ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ ସ୍ତ୍ରୀ, କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ପ୍ରାଣ ହାରିଲେ ପତ୍ନୀ

ଛତିଶଗଡ଼ର କୋରବା ଜିଲ୍ଲା କୋୟଲାଞ୍ଚଲ ଅଞ୍ଚଳରେ ଜଣେ ବୃଦ୍ଧ ଦୀର୍ଘ ଦିନ ଧରି ରୋଗାଗ୍ରସ୍ଥ ଥିଲେ ଏବଂ ଏହାରି ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବୃଦ୍ଧଙ୍କ ମୃତ୍ୟୁକୁ ତାଙ୍କ ସ୍ତ୍ରୀ ସହଜରେ ସହି ପାରି ନଥିଲେ । ସ୍ୱାମୀର ଶବ ଉଠିବା ପୂର୍ବରୁ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଲା ।

ଜୀବନ କ୍ଷଣସ୍ଥାୟୀ । କେତେବେଳେ ଯେ ମୃତ୍ୟୁ ଆସିବ ତାହା କେହି କହି ପାରିବେ ନାହିଁ । ଆଉ କ୍ଷଣିକରେ ଶେଷ ହୋଇଯାଏ ସବୁକିଛି । ତେବେ ଜଣେ ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର କେଇ ଘଣ୍ଟା ପରେ ସ୍ତ୍ରୀଙ୍କ ମୃତ୍ୟୁ ହେଲା । ବୟସ ହୋଇ ଯାଇଥିଲେ ବି ଭଲ ପାଇବା କମ ନଥିଲା । ଦୁଃଖ କଷ୍ଟ ଲାଗି ରହିଥିଲେ ବି ସାଙ୍ଗରେ ସ୍ୱାମୀ ଥିଲେ । ସ୍ୱାମୀ ମୁହଁକୁ ଦେଖି ବାକି ତକ ଜୀବନ ବିତାଇଥାନ୍ତେ । କିନ୍ତୁ ସ୍ୱାମୀଙ୍କ ଦେହାନ୍ତ ପରେ କାହା ପାଇଁ ବା ବଞ୍ଚିବେ । ଏହି କଥା ଭାବି ଭାବି ସ୍ୱାମୀଙ୍କ ଶବ ଦାହ ପୂର୍ବରୁ ହିଁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା । ଆଉ ଗୋଟିଏ ଜୁଇରେ ଜଳିଲା ସ୍ୱାମୀ ସ୍ତ୍ରୀଙ୍କ ମର ଶରୀର । ଏଭଳି ହୃଦୟ ବିଦାରକ ଘଟଣା ଛତିଶଗଡ଼ରୁ ସାମ୍ନାକୁ ଆସିଛି । ଏଭଳି ଘଟଣା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ଛତିଶଗଡ଼ର କୋରବା ଜିଲ୍ଲା କୋୟଲାଞ୍ଚଲ ଅଞ୍ଚଳରେ ଜଣେ ବୃଦ୍ଧ ଦୀର୍ଘ ଦିନ ଧରି ରୋଗାଗ୍ରସ୍ଥ ଥିଲେ ଏବଂ ଏହାରି ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବୃଦ୍ଧଙ୍କ ମୃତ୍ୟୁକୁ ତାଙ୍କ ସ୍ତ୍ରୀ ସହଜରେ ସହି ପାରି ନଥିଲେ । ସ୍ୱାମୀର ଶବ ଉଠିବା ପୂର୍ବରୁ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଲା । ଦୁଇ ଜଣଙ୍କ ଶବକୁ ଏକା ସାଙ୍ଗେ ଶ୍ମସାନକୁ ନିଆଯାଇଥିଲା ପରେ ଶେଷରେ ଗୋଟିଏ ଚିତାରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସୂଚନା ଅନୁସାରେ ବିହାରର ସିଓ୍ଵାନ ଜିଲ୍ଳାର ବାସିନ୍ଦା ସନ୍ତୋଷ କୁମାର ସିହ୍ନା କୋରବା ଜିଲ୍ଲାର ପ୍ରଗତିନଗର କଲୋନୀରେ ରୁହନ୍ତି । ତାଙ୍କ ବାପା ୯୫ ବର୍ଷିୟ ବଶିଷ୍ଠ ନାରାୟଣ ସିହ୍ନା ଅସୁସ୍ଥ ଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଡାକ୍ତରଖାନାରୁ ତାଙ୍କୁ ଘରକୁ ଅଣାଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଧର୍ଯ୍ୟହରା ହୋଇପଡ଼ିଥିଲେ ସ୍ତ୍ରୀ ।

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ୮୪ ବର୍ଷିୟା ପତ୍ନୀ ରମାବତୀ ସିହ୍ନା କାନ୍ଦି କାନ୍ଦି ବାରମ୍ବାର ଚେତା ହରାଉଥିଲେ । ପରିବାର ସଦସ୍ୟଙ୍କ ପାଇଁ ତାଙ୍କୁ ସମ୍ଭାଳିବା କଷ୍ଟ ହୋଇପଡିଥିଲା । ଶେଷରେ କାନ୍ଦି କାନ୍ଦି ସ୍ତ୍ରୀ ରମାବତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏଭଳି ଦୁଃଖଦ ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଶବକୁ ଘରୁ ଏକାଠି ମଶାଣୀକୁ ନିଆଯାଇଥିଲା । ଶେଷରେ ଗୋଟିଏ ଜୁଇରେ ଦୁଇ ଜଣଙ୍କ ମୃତ ଶରୀରକୁ ଦାହ କରାଯାଇଥିଲା ।

ମୃତ ଦମ୍ପତିଙ୍କ ପୁଅ ସନ୍ତୋଷ ସିହ୍ନା କହିଛନ୍ତି ଯେ ତାଙ୍କ ବାପା ମା’ ୧୯୫୧ ମସିହାରେ ବିବାହ କରିଥିଲେ । ପିଲା ବେଳରୁ ହିଁ ସେ ବାପାଙ୍କ ମଧ୍ୟରେ କୌଣସି ତିକ୍ତତା ଦେଖି ନଥିଲେ । ସମାଜରେ ମଧ୍ୟ ତାଙ୍କର ଭଲ ପ୍ରତିଷ୍ଠା ରହିଛି । କୋହଭରା କଣ୍ଠରେ ଏଭଳି କିଛି କହିଥିଲେ ମୃତ ଦମ୍ପତିଙ୍କ ପୁଅ । ଏହି ଦମ୍ପତ୍ତିଙ୍କ ଏଭଳି ମୃତ୍ୟୁକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।

You might also like