ଏଲିୟନ୍ସ ରହସ୍ୟ ଉନ୍ମୋଚନ କରିବ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ୍‌, ଚୀନ ଟେକ୍ନିକ୍‌ ଉପରେ ଭରସା କରୁଛନ୍ତି ବିଶେଷଜ୍ଞ

ଏଲିୟନ୍ସର ଅସ୍ତିତ୍ୱକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ଦାବି ସାମ୍ନାକୁ ଆସିଥାଏ। ବର୍ତ୍ତମାନ ଚୀନରେ ତିଆରି ହୋଇଥିବା ଏକ ନୂଆ ଟେଲିସ୍କୋପ୍‌ ଏହା ଦାବି କରିଛି ଯେ ସେ ଅଲଗା ଦୁନିଆର ଜୀବଙ୍କ ଆବିଷ୍କାରକୁ ନେଇ ନିଶ୍ଚିତ କରି ପାରିବ। ଅର୍ଥାତ୍‌ ୫୦୦ ମିଟରର ବିଶାଳକାୟ Aperture Spherical Radio Telescope (FAST) ଏଲିୟନ୍ସ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜୁଟାଇବାରେ ସକ୍ଷମ ହୋଇ ପାରିବ। ଚୀନର ଏହି ଟେଲିସ୍କୋପକୁ ଦୁନିଆର ସବୁଠାରୁ ବଡ଼ ତଥା ସବୁଠାରୁ ସମ୍ବେଦନଶୀଳ ଟେଲିସ୍କୋପ ବୋଲି କୁହାଯାଉଛି।

ଦାବି କରାଯାଉଛି ଯେ FAST, ୪୦୦ ମିଲିୟନ ପ୍ରକାଶ ବର୍ଷର ଦୂରତା ଭିତରେ ରହିଥିବା ସବୁଠାରୁ ଅଧିକ ବିକଶିତ ଏଲିୟନ୍ସର ସଭ୍ୟତା, ଯେପରି ଟାଇପ୍‌ III ଏବଂ ଗ୍ୟାଲେକ୍ଟିକ୍‌ ସ୍ତରର ଟେକ୍ନିକ୍‌ ସମୂହର ପତ୍ତା ଲଗାଇବାରେ ସକ୍ଷମ ହୋଇ ପାରିବ। ବିଶେଷଜ୍ଞମାନେ ସମ୍ଭାବନା ଆହୁରି ବଢ଼ାଇ ଦେଉଛନ୍ତି କି, ଏହାଦ୍ୱାରା ଏଲିୟନ୍ସର ନିଶ୍ଚିତ ରୂପେ ପତ୍ତା ଲଗାଯାଇ ପାରିବ। ଗଣନା ଅନୁସାରେ, ଏହି ଟେଲିସ୍କୋପ୍‌ von Neumann probesର ସମୂହଗୁଡ଼ିକୁ ଚିହ୍ନଟ କରି ପାରିବ। ବେଜିଂ ନର୍ମାଲ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଦ୍‌ ଝାଙ୍ଗ୍‌ ତୋଙ୍ଗଜି ଏହି ଟେଲିସ୍କୋପ୍‌ ପ୍ରୋଜେକ୍ଟର ମୁଖ୍ୟ ବୈଜ୍ଞାନିକ ଅଛନ୍ତି। ତାଙ୍କ କହିବା ହେଲା, ଏମିତି ଅନେକ ସିଗ୍‌ନାଲ ମିଳିଛି, ଯାହା ଦ୍ୱିତୀୟ ଦୁନିଆରେ ଜୀବନ ଆଡ଼କୁ ହୁଏତ ସଙ୍କେତ ଦେଇ ପାରିବ। ଟିମ୍‌ ଏହାର ଯାଞ୍ଚ କରିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି।

୫ ବର୍ଷରେ ତିଆରି ହୋଇଛି ଟେଲିସ୍କୋପ୍‌

ଜର୍ଜିୟାରେ Free University of Tbilisiର ଡା. ଜାଜା ଉସ୍‌ମାନୋଭ ଜାଣିବାକୁ ପାଇଛନ୍ତି କି, ଅତ୍ୟଧିକ ବିକଶିତ ସଭ୍ୟତାଗୁଡ଼ିକର von Neumann probesକୁ ରେଡିଓ ସ୍ପେକ୍ଟ୍ରଲ ବ୍ୟାଣ୍ଡରେ ଦେଖାଯାଇ ପାରିବ। ଚୀନର ଏହି ବିଶାଳ ଟେଲିସ୍କୋପ୍‌ ଦେଶର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ଗୁଇଝୋଉର ଡାଓଡାଙ୍ଗଠାରେ ସ୍ଥାପିତ ହୋଇଛି। ଏହି ଟେଲିସ୍କୋପ୍‌କୁ ଜାନୁୟାରୀ ୨୦୨୦ରେ ସମ୍ପୂର୍ଣ୍ଣ ଭାବେ ସଞ୍ଚାଳିତ କରି ଦିଆଯାଇଥିଲା। ଏହାକୁ ବନାଇବାରେ ଚୀନକୁ ପୂରା ୫ ବର୍ଷ ସମୟ ଲାଗି ଯାଇଥିଲା। ଚୀନ ସରକାର କହିଛନ୍ତି କି, ଏହି ଟେଲିସ୍କୋପ୍‌ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସ୍ଥିିର ଏବଂ ବିଶ୍ୱସନୀୟ ସେବା ଯୋଗାଇ ଆସିଛି।

୧୯୯୪ରେ ହୋଇଥିଲା ପ୍ରସ୍ତାବିତ

୧୬,୦୦୦ ଫୁଟର ଏହି ଟେଲିସ୍କୋପ୍‌ ୧୯୯୪ରେ ପ୍ରସ୍ତାବିତ ହୋଇଥିଲା ଏବଂ ଶେଷରେ ୨୦୦୭ରେ ହିଁ ମଞ୍ଜୁରି ମିଳି ଯାଇଥିଲା। ଏଥିରେ ୩୬ ଫୁଟର ୪,୫୦୦ ତ୍ରିକୋଣୀୟ ପ୍ୟାନେଲ ଅଛି, ଯାହା ଏକ ବିଶାଳ ଥାଳିର ଆକାର ନେଇଥାଏ। ଏଥି ସହିତ ୩୩ ଟନର ରେଟିନା ରହିଛି, ଯାହା ୪୬୦୫୨୫ ଫୁଟର ଉଚ୍ଚତା ଉପରେ ଟଙ୍ଗା ହୋଇଛି। ଏହି ରେଟିନାର ଦାମ୍‌ ୨୬.୯ କୋଟି। ଏହାର ଚାରିପାଖରେ ୩ ମାଇଲ୍‌ ବ୍ୟାସାର୍ଦ୍ଧ ସମ୍ପୂର୍ଣ୍ଣ ଭାବେ ଖାଲି କରି ଦିଆଯାଇଛି, ଯେପରି କୌଣସି ରେଡିଓ ଇଣ୍ଟରଫେସ୍‌ ନ ରହି ପାରିବ। ଏହି ଟେଲିସ୍କୋପ୍‌ ଏଲିୟନ ଜୀବନ ଖୋଜିବା ସହିତ ହିଁ ଅନ୍ୟାନ୍ୟ ବିଶ୍ୱତତ୍ତ୍ୱ ସମ୍ବନ୍ଧୀୟ ଆୟତନ ଯେପରି ପଲ୍‌ସର, ବ୍ଲାକ୍‌ ହୋଲ, ଗ୍ୟାସ୍‌ କ୍ଲାଉଡ୍‌ ଏବଂ ଗ୍ୟାଲାକ୍ସି ଆଦି ବିଷୟରେ ମଧ୍ୟ ଅଧ୍ୟୟନ କରି ପାରିବ।

Leave A Reply

Your email address will not be published.