ବିରାଟ କୋହଲି ପ୍ରକୃତରେ ଜଣେ କ୍ରିକେଟର୍‌ ନୁହେଁ, ଦେଖନ୍ତୁ ତାଙ୍କ ଅସଲ ରୂପ

ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କୁ ତ ସମସ୍ତେ ଜାଣନ୍ତି। ଭାରତ ଛଡ଼ା ବିଦେଶରେ ବି ତାଙ୍କର ବହୁତ ଫ୍ୟାନ୍‌ ଫଲୋୟର୍ସ ରହିଛନ୍ତି। ନିଜର ନିଆରା ବ୍ୟାଟିଂ ସହ ଷ୍ଟାଇଲ୍‌ ପାଇଁ ମଧ୍ୟ ଏହି କ୍ରିକେଟ୍‌ ତାରକା ଚର୍ଚ୍ଚାରେ ରହିଥାନ୍ତି। ତେବେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି ଯେ ବିରାଟ କୋହଲି ପେଶାରେ ଜଣେ କ୍ରିକେଟର୍‌ ନୁହେଁ ବରଂ ଜଣେ କନିଷ୍ଠ ଯନ୍ତ୍ରୀ। ଆପଣ ବି ଆଶ୍ଚର୍ଯ୍ୟ ହୋଇଗଲେ ନା। ଆମେ ପ୍ରକୃତରେ କ୍ରିକେଟର ବିରାଟ କୋହଲି ନୁହେଁ ତାଙ୍କ ଭଳି ଦେଖାଯାଉଥିବା ସୌରଭ ଗେଡ଼େଙ୍କ ବିଷୟରେ କହୁଛୁ ଯିଏ ପୁନେର ବାସିନ୍ଦା।

ରିପୋର୍ଟ ଅନୁସାରେ,ସୌରଭ ଗେଡ଼େ ପେଶାରେ ଜଣେ ଇଞ୍ଜିନିୟର। କୋହଲିଙ୍କ ଭଳି ଦିଶୁଥିବା ଏହି ବ୍ୟକ୍ତିଙ୍କ ଜୀବନ ଚଳିତ ମେ ମାସରେ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ମେ ମାସରେ ନିର୍ବାଚନ ବେଳେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସୌରଭଙ୍କୁ ରାଜନୈତିକ ର‍୍ୟାଲିରେ ଆଣି ନିଜ ପ୍ରଚାର କରାଯାଇଥିଲେ।

ନିର୍ବାଚନ ବେଳେ ମହାରାଷ୍ଟ୍ରର ଶିରୁର ଜିଲ୍ଲାର ରାମାଲିଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଜ ପ୍ରଚାର ପାଇଁ ବିରାଟ କୋହଲିଙ୍କୁ ଆଣୁଥିବା କହି ହୋର୍ଡି ମଧ୍ୟ ଲଗାଇଥିଲେ। ମେ ୨୫ ର‍୍ୟାଲିରେ ବିରାଟ କୋହଲି ଆସୁଥିବା ନେଇ ଘର ଘର ବୁଲି ପ୍ରଚାର କରାଯାଇଥିଲା। ବିରାଟ କୋହଲିଙ୍କ ସହ ଫଟୋ ଉଠାଇବା ଲୋଭରେ ଲୋକେ ମଧ୍ୟ ସମ୍ପୃକ୍ତ ବିଧାୟକଙ୍କୁ ପ୍ରଶଂସା କରିଥିଲେ। ମାତ୍ର ପ୍ରଚାର ବେଳେ ସେ ସୌରଭଙ୍କୁ କୋହଲି କହି ଲୋକଙ୍କ ସହ ଦେଖା କରାଇଥିଲେ। ଅବିକଳ ବିରାଟଙ୍କ ପରି ଦେଖାଯାଉଥିବାରୁ ବିଧାୟକଙ୍କୁ ପ୍ରଚାରରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିବା ଜଣାଯାଇଛି। ସେବେଠାରୁ ଲୋକମାନେ ତାଙ୍କୁ କୋହଲି ଭାବି ସମ୍ମାନ ଦେଉଥିବା ସୌରଭ କହିଛନ୍ତି।

ଏହାସହ ପଢ଼ନ୍ତୁ: ମାଙ୍କଡ଼କୁ କାନ୍ଧରେ ବସାଇ ଥାନାରେ କାମ କରୁଛନ୍ତି ପୋଲିସ ଅଧିକାରୀ, ଭାଇରାଲ ହେଉଛି ଭିଡିଓ

ସୂଚନାଯୋଗ୍ୟ ଯେ, ସୌରଭଙ୍କ ପିତା ଜଣେ ସୈନିକ ହୋଇଥିବା ବେଳେ ମା’ ଶିକ୍ଷୟିତ୍ରୀ।

WCW 11

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

31 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

32 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

39 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

44 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago