ବିଶ୍ୱ ଦେଖିବ ଭାରତର ଆତ୍ମନିର୍ଭର ଏୟାର ପାୱାର,ସୋମବାରଠାରୁ ଆରମ୍ଭ ହେବ ଏରୋ ଇଣ୍ଡିଆ ଶୋ-୨୦୨୩
ବେଙ୍ଗୁଳୁରୁରେ ଫେବ୍ରୁଆରୀ ୧୩ରୁ ୧୭ ତାରିଖ ଯାଏ ଏହି ଶୋ ଅନୁଷ୍ଠିତ ହେବ । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କେନ୍ୟୁଜ୍(ବ୍ୟୁରୋ): ବିଶ୍ୱ ଦେଖିବ ଭାରତର ଆତ୍ମନିର୍ଭର ଏୟାର ପାୱାର । ସୋମବାରଠାରୁ ଆରମ୍ଭ ହେବ ଏରୋ ଇଣ୍ଡିଆ ଶୋ-୨୦୨୩ । ବେଙ୍ଗୁଳୁରୁରେ ଫେବ୍ରୁଆରୀ ୧୩ରୁ ୧୭ ତାରିଖ ଯାଏ ଏହି ଶୋ ଅନୁଷ୍ଠିତ ହେବ । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏରୋ ଶୋ’ରେ ଭାଗନେବେ ଦେଶବିଦେଶର ଏରୋ ସ୍ପେସ ନିବେଶକ। ଚଳିତ ବର୍ଷ ୭୩୭ ପ୍ରଦର୍ଶନକାରୀ ଭାଗ ନେବେ।
ସେଥିରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶନକାରୀ ଅଛନ୍ତି। ଏହି ଏୟାର ଶୋରେ, HALର ୧୫ଟି ହେଲିକପ୍ଟର ଭାଗ ନେବେ। ଏହାସହ ଅତ୍ୟାଧୁନିକ ସୁପରସୋନିକ ଟ୍ରେନରର ମଡେଲ ପ୍ରଦର୍ଶିତ କରିବ HAL । ଭାରତୀୟ ବାୟୁସେନା ଡ୍ରୋନ ଓ ଛୋଟ କମ୍ୟୁନିକେସନ ସାଟେଲାଇଟ ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି।
ଇଲେକ୍ଟ୍ରୋନିକ ୱାରଫେୟାର ବ୍ୟବସ୍ଥା ଓ ସୁପରସୋନିକ ଓ ଲଙ୍ଗରେଞ୍ଜ୍ ରକେଟ୍ ପ୍ରଦର୍ଶିତ ହେବ। ଏୟାର ଶୋ ଆରମ୍ଭ ପୂର୍ବରୁ ବିଭିନ୍ନ ବିମାନ ଓ ହେଲିକପ୍ଟର ରିହର୍ସଲ କରିଛନ୍ତି। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ୧୯୯୬ରୁ ବେଙ୍ଗାଳୁରୁରେ ଏରୋ ଇଣ୍ଡିଆ ଶୋ-ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଏୟାର ଶୋର ଏହା ୧୪ ତମ ସଂସ୍କରଣ।.