶିକ୍ଷକଙ୍କ କୋଚିଂ ସେଣ୍ଟରରେ ପହଞ୍ଚିଥିଲେ ଏବଂ ସେଠାରେ ପଚରାଉଚରା ପରେ କୋଚିଂ ସେଣ୍ଟରକୁ ସିଲ୍‌ କରି ଦେଇଛି। ପୀଡ଼ିତା ଛାତ୍ରୀ ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ବାପାଙ୍କର ପୂର୍ବରୁ ଦେହାନ୍ତ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.