ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା ! ଖୁବଶୀଘ୍ର କରିବ ଘୋଷଣା

ଅତିରିକ୍ତ ୬ ହଜାର କୋଟିର ସାମରିକ ସହାୟତା ଦେବ ଆମେରିକା । ୟୁକ୍ରେନକୁ ମିଳିବ ଅଧିକ ଆମେରିକା ସାମରିକ ସହାୟତା । ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା । ଖୁବଶୀଘ୍ର ଆମେରିକା କରିବ ଘୋଷଣା । ବାଇଡେନ ଅତିରିକ୍ତ ସହାୟତା ପାଇଁ ଗତକାଲି କହିଛନ୍ତି । ପୂର୍ବରୁ ୨୨ ହଜାର ୫୦୦ କୋଟିର ସହାୟତା ଆମେରିକା ଦେଇସାରିଛି । ଆମେରିକା ଅସ୍ତ୍ରଶସ୍ତ୍ର ୟୁକ୍ରେନରେ ପହଞ୍ଚିବା ଆରମ୍ଭ ହୋଇଛି। ସେଥିରେ ରହିଛି ଅନେକ ଆଧୁନିକ ଯୁଦ୍ଧାସ୍ତ୍ର। ୟୁକ୍ରେନ ବାହାରେ ୟୁକ୍ରେନ ସେନାଙ୍କୁ ଟ୍ରେନିଂ ଦେବ ଆମେରିକା ସେନା।

ଏପଟେ ଡୋନବାସ ଉପରେ ଜୋରଦାର ଆକ୍ରମଣ କରୁଛି ରୁଷ । ଡୋନବାସରେ ନିଆଁର ତୀବ୍ରତା ବୃଦ୍ଧି ପାଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧରେ ରୁଷ ସେନାର ବର୍ବରତା ଓ ନୃଶଂସତାକୁ ସାରା ବିଶ୍ୱ ମନେ ରଖିବ । ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ସହ ସେମାନଙ୍କ ଭିତ୍ତି ଭୂମିକୁ ନଷ୍ଟ କରୁଛି ରୁଷ ସେନା । ଏଥିପାଇଁ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ରୁଷ । ଅର୍ନ୍ତଜାତୀୟ ସମ୍ମିଳନୀ ଦ୍ୱାରା ନିଷିଦ୍ଧ ଅସ୍ତ୍ରଶସ୍ତ୍ର ରୁଷ ପ୍ରୟୋଗ କରୁଛି ବୋଲି କହିଛନ୍ତି ଜେଲେନସ୍କି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.