ଶୂନ୍‌ଶାନ କ୍ଷେତରେ ମହିଳାଙ୍କୁ Kiss କରିବାକୁ ଚେଷ୍ଟା କରୁଥିଲେ ଯୁବକ; ଓଠ କାମୁଡ଼ି ଛିଣ୍ଡାଇ ଦେଲେ ମହିଳା…

ୟୁପିର ମେରଠରେ ଜଣେ ମହିଳା ନିଜର ସାହସ ଯୋଗୁ ଦୁଷ୍କର୍ମରୁ ରକ୍ଷା ପାଇଯାଇଛନ୍ତି। ଅଭିଯୁକ୍ତ ଯେତେବେଳେ ମହିଳାଙ୍କୁ ଜୋର୍‌ ଜବରଦସ୍ତି କିସ୍‌ କରିବାକୁ ଚେଷ୍ଟା କରିଥିଲେ, ତ ମହିଳା ଜଣକ ନିଜର ଦାନ୍ତରେ ଅଭିଯୁକ୍ତଙ୍କ ଓଠକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଏହାପରେ ଯୁବକଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏପଟେ ମହିଳା ମଧ୍ୟ ଜୋର୍‌ରେ ଚିଲ୍ଲାଉଥିଲେ। ପାଟି ଶୁଣି ଆଖପାଖର ଲୋକେ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ ଏବଂ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ।

ଲୋକଙ୍କଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା। ଏହାସହ ଛିଣ୍ଡି ପଡ଼ିଥିବା ଓଠର ଖଣ୍ଡକୁ ପ୍ୟାକେଟ୍‌ରେ ସିଲ୍‌ କରି ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇଥିଲା। ତେବେ ଘଟଣା ଶନିବାର ଦ୍ୱିପ୍ରହର ସମୟର ବୋଲି ପୋଲିସ କହିଛି। ସେପଟେ ପୀଡ଼ିତା ମହିଳା ମୋହିତ୍‌ ସୋନି ନାମକ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଏବଂ ନିର୍ଯାତନା ନେଇ ଥାନାରେ ଏତଲା ଦାୟର କରିଛନ୍ତି।

ପୀଡ଼ିତା ମହିଳା କହିଛନ୍ତି ଯେ ସେ ଶନିବାର ଦ୍ୱିପ୍ରହରରେ ନିଜ କ୍ଷେତରେ କାମ କରିବାକୁ ଯାଇଥିଲେ। ଏହି ସମୟରେ ଆଖପାଖରେ କେହି ଲୋକ ନ ଥିଲେ। ଚାରିଆଡ଼େ ଶୂନ୍‌ଶାନ ଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ପଛପଟୁ ଆସି ଜାବୁଡ଼ି ଧରିଥିଲେ, ଯାହାଫଳରେ କି, ସେ ଭୟଭୀତ ହୋଇପଡ଼ିଥିଲେ। ତାଙ୍କୁ କିଏ ଧରିଛି, ତାହା ମଧ୍ୟ ସେ ଜାଣିପାରୁ ନ ଥିଲେ।

ଯେମିତି ହିଁ ମହିଳା ଚିଲ୍ଲାଇବା ଆରମ୍ଭ କରିଥିଲେ, ତ ଅଭିଯୁକ୍ତ ତାଙ୍କ ମୁହଁକୁ ବନ୍ଦ କରିଦେଇଥିଲେ। ଏହାପରେ ସେ ତାଙ୍କୁ କ୍ଷେତରେ ଘୋଷାଡ଼ି ନେବା ସହ ତାଙ୍କ କପଡ଼ା ଫାଡ଼ିବାକୁ ଲାଗିଥିଲେ। ପୀଡ଼ିତା କହିଛନ୍ତି ଯେ ଏହି ସମୟରେ ସେ ନିଜକୁ ବଞ୍ଚାଇବାକୁ ପୂରା ଚେଷ୍ଟା କରିଥିଲେ। ହଠାତ୍‌ ଯୁବକ ତାଙ୍କୁ ଜୋର୍‌ ଜବରଦସ୍ତ କିସ୍‌ କରିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ମହିଳା ରାଗ ଏବଂ ଭୟ ଭିତରେ ଯୁବକଙ୍କ ଓଠକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.