ଦେଶ ବିଦେଶ

ମାଲେସିୟାରେ ତିଆରି ହେଲା ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ, ଖୁବ୍‌ ଜଲ୍‌ଦି ଅନ୍ୟ ଦେଶରେ ଉପଲବ୍ଧ ହେବ

ମାଲେସିୟାର ଡାକ୍ତର ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଉଭୟ ମହିଳା ଓ ପୁରୁଷ ବ୍ୟବହାର କରି ପାରିବେ। ଏହାକୁ ମେଡିକାଲ ଗ୍ରେଡ୍‌ ମ୍ୟାଟେରିୟାଲ ପଲିୟୁରେଥନ୍‌ରୁ ପ୍ରସ୍ତୁତ କରାଯାଇଛି, ଯାହା ସାଧାରଣତଃ ଘା’, ଖଣ୍ଡିଆ ଆଦିର ଡ୍ରେସିଙ୍ଗ୍‌ରେ ପ୍ରୟୋଗ କରାଯାଇଥାଏ। ଗୋଟିଏ କଣ୍ଡୋମର ଦାମ୍‌ ୧୩୫ ଟଙ୍କା ରଖାଯାଇଛି। ଏହି ୟୁନିସେକ୍ସ କଣ୍ଡୋମ ତିଆରି କରିଥିବା ମାଲେସିୟାର ଗାଇନେକୋଲୋଜିଷ୍ଟ ଡାକ୍ତର ଜନ୍‌ ଟ୍ୟାଙ୍ଗ୍‌ ଇଙ୍ଗ୍‌ଙ୍କ କହିବା ହେଲା, ନୂଆ ପ୍ରକାରର କଣ୍ଡୋମ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ସେକ୍ସ ସମୟରେ ବ୍ୟାପୁଥିବା ରୋଗଗୁଡ଼ିକୁ ମଧ୍ୟ ରୋକି ପାରିବ। ଏହାର ନାମ Vandeleaf ୟୁନିସେକ୍ସ କଣ୍ଡୋମ ରଖାଯାଇଛି। ବର୍ତ୍ତମାନ ଏହା ମାଲେସିୟା ବଜାରରେ ଉପଲବ୍ଧ ହୋଇଛି।

Vandeleaf କଣ୍ଡୋମର ଖାସିୟତ

• ଏକ୍ସଟ୍ରା ପ୍ରୋଟେକ୍ସନ: ଡାକ୍ତର ଜନ୍‌ ଦାବି କରନ୍ତି କି, ଏହାର ଖାସ୍‌ ପ୍ରକାରର କଭରିଙ୍ଗ୍‌ ଯୋଗୁ ଏହା ଉଭୟ ମହିଳା ଏବଂ ପୁରୁଷଙ୍କ ଯୌନାଙ୍ଗରେ ସହଜରେ ଲାଖି ରହିଥାଏ। ଏମିତି ସ୍ଥିତିରେ କପଲଙ୍କୁ ଅତିରିକ୍ତ ସୁରକ୍ଷା ମିଳିଥାଏ।

• ଫାଟି ଯିବାର ଆଶଙ୍କା ନାହିଁ: କୁହାଯାଉଛି କି, ସାଧାରଣ କଣ୍ଡୋମ ତୁଳନାରେ ଏହାର ଉପରି ଭାଗ ଅଧିକ ମଜଭୁତ। ଏଥିପାଇଁ ଫାଟି ଯିବାର ଆଶଙ୍କା ଏଥିରେ ବହୁତ କମ୍‌ ରହିଛି। ଏହାକୁ ପୁରୁଷମାନେ ସାଧାରଣ କଣ୍ଡୋମ ଭଳି ବ୍ୟବହାର କରି ପାରିବେ। କିନ୍ତୁ ମହିଳାମାନଙ୍କର ବ୍ୟବହାର ତରିକା ଅଲଗା ରହିଛି।

• ଖୁବ୍‌ ଜଲ୍‌ଦି ସାରା ବିଶ୍ୱରେ ପହଞ୍ଚିବ: ଏହି ନୂଆ ପ୍ରକାରର କଣ୍ଡୋମକୁ ଖୁବ୍‌ ଜଲ୍‌ଦି ସୁରକ୍ଷା ମାନକ ରୂପେ ସାରା ବିଶ୍ୱରେ ପହଞ୍ଚା ଯିବ, ଯେପରି ଏହା ମାର୍କେଟରେ ଜଲ୍‌ଦି ଉପଲବ୍ଧ ହୋଇ ପାରିବ। ଆସନ୍ତା ଡିସେମ୍ବରରୁ ଏହାକୁ କମ୍ପାନୀର ଅଫିସିଆଲ େଓ୍ଵବ୍‌ସାଟରୁ କିଣାଯାଇ ପାରିବ।

• ଅବାଞ୍ଛିତ ଗର୍ଭଧାରଣକୁ ରୋକାଯାଇ ପାରିବ: ଡାକ୍ତର ଜନ୍‌ କହିଛନ୍ତି, ଏବେ ସୁଦ୍ଧା ଏହି କଣ୍ଡୋମ ଉପରେ ହୋଇଥିବା କ୍ଲିନିକାଲ ଟ୍ରାଏଲର ଯେଉଁ ସିଦ୍ଧାନ୍ତ ସାମ୍ନାକୁ ଆସିଛି, ତାହାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଏହା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଖାସ୍‌ କରି ମହିଳାମାନଙ୍କ ପାଇଁ ଏକ ବଢ଼ିଆ କଣ୍ଟ୍ରାସେପ୍ଟିଭ୍‌ ପ୍ରମାଣିତ ହେବ। ଏହି କଣ୍ଡୋମ ଅବାଞ୍ଛିତ ଗର୍ଭଧାରଣକୁ ରୋକିବ।

ସେପଟେ ଟ୍ରାଏଲ ରିପୋର୍ଟ ଅନୁଯାୟୀ, ଏହାକୁ ବ୍ୟବହାର କରିବା ସମୟରେ ମହିଳା ଓ ପୁରୁଷଙ୍କୁ ଏହାର ଅନୁଭବ ସୁଦ୍ଧା ହେବ ନାହିଁ। ଯଦିଓ ଏହା କେତେ ସୁରକ୍ଷିତ, ସେ ନେଇ କମ୍ପାନୀ କୌଣସି ବି ପ୍ରକାର ତଥ୍ୟ ପ୍ରଦାନ କରି ନାହିଁ। ଡାକ୍ତର ଜନ୍‌ ଟ୍ୟାଙ୍ଗ୍‌ ଇଙ୍ଗ୍‌ଙ୍କ କହିବା ହେଲା, ପଲିୟୁରେଥନ୍‌ ମଜଭୁତ, ଫ୍ଲେକ୍ସିବଲ ତଥା ଓ୍ଵାଟରପ୍ରୁଫ୍‌ ହୋଇଥାଏ। ଏଥିପାଇଁ ଏଥିରୁ ପ୍ରସ୍ତୁତ କଣ୍ଡୋମ ବଢ଼ିଆ ସୁରକ୍ଷା ଦେଇଥାଏ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

18 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

20 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

53 mins ago