ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୩ ଦିନ ।  ତା ପୂର୍ବରୁ ଆମେରିକା ରାଜନୀତିରେ ଲାଗିଛି ଦୀପାବଳିର ରଙ୍ଗ ।  ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ ଦୀପାବଳିର ଶୁଭେଚ୍ଛା ଦେଇଛନ୍ତି ।  ରାତିରେ ଦୀପ ଜାଳି ଆମେରିକା ସହ ବିଶ୍ୱର ଶହେ କୋଟିରୁ ଅଧିକ ଲୋଙ୍କ ସହ ଆମେ ଯୋଡ଼ି ହେବୁ ।

ଅନ୍ଧାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ଉତ୍ସବ ପାଳନ କରିବୁ ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି କମଲା ହାରିସ ।  ସେପଟେ ଟ୍ରମ୍ପ ଦୀପାବଳି ଶୁଭେଚ୍ଛା ଜଣାଇ କମଲା ହାରିସ ଓ ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି ।  ହିନ୍ଦୁଙ୍କ ସୁରକ୍ଷା ପ୍ରସଙ୍ଗରେ ସେ କମଲା ହାରିସ ଓ ଜୋ ବାଇଡେନଙ୍କ ଉପରେ ବର୍ଷିଛନ୍ତି ।  କହିଛନ୍ତି ବାଂଲାଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ଆକ୍ରମଣ ଓ ଲୁଟ ଘଟଣା ଅତ୍ୟନ୍ତ ନିନ୍ଦନୀୟ ।

ଆମେରିକା ସମେତ ସାରା ବିଶ୍ବରେ ହିନ୍ଦୁଙ୍କ ସୁରକ୍ଷା ପ୍ରତି ବାଇଡେନ ଓ କମଲା ହାରିସ ଆଖି ବୁଜି ଦେଇଥିବା ଅଭିଯୋଗ ଆଣିଛନ୍ତି ।  ଆମେରିକାରେ ପ୍ରାୟ ୧୭ ଲକ୍ଷ ଭାରତୀୟ ବଂଶୋଦ୍ଭବ, ହିନ୍ଦୁ ବସବାସ କରୁଛନ୍ତି । ମୌଳବାଦୀ ବାମପନ୍ଥୀ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ଆମେରିକାରେ ରହୁଥିବା ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ।  ହିନ୍ଦୁଙ୍କ ପାଇଁ ଲଢ଼େଇ ଜାରି ରହିବ  ।  ଟ୍ରମ୍ପ କ୍ଷମତାକୁ ଆସିଲେ ଭାରତ ସହ ଆମେରିକା ସଂପର୍କକୁ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ।

You might also like