ବେଆଇନ ପାର୍କିଂ: ବାଇକ୍‌ ସହ ଚାଳକଙ୍କୁ ବି କ୍ରେନରେ ଉଠାଇ ନେଲା ପୋଲିସ, ଲୋକେ କହିଲେ ଏମିତି କଥା

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କୁ ବି ପୋଲିସ ଉପରେ ରାଗ ଆସିପାରେ। ତେବେ ପ୍ରଥମେ ଭାବି ନିଅନ୍ତୁ କି, ଆପଣ ରାଗିବାକୁ ଚାହୁଁଛନ୍ତି ନା ହସିବାକୁ। ମାମଲାଟି ମହାରାଷ୍ଟ୍ରର ପୁଣେ ସହରର। ଏଠାରେ ଟ୍ରାଫିକ୍‌ ପୋଲିସ ଏକ ଅଜବ କାରନାମା କରିଛି। ପୁଣେ ଟ୍ରାଫିକ୍‌ ପୋଲିସର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଏବେ ସୋସିଆଲ ମିଡିଆର ଯୁଗ, ଏଠାରେ କେତେବେଳେ କେଉଁ ଭିଡିଓ ଭାଇରାଲ ହୋଇଯିବ, ତାହା କେହି କହିପାରିବେ ନାହିଁ। ଏହି ଭିଡିଓରେ ଦେଖାଯାଇ ପାରିବ କି, କ୍ରେନରେ ଏକ ବାଇକ୍‌କୁ ଚାଳକଙ୍କ ସହିତ ଉଠାଇ ନିଆଯାଇଛି, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ତେବେ ଏହି ପୂରା ଘଟଣାରେ ପୋଲିସର କହିବା ହେଲା, ଯୁବକ ଜଣକ ଜାଣିଶୁଣି ବାଇକରେ ବସି ରହିଥିଲେ। ତାଙ୍କ ଗାଡ଼ି ନୋ ପାର୍କିଂ ଜୋନ୍‌ରେ ରହିଥିଲା। ଯେତେବେଳେ କ୍ରେନ୍‌ ବାଇକ୍‌କୁ ଉଠାଇବାକୁ ଲାଗିଥିଲା, ତ ଯୁବକ ଜବରଦସ୍ତ ବାଇକ୍‌ ଉପରେ ବସି ଯାଇଥିଲେ। ଯଦିଓ ସେ ପରେ ନିଜ ଭୁଲ୍‌ ମାନିଥିଲେ ଏବଂ ଜରିମାନା ଦେଇଥିଲେ।

କିନ୍ତୁ ଏହି ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ହେଲା, ଏହା ମଜା କରିବାର ସମୟ ନୁହେଁ। ଯଦି ଯୁବକ ତଳେ ପଡ଼ି ଯାଇଥାଆନ୍ତେ, ତ ଦାୟୀ କିଏ ହୋଇଥାଆନ୍ତା। ପ୍ରଶାସନକୁ ପୂରା ଦାୟିତ୍ୱର ସହ ଆଗକୁ ବଢ଼ିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.