ତାଲିବାନକୁ ଝଟକା : ଆଫଗାନ ଛାଡ଼ିବା ପୂର୍ବରୁ ୭୩ଟି ଏୟାରକ୍ରାଫ୍‌ଟକୁ ଅକାମୀ କରିଛି ଆମେରିକା

କାବୁଲ : ଆଫଗାନ ଛାଡ଼ିବା ପୂର୍ବରୁ ୭୩ଟି ଏୟାରକ୍ରାଫ୍‌ଟକୁ ଅକାମୀ କରିଛି ଆମେରିକା । ଏ ନେଇ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ସୂଚନା ଦେଇଛନ୍ତି । ଏଗୁଡ଼ିକ ଆଉ ଉଡ଼ି ପାରିବ ନାହିଁ । ଏହା ସହ ଓ୍ଵିପେନ ସିଷ୍ଟମ, ଚପରକୁ ମଧ୍ୟ ଅକାମୀ କରିଦିଆଯାଇଛି। ଏହା ଆଉ ତାଲିବାନର କାମରେ ଲାଗିପାରିବ ନାହିଁ । ଆମେରିକା ସେନା ଆଫଗାନ ଛାଡିବା ପରେ ଏୟାରକ୍ରାଫ୍‌ଟ, ହଜାର ହଜାର ଗାଡ଼ି, ଲକ୍ଷଲକ୍ଷ ଅତ୍ୟାଧୁନିକ ରାଇଫଲ ଆଉ ଗୋଳା ବାରୁଦ ଏବେ ତାଲିବାନ କବଜାରେ ଅଛି ।

ଏପଟେ ଆମେରିକା ସେନା ଯିବାର ମାତ୍ର କେଇ ଘଣ୍ଟା ଭିତରେ ଉଡ଼ିଛି ବ୍ଲାକ୍‌ ହକ୍‌ ହେଲିକପ୍‌ଟର । ଆଉ ଏଥିରେ ନାରକୀୟ କାଣ୍ଡ ଘଟାଇଛି ତାଲିବାନ୍‌ । ହେଲିକପ୍‌ଟରରୁ ଝୁଲିଛି ଏକ ମୃତହେଦ । ଇସଲାମିକ୍‌ ଏମିରେଟ୍‌ସର ଏୟାରଫୋର୍ସ ସହର ଉପରେ ପାଟ୍ରୋଲିଂ କରୁଥିବା ତାଲିବାନ କହିଛି । କିନ୍ତୁ ଝୁଲି ରହିଥିବା ମୃତ ଦେହ ସଂପର୍କରେ ତାଲିବାନ ନିରବ ରହିଛି । ଝୁଲିଥିବା ମୃତଦେହକୁ ଏକ ଛାତ ଉପରେ କଚାଡ଼ି ଦେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କାହାର ସେ ମୃତଦେହ ସ୍ପଷ୍ଟ ହୋଇନି । କିନ୍ତୁ ଛାତି ଥରାଇଦେଉଛି ଏହି ନିର୍ଦ୍ଦୟ ଦୃଶ୍ୟ । ରିପବ୍ଲିକାନ୍‌ ସିନେଟର୍‌ ତେଦ୍‌ କ୍ରୁଜ୍‌ ମଧ୍ୟ ଏହି ଭିଡିଓକୁ ଟ୍ଵିଟ୍‌ କରି ବାଇଡେନ୍‌ଙ୍କୁ ସମାଲୋଚନା କରିଛନ୍ତି । ଏହାକୁ ବାଇଡେନ୍‌ କୃତ ବିପର୍ଯ୍ୟୟ ବୋଲି କହିଛନ୍ତି କ୍ରୁଜ୍‌ । ପୂରା ବିଶ୍ୱକୁ ଦୋହଲାଇ ଦେଇଛି ଏହି ଦୃଶ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.