କରୋନା ଭାଇରସ୍ର ଭ୍ୟାକ୍ସିନ୍ ତିଆରି କରିବାକୁ ଏବେ ସାରା ବିଶ୍ୱର ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଛନ୍ତି। ଏହି ଭାଇରସ୍ ମୁହଁରୁ ବାହାରୁଥିବା ଡ୍ରପ୍ଲେଟ୍ସ ବା ଜଳକଣାରୁ ବ୍ୟାପୁଥିବା ନେଇ ପୂର୍ବରୁ କୁହାଯାଉଥିବା ବେଳେ ଏବେ ଭାଇରସ୍ ବ୍ୟାପିବା ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। ମଣିଷ ଶରୀରକୁ ଏହି ଭାଇରସ୍ ମାଟି, ଫାଇବର କିମ୍ବା ଅନ୍ୟ କୌଣସି ସୂକ୍ଷ୍ମ କଣିକା ମାଧ୍ୟମରେ ପହଞ୍ଚିଥାଏ। ଏଣୁ କରୋନା କାଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ଫଳରେ କଥା ହେବା ବେଳେ କିମ୍ବା ଛିଙ୍କିବା ବେଳେ କରୋନା ଭୂତାଣୁ ପ୍ରବେଶ କରିପାରିବ ନାହିଁ।
ମାତ୍ର ଏବେ ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚରେ ଏକ ନୂଆ କଥା ସାମ୍ନାକୁ ଆସିଛି। ବିଶେଷଜ୍ଞଙ୍କ କହିବାନୁସାରେ କରୋନା ଭାଇରସ୍ ଏବେ ପ୍ରତ୍ୟେକ ସଂକ୍ରମିତ ବସ୍ତୁରୁ ସହଜରେ ବ୍ୟାପୁଛି। ଏମିତିକି ଯେଉଁ କାଗଜକୁ ସଂକ୍ରମିତ ବସ୍ତୁ ଛୁଉଁଛନ୍ତି ସେଥିରୁ ବି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି।
ଏହାର ପରୀକ୍ଷା କରିବାକୁ ବୈଜ୍ଞାନିକମାନେ ଭାଇରସ୍କୁ ଏକ କାଗଜ ଉପରେ ଛାଡ଼ି ଶୁଖିବାକୁ ଛାଡ଼ିଥିଲେ। କାଗଜ ଶୁଖିଗଲା ପରେ ତାକୁ ଗୁଣ୍ଡ କରିବାକୁ ମେସିନ୍ରେ ପକାଇଥିଲେ। ଏହି ପାର୍ଟିକଲ୍ସକୁ ମେସିନ୍ ସାହାଯ୍ୟରେ ୯୦୦ କିଲୋମିଟର ପ୍ରତି ଘଣ୍ଟାରେ ଛଡ଼ାଯାଇଥିଲା। ବୈଜ୍ଞାନିକମାନେ ଦେଖିଲେ ଯେ ଏହି ପାର୍ଟିକାଲ୍ସ ନିଃଶ୍ୱାସ ମାଧ୍ୟମରେ ଶରୀରକୁ ଯିବା ପରେ ସଂକ୍ରମିତ କରୁଛି। ଏହି ପରୀକ୍ଷା ଘୁଷୁରୀଙ୍କ ଉପରେ କରାଯାଇଥିଲା।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ୱୀକାର କରିଛି ଯେ କରୋନା ଭାଇରସ୍ ପବନରେ ବ୍ୟାପିଥାଏ। ପୂର୍ବରୁ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ସ୍ୱୀକାର କରିନଥିଲା।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…