ରୁଷ-ୟୁକ୍ରେନ ଆଲୋଚନାକୁ ଝଟକା; ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନର ବାର୍ତ୍ତାକାରଙ୍କୁ ହତ୍ୟା!

ରୁଷ-ୟୁକ୍ରେନ ଯୁଦ୍ଧର ଆଜି ୧୧ତମ ଦିନ। ଏହି ଯୁଦ୍ଧ ଭିତରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାକୁ ବଡ଼ ଝଟକା ଲାଗିଛି। ୟୁକ୍ରେନ ସେନା ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ଆଲୋଚନା ଦଳର ଜଣେ ସଦସ୍ୟ ଡେନିସ୍ କ୍ରିଭଙ୍କୁ ଗୁଳି କରି ହତ୍ୟା କରିଛି। ଡେନିସ୍ କ୍ରିଭ୍ ରୁଷ-ୟୁକ୍ରେନ ବିବାଦରେ ୟୁକ୍ରେନ ତରଫରୁ ଆଲୋଚନା ଦଳର ସଦସ୍ୟ ଥିଲେ। ତାଙ୍କୁ ବୈଠକରେ ନିଜ ଦେଶର ପକ୍ଷ ରଖିବାର ଥିଲା ଏବଂ ଦୁଇ ଦେଶକୁ ଏହି ନିଷ୍କର୍ଷରେ ପହଞ୍ଚାଇବାର ଥିଲା ଯେ ଯେପରି ଆଲୋଚନା ପ୍ରକ୍ରିୟା ମାଧ୍ୟମରେ ଯୁଦ୍ଧ ଏବଂ ହତ୍ୟାକୁ ଏଡ଼ାଯାଇ ପାରିବ।

ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସୁରକ୍ଷିତତା, ସନ୍ଦେହ ଏବଂ ବିଶ୍ୱାସର ଅଭାବ ରହିଛି। ଡେନିସ୍ କ୍ରିଭଙ୍କ ସହ ଏମିତି ହିଁ ହୋଇଥିଲା, ତାଙ୍କୁ ୟୁକ୍ରେନ ଏସବିୟୁ ଦେଶଦ୍ରୋହ ସନ୍ଦେହରେ ଗୁଳି ଚଳାଇଥିଲା। ଅନ୍ୟ ପକ୍ଷରେ, ରୁଷ ଦାବି କରିଛି ଯେ ଏହା ପରିସ୍ଥିତିକୁ ଯୁକ୍ତିସଙ୍ଗତ ଭାବରେ ପରିଚାଳନା କରି ନ ଥିଲା ଏବଂ ନିଜର ହିଁ ବାର୍ତ୍ତାକାରଙ୍କୁ ଶେଷ କରି ଦେଇଥିଲା, ଯିଏ ନିଜ ଦେଶ ପାଇଁ କାର୍ଯ୍ୟ କରୁଥିଲେ।

ଯଦିଓ ଡେନିସ୍‌ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନିଶ୍ଚିତ ହୋଇ ନାହିଁ। କୁହାଯାଉଛି କି, ଏହା ଦ୍ୱାରା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ବାଧାପ୍ରାପ୍ତ ହେବ। କହି ରଖୁଛୁ, ୟୁକ୍ରେନ ଅଧିକାରୀ ଡାଭିଡ ଅରଖାମିୟା କହିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ସୋମବାର ହେବ।

ଅରଖାମିୟା ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସର୍‌ଭ୍ୟାଣ୍ଟ ଅଫ୍ ଦି ପିପୁଲ୍ ପାର୍ଟିର ସଂସଦୀୟ ଦଳର ମୁଖ୍ୟ ଏବଂ ରୁଷ ସହ ଆଲୋଚନା ପାଇଁ ଦେଶର ପ୍ରତିନିଧି ମଣ୍ଡଳର ସଦସ୍ୟ। ସୋମବାର ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ, କାରଣ, ଉଭୟ ପକ୍ଷ ଯୁଦ୍ଧ ସମାପ୍ତି ଏବଂ ସାଧାରଣ ନାଗରିକଙ୍କ ପାଇଁ ସୁରକ୍ଷିତ ମାର୍ଗ ଉପରେ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି।