ହସ୍ପିଟାଲରେ ଲୁଚିଛପି ଗର୍ଭବତୀ ମହିଳାଙ୍କ ପ୍ରସବ ବେଳର ଫଟୋ ଉଠାଉଥିଲେ ପୁରୁଷ ନର୍ସ! ବାଥ୍‌ରୁମ ଯାଇ ତିଆରି କରୁଥିଲେ ଅଶ୍ଳୀଳ ଭିଡିଓ; ପଠାଉଥିଲେ ପ୍ରେମିକାକୁ…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଘୃଣ୍ୟ ମାନସିକତା ଯୋଗୁ ଅନ୍ୟର ଖରାପ ଚାହାଁନ୍ତି। କିନ୍ତୁ ସେମାନଙ୍କର ସତ୍ୟତା ଦୁନିଆ ସାମ୍ନାକୁ ଆସି ଯାଇଥାଏ। ନିକଟରେ ଏମିତି ହିଁ ଜଣେ ବ୍ୟକ୍ତିଙ୍କର ଖୁଲାସା ହୋଇଛି, ଯିଏ ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ବେଳର ଅଶ୍ଳୀଳ ଫଟୋ ଉଠାଇ ଆସୁଥିଲେ। ଏହାପରେ ହସ୍ପିଟାଲ ବାଥ୍‌ରୁମକୁ ଚାଲି ଯାଇ ସେଠାରେ ଅଶ୍ଳୀଳ ଭିଡିଓ ତିଆରି କରୁଥିଲେ।

ଇଂଲଣ୍ଡର ହଲ୍‌ରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇ ପଡ଼ିଛନ୍ତି। ଏକ ୱେବସାଇଟର ରିପୋର୍ଟ ମୁତାବକ, ପଲ୍ ଜନସନ ନାମକ ବରିଷ୍ଠ ପୁରୁଷ ନର୍ସ ହଲ୍ ମହିଳା ଏବଂ ଶିଶୁ ଡାକ୍ତରଖାନାରେ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କରିଥିଲେ। ବ୍ୟକ୍ତି ଜଣକ ସିଜେରିୟନ ସେକ୍ସନ ଜରିଆରେ ପିଲା ଜନ୍ମ କରୁଥିବା ଗର୍ଭବତୀ ମହିଳାମାନଙ୍କର ଫଟୋକୁ ଗୁପ୍ତରେ ଉଠାଇ ନେଉଥିଲେ। ଏଥିରେ ଅଶ୍ଳୀଳ ଭିଡିଓ ବାଥ୍‌ରୁମରେ ଯାଇ ପ୍ରସ୍ତୁତ କରୁଥିଲେ।

ଅକ୍ଟୋବର ୨୦୨୦ରେ ପଲ୍‌ଙ୍କୁ ନିଲମ୍ବିତ କରି ଦିଆଯାଇଥିଲା। ରିପୋର୍ଟ ଅନୁସାରେ, ୨୦୧୮ ମସିହା ସୁଦ୍ଧା ପୂରା ଇଂଲଣ୍ଡରେ ପଲ୍‌ ୫୦ ପୁରୁଷ ନର୍ସ ମଧ୍ୟରୁ ଜଣେ ଥିଲେ, ଯିଏ କି, ୨୦୦୦ରୁ ବି ଅଧିକ ଶିଶୁଙ୍କ ପ୍ରସବ ସମୟରେ ସାହାଯ୍ୟ କରିଥିଲେ। ଗତ ସୋମବାର ପଲ୍‌ଙ୍କ ବିରୋଧରେ ୨୯ଟି ଆପରାଧିକ ମାମଲା ରୁଜୁ ହୋଇଛି। ୨୦୦୨ରୁ ପଲ୍ ହଲ୍ ୟୁନିଭର୍ସିଟି ହସ୍ପିଟାଲ ଟ୍ରଷ୍ଟରେ ନିଯୁକ୍ତ ହୋଇଥିଲେ। ସେ ଜଣେ ବରିଷ୍ଠ କର୍ମଚାରୀ ଥିଲେ ଏବଂ ଲେବର ବୋର୍ଡକୁ ପରିଚାଳନା କରିବା ଥିଲା ତାଙ୍କର କାର୍ଯ୍ୟ। ନିଜର ଘୃଣ୍ୟ କାର୍ଯ୍ୟ ପରେ ତାଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରି ଦିଆଯାଇଛି।

କୋର୍ଟରେ ଶୁଣାଣି ସମୟରେ ଏହି କଥା ଖୁଲାସା ହୋଇଛି କି, ବ୍ୟକ୍ତି ଜଣକ ୩ ଜଣ ମହିଳାଙ୍କ ପ୍ରସବ ସମୟରେ ତାଙ୍କର ଆପତ୍ତିଜନକ ଫଟୋ ଉଠାଇଥିଲେ ଏବଂ ଅଶ୍ଳୀଳ ଭିଡିଓ କରିଥିଲେ। କେବଳ ଏତିକି ନୁହେଁ, ସେ ଏହି ଫଟୋଗୁଡ଼ିକୁ ନିଜର ଜଣେ ସହକର୍ମୀଙ୍କ ନିକଟକୁ ମଧ୍ୟ ପଠାଇଥିଲେ, ଯାହାଙ୍କ ସହିତ ସେ ରିଲେସନସିପ୍‌ରେ ଥିଲେ। ମହିଳା କର୍ମଚାରୀମାନଙ୍କ ସହ ମଧ୍ୟ ଅଶ୍ଳୀଳ ଭାଷାରେ କଥା ହେବା ନେଇ ପଲ୍‌ଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି ଏବେ ଜାରି ରହିଛି।