ଦେଶ ବିଦେଶ

ପଞ୍ଜଶୀରରେ ଭୟଙ୍କର ଯୁଦ୍ଧ, ୪୦ ଆତଙ୍କୀଙ୍କ ମୃତଦେହ ଛାଡି ଫେରାର ତାଲିବାନ

କାବୁଲ : ପଞ୍ଜଶୀର ବ୍ୟତୀତ ସମଗ୍ର ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ଦଖଲ କରିସାରିଛି । ତାଲିବାନ କିନ୍ତୁ ପଞ୍ଜଶୀରରେ ନର୍ଥେନ ଆଲାଇନ୍ସ ସହ ଜୋରଦାର ଲଢ଼େଇର ସମ୍ମୁଖୀନ ହେଉଛି । ତାଲିବାନ ଆତଙ୍କୀ ପଞ୍ଜଶୀରରେ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । କାବୁଲ ନ୍ୟୁଜ୍ ଅନୁଯାୟୀ ତାଲିବାନ ଗୁରୁବାର ଦିନ ପଞ୍ଜଶୀରର ଶୋଟୁଲରେ ଆକ୍ରମଣ କରିଛି । ଘାଟିରେ ପଞ୍ଜଶିରର ଶେର ତାଲିବାନୀ ସଦସ୍ୟଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି । ସେଠାରେ ଗତ କିଛି ଦିନ ହେବ ତାଲିବାନ ଓ ନର୍ଥେନ ଆଲାଇନ୍ସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ନର୍ଥେନ ଆଲାଇନ୍ସ ତାଲିବାନକୁ ଦୃଢ ଜବାବ ଦେଉଛନ୍ତି ।

ନିକଟରେ ପଞ୍ଜଶୀର ସମର୍ଥକମାନେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଦେଖାଯାଏ ଯେ ପାହାଡରୁ ତାଲିବାନ ଆତଙ୍କୀଙ୍କ ଉପରକୁ ଗୁଳି ଓ ରକେଟରେ ଆକ୍ରମଣ କରାଯାଉଛି । ଏହି ଯୁଦ୍ଧରେ ୪୦ ରୁ ଅଧିକ ତାଲିବାନ ଆତଙ୍କୀ ନିହତ ହୋଇଥିବାବେଳେ ୧୯ ଜଣ ତାଲିବାନଙ୍କୁ ପଞ୍ଜଶୀରଙ୍କ ସେନା ଗିରଫ କରିଛି । ରିପୋର୍ଟ ଅନୁଯାୟୀ ତାଲିବାନ ସେମାନଙ୍କ ସାଥୀଙ୍କ ମୃତଦେହ ଛାଡି ପଳାଇ ଯାଇଥିଲେ । ତାଲିବାନୀ ନିଜ ସଦସ୍ୟଙ୍କ ମୃତଦେହ ଛାଡି ଚାଲି ଯାଇଥିଲେ ମଧ୍ୟ ନର୍ଥେନ ଆଲାଇନ୍ସର ତାଲିବାନର ଗୋଷ୍ଠୀକୁ ଶବ ହସ୍ତାନ୍ତର କରିଛନ୍ତି ।

ରେସିଷ୍ଟେନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି, ଶତ୍ରୁ ବାରମ୍ବାର ପଞ୍ଜଶିରର ଶୋତୁଲ ଜିଲ୍ଲାରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ହେଲେ ପ୍ରତିଥର ବିଫଳ ରହିଛି । ଅନୁପ୍ରବେଶ ଉଦ୍ୟମ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ୪୦ ତାଲିବାନୀ ନିହତ ହୋଇଛନ୍ତି । ମଧ୍ୟସ୍ଥ ଜରିଆରେ ସବୁ ମୃତଦେହଗୁଡିକୁ ତାଲିବାନୀଙ୍କୁ ହସ୍ତାନ୍ତର କରାଯାଇଥିବା ମୁଖପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ ଅଛନ୍ତି । ସେ ତାଲିବାନକୁ ଆଫଗାନିସ୍ତାନରୁ ନିପାତ କରିବାକୁ ପଣ କରିଛନ୍ତି । ଏହା ସହିତ ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମସୁଦ ମଧ୍ୟ ଏଠାରେ ରହୁଛନ୍ତି । ସେ କହିଛନ୍ତି ଯେ, ମୁଁ ଅହମ୍ମଦ ଶାହା ମସୁଦଙ୍କ ପୁଅ । ମୋ ଶବ୍ଦକୋଷରେ ଆତ୍ମ ସମର୍ପଣ ପରି କୌନସି ଶବ୍ଦ ନାହିଁ । ତେଣୁ ତାଲିବାନ ପାଇଁ ପଞ୍ଜଶିର ଘାଟି ଦଖଲ କରିବା ବହୁତ ମୁସ୍କିଲ ହୋଇ ପଡିଛି ।

 

 

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

15 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

17 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

21 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

22 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

27 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

36 mins ago