ଯାତ୍ରୀଗଣ ଦାୟାକରି ଧ୍ୟାନ ଦିଅନ୍ତୁ ! ଟ୍ରେନର ଅନଲାଇନ କନଫର୍ମ ଟିକେଟ କର୍ଫ୍ୟୁ ପାସ୍ ଭାବେ କାର୍ଯ୍ୟ କରିବ

କେନ୍ୟୁଜ୍ (ବ୍ୟୁରୋ): କରୋନା ପାଇଁ ସାରାଦେଶକୁ ଲକଡାଉନ କରାଯାଇଛି। ଏହି ଲକଡାଉନ ପାଇଁ ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଥିବା  ରେଳ ସେବାକୁ ସ୍ବାଭାବିକ କରିବାକୁ ଯାଉଛି  ରେଳବିଭାଗ। ଆସନ୍ତା  କାଲିଠାରୁ ଦେଶରେ ଅନେକ  ସ୍ଥାନରେ ରେଳ ଚଳାଚଳ ହେବ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଏହି ସମୟରେ ରେଳଯାତ୍ରୀଙ୍କ  ପାଇଁ  ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ରେଳ ବିଭାଗ। ଯେଉଁ ଯାତ୍ରୀମାନେ ଅନଲାଇନରେ ରେଳ ଟିକେଟ (କନଫର୍ମ ଟିକେଟ) କାଟିଛନ୍ତି ସେମାନଙ୍କୁ ଆଉ  କର୍ଫ୍ୟୁ ପାସ କରିବାକୁ ଆବଶ୍ୟକ ପଡିବ ନାହିଁ । କାରଣ ଅନଲାଇନରେ କଟାଯାଇଥିବା ଟିକେଟ କର୍ଫ୍ୟୁ ପାସ୍ ଭଳି ବ୍ୟବହାର ହୋଇ ପାରିବ। ଗ୍‌ହ ମନ୍ତ୍ରଣାଳୟ କହିଛି ମଙ୍ଗଳବାର ପୁଣି ଥରେ ରେଳ ସେବାକୁ କାର୍ଯ୍ୟକାରୀ କରାଯାଉଛି। ନୂଆଦିଲ୍ଲୀରୁ ୧୫ଟି ଟ୍ରେନ କାଲିଠାରୁ ଚାଲିବ। କେବଳ କନଫର୍ମ  ଟିକେଟ ଥିବା  ଯାତ୍ରୀ ହିଁ ଏଥିରେ ଯାତ୍ରା କରିପାରିବେ। ଆଉ ସେମାନଙ୍କୁ  କୌଣସି କର୍ଫ୍ୟୁ ପାସ କରିବାକୁ ପଡିବ ନାହିଁ କାରଣ କନଫର୍ମ ଇ-ଟିକେଟଟି କର୍ଫ୍ୟୁ ପାସ୍ ଭଳି କାର୍ଯ୍ୟ କରିବ।

ଆସନ୍ତାକାଲି ଠାରୁ ରେଲ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସ୍ପେଶାଲ ଟ୍ରେନ ଗଡିବ ସେଥିରେ ରାଜଧାନୀ ଏକ୍ସପ୍ରେସ ସମକକ୍ଷର ପାରିଶ୍ରମିକ ଲାଗିବ। ଏଥିରେ ଲୋକମାନେ ୭ଦିନ ପର୍ଯ୍ୟନ୍ତ ଆଡଭାନ୍ସ ଟିକେଟ କାଟିପାରିବେ। ଏଥିରେ କେବଳ ଟିକେଟ କନଫର୍ମ ହୋଇଥିବା ଲୋକମାନେ ଯାତ୍ରା କରିବାର ଅନୁମତି ରହିଛି। ଏହିକାରଣରୁ କୌଣସି ୱେଟିଂ ଏବଂ ଆରଏସି ଟିକେଟ ଜାରି ହେବ ନାହିଁ। ସମସ୍ତ ସ୍ପେଶାଲ ଟ୍ରେନ ପାଇଁ ଶତ-ପ୍ରତିଶତ ଟିକେଟ ଆଇଆରସିଟିସିର ୱେବସାଇଟ୍‌ ଜରିଆରେ କଟାଯିବ।

train

ସୂଚନା ମୁତବାକ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଇଛୁକ ଯାତ୍ରୀଙ୍କୁ ଆଡଭାନ୍ସ ଟିକେଟ କାଟିବାର ସୁବିଧା ଯୋଗାଇ ଦିଆଯିବ। ରେଲୱେ ବୋର୍ଡ ଅନୁଯାୟୀ ଏହି ସ୍ପେଶାଲ ଟ୍ରେନରେ ଅଧିକତମ ୭ ଦିନ ପର୍ଯ୍ୟନ୍ତ ଆଡଭାନ୍ସ ଟିକେଟ କଟାଯାଇପାରିବ। ସାଧାରଣତଃ ପୂର୍ବରୁ ଟ୍ରେନରେ ଯାତ୍ରା କରିବା ପାଇଁ ମାସକ ପୂର୍ବର ଆଡଭାନ୍ସ ଟିକଟେ କଟାଯାଉଥିଲା କିନ୍ତୁ ଏହି ସ୍ପେଶାଲ ଗାଡିରେ ଏଭଳି ବ୍ୟବସ୍ଥା କରାଯାଇନାହିଁ।
ରେଲୱେ କହିବାନୁଯାୟୀ ଏହି ଟ୍ରେନରେ ଟ୍ରେନ ଚଲାଇବାର ୨୪ ଘଣ୍ଟା ପୂର୍ବରୁ ଟିକେଟ ରଦ୍ଦ କରିପାରିବେ କିନ୍ତୁ ଟିକେଟ ରଦ୍ଦ କରିବା ପରେ ଯାତ୍ରୀଙ୍କ ୫୦ ପ୍ରତିଶତ ଟଙ୍କା କଟାଯିବ।

ରିପୋର୍ଟ ଅନୁଯାୟୀ ରେଳ ବିଭାଗ ପକ୍ଷରୁ ଯେଉଁ ସ୍ପେଶାଲ ଗାଡି ଗଡିବ ତାହା ଏୟୋର କଣ୍ଡିସନ କିନ୍ତୁ ଏଥିରେ କମ୍ବଳ କିମ୍ବା ଚାଦର ମିଳିବାର ସୁବିଧା ପାଇପାରିବେ ନାହିଁ। ରେଳ ଅଧିକାରୀଙ୍କ କହିବାନୁଯାୟୀ ଏହି ଟ୍ରେନରେ ତାପମାନ ଅଧିକ ଥଣ୍ଡା କରାଯିବ ନାହିଁ। ଏହିକାରଣରୁ କମ୍ବଳର ଆବଶ୍ୟକତା ପଡିବ ନାହିଁ। ଯାହାଙ୍କୁ କମ୍ବଳର ଆବଶ୍ୟକତା ରହିଥାଏ ତେବେ ସେହି ବ୍ୟକ୍ତିମାନେ ଘରୁ କମ୍ବଳ ନେଇ ଯାତ୍ରା କରିବେ।

Leave A Reply

Your email address will not be published.