ବିଶ୍ୱ ମହାମାରୀ କରୋନା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରି ରଖିଛି। ଏଥିରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ସବୁ ଦେଶ ନିଜ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଲକ୍ଡାଉନ ଭଳି ପ୍ରତିବନ୍ଧିକ ଲଗାଇଛନ୍ତି। ଯଦିଓ ଟିକାକରଣ ଆରମ୍ଭ ହେବା ପରଠାରୁ ବିଭିନ୍ନ ଦେଶରେ କରୋନା ମାମଲା ଅନେକାଂଶରେ ହ୍ରାସ ପାଇଛି। ତେଣୁ ସବୁ ଦେଶ ନିଜ ନାଗରିକମାନଙ୍କୁ ପ୍ରତିବନ୍ଧନରୁ ମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ଅଷ୍ଟ୍ରେଲିଆର ନାଗରିକମାନେ ଦୁନିଆର ସବୁଠାରୁ ଲମ୍ବା ଲକ୍ଡାଉନର ସାମ୍ନା କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଏଠାରେ ସରକାର ଲୋକମାନଙ୍କୁ ବଡ଼ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ମେଲବର୍ଣ୍ଣର ଅଧିକାରୀମାନେ କହିଛନ୍ତି, ଚଳିତ ସପ୍ତାହ ଶେଷ ସୁଦ୍ଧା ଘରେ ରହିବା ଭଳି ସବୁ ପ୍ରତିବନ୍ଧକ ହଟାଇ ଦିଆଯିବ। ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୫ ମିଲିୟନ ଅଷ୍ଟ୍ରେଲିଆ ନାଗରିକଙ୍କୁ ପାଖାପାଖି ୯ ମାସ ଅର୍ଥାତ୍ ୨୬୨ ଦିନ ପର୍ଯ୍ୟନ୍ତ ଘରେ କଏଦ ରହିବାକୁ ପଡ଼ିଥିଲା। ୬ଟି ପର୍ଯ୍ୟାୟରେ ଏହି ଲକ୍ଡାଉନ ହୋଇଥିଲା। ଅଷ୍ଟ୍ରେଲିଆନ ଏବଂ ଅନ୍ୟାନ୍ୟ ମିଡିଆ ରିପୋର୍ଟ ମୁତାବକ, ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ୍ ଆୟର୍ସରେ ୨୩୪ ଦିନର ଲକ୍ଡାଉନ ଲାଗିଥିଲା। ଏହାପରେ ଅଷ୍ଟ୍ରେଲିଆର ଲକଡାଉନ ହୋଇଥିଲା ଦୁନିଆର ସବୁଠାରୁ ଲମ୍ବା ଲକଡାଉନ। ଯଦିଓ ଏବେ ବି ଅଷ୍ଟ୍ରେଲିଆରେ କରୋନାର ଭୟ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ। ଏମିତି ସ୍ଥିତିକୁ ସାମାନ୍ୟ କରିବା ପାଇଁ ଏହା ଆଶା କରାଯାଉଛି କି, ଚଳିତ ସପ୍ତାହରେ କରୋନା ଟିକାକରଣ ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।
ଅଷ୍ଟ୍ରେଲିଆରେ କରୋନାର ତାଜା ତଥ୍ୟ ମୁତାବକ, ଏଠାରେ ଗତ ରବିବାର ୧୮୩୮ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ଏଥି ସହିତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୮୦ ପ୍ରତିଶତ ନାଗରିକମାନଙ୍କର କରୋନା ଟିକାକରଣ ପୂରା ହେବା କ୍ଷଣି ଅଷ୍ଟ୍ରେଲିଆରେ ଲକ୍ଡାଉନ ସମ୍ଭାବନା ଉପରେ ବ୍ରେକ ଲାଗିପାରେ। ଏଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ନ୍ୟୁଜିଲାଣ୍ଡର ସାଉଥ୍ ଦ୍ୱୀପରେ କରୋନା ସଂକ୍ରମଣର ଗୋଟିଏ ବି କେସ୍ ନାହିଁ।
ସେପଟେ ଅଷ୍ଟ୍ରେଲିଆ ସରକାର ମଧ୍ୟ ଲଗାତାର ସିଙ୍ଗାପୁର ସରକାରଙ୍କ ସହ ଦୁଇ ଦେଶ ମଧ୍ୟରେ ଯାତ୍ରା ଜାରି ରଖିବା ବିଷୟରେ କଥାବାର୍ତ୍ତା କରୁଛନ୍ତି। ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ମଧ୍ୟରେ ଯାତ୍ରା କେବଳ ସେହି ଯାତ୍ରୀଙ୍କ ପାଇଁ ସମ୍ଭବ ହୋଇପାରେ, ଯେଉଁମାନେ କରୋନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇ ସାରିଥିବେ। ନିକଟରେ ଅଷ୍ଟ୍ରେଲିଆରେ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି, କିନ୍ତୁ କିଛି ବିକଶିତ ଦେଶ ତୁଳନାରେ ଏଠାରେ ସଂକ୍ରମଣ ମାମଲା କମ୍ ରହିଛି। ସେପଟେ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ କରୋନା ଟିକାକରଣର ଗତି ବଢ଼ାଇ କୋଭିଡ୍-୧୯କୁ ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛି।
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…
ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…