ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ପଞ୍ଚିମବଙ୍ଗକୁ ଜୁଲାଇ ମାସର ୨୩,୨୫,୨୯ ତାରିଖରେ ଟ୍ରେନ ଚଳାଚଳ ବନ୍ଦ,ଜାଣନ୍ତୁ କଣ ରହିଛି କାରଣ 

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଜରୁରୀ  ସୂଚନା। ଜୁଲାଇ ମାସର ୨୩,୨୫,୨୯ ତାରିଖକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର।  ଏଥିପାଇଁ ଏହି ସବୁ ଦିନ ମାନଙ୍କରେ ସରକାରୀ ଓ ବେସରକାରୀ ପରିବହନ ସମ୍ପର୍ଣ୍ଣ ବନ୍ଦ୍ କରାଯାଇଛି। ଏଣୁ ଏହି ଦୀନମାନଙ୍କରେ ପଶ୍ଚିମବଙ୍ଗ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି I

ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି I   ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି I ଉପରୋକ୍ତ ଟ୍ରେନ ମାନଙ୍କର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଉଅଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.