ନିର୍ଭୟାର ଶରୀରରେ ଥିବା କାମୁଡ଼ା ଦାଗ ହିଁ ବଖାଣୁଥିଲା କେତେ ଭୟଙ୍କର ଥିଲା ସେଇ କାଳରାତି, ଏହି ୧୦ଟି ଫଟୋରୁ ମିଳିଥିଲା ପ୍ରମାଣ

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇ ଦିଆଯାଇଛି। ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବସନ୍ତ ବିହାର ପୋଲିସ ରାତି ଦିନ ଏକ କରିଦେଇଥିଲା। ନିର୍ଭୟାର ଶରୀରରେ କେତେକ କାମୁଡ଼ା ଦାଗ ଦେଖିବାକୁ ମିଳିଥିଲା। ଏହି ଦାଗ ହିଁ କହୁଥିଲା କେତେ ଭୟଙ୍କର ଥିଲା ସେଇ କାଳରାତି। ତତ୍କାଳୀନ ଏସ୍‌ଆଇ ପ୍ରତିଭା ଶର୍ମାଙ୍କ ନିର୍ଦ୍ଦେଶରେ ଫଟୋଗ୍ରାଫରମାନେ ଗଣଦୁଷ୍କର୍ମର ଚାରି ଦିନ ପରେ ଅର୍ଥାତ୍‌ ୨୦୧୨ ମସିହା ଡିସେମ୍ବର ୨୦ ତାରିଖରେ କାମୁଡ଼ା ଚିହ୍ନର ୧୦ଟି ବଡ଼ ବଡ଼ ଫଟୋ ଉଠାଇଥିଲେ।

nirbhaya

ଏହି ସମସ୍ତ ଫଟୋଗ୍ରାଫକୁ କର୍ଣ୍ଣାଟକର ଧାରବାଡ଼ ପୋଲିସ ଏସ୍‌ଡିଏମ୍‌ କଲେଜ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସକୁ ପଠାଇଥିଲା। ଏଥିସହ ଧରାପଡ଼ିଥିବା ସମସ୍ତ ଛଅ ଜଣ ଦୋଷୀଙ୍କ ଦାନ୍ତର ମଡେଲ ମଧ୍ୟ ପଠାଯାଇଥିଲା। ଫରେନ୍‌ସିକ୍‌ ଓଡୋଣ୍ଟୋଲୋଜି ଟେକ୍‌ନିକ୍‌ ଜରିଆରେ ସମସ୍ତ ଅଭିଯୁକ୍ତଙ୍କ ଦାନ୍ତର ଗଠନ ଓ ନିର୍ଭୟାର ଶରୀରରେ ମିଳିଥିବା ଦାନ୍ତର ଚିହ୍ନ ସହ ମେଳ କରାଯାଇଥିଲା।

nirbhaya4

ଏହି ପରୀକ୍ଷଣରେ ୧୦ରୁ ୪ଟି ଦାନ୍ତର ଚିହ୍ନ ମିଶିଥିଲା। ସେଥିରୁ ୩ଟି ରାମ ସିଂହ ଓ ୧ଟି ଅକ୍ଷୟର ଥିଲା। ଏହି ପୂରା ଘଟଣାକ୍ରମରେ ଏହି ପ୍ରମାଣ ଘଟଣା କେତେକ ଭୟଙ୍କର ଥିଲା ତାହା ଦର୍ଶାଉଥିଲା। ନିର୍ଭୟାର ଶରୀରରୁ ମିଳିଥିବା ଦାନ୍ତ ଦାଗର ପ୍ରମାଣ ଏକାଠି କରି ବସନ୍ତ ବିହାର ପୋଲିସ ସବୁ ଟେକ୍ନିକ୍‌ର ସାହାଯ୍ୟ ନେଇଥିଲେ, ଯାହା ଦୋଷୀଙ୍କୁ ଫାଶୀଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇପାରିବ। ଏହି ଟେକ୍ନିକ୍‌ ହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ବାଟ କଢ଼ାଇଥିଲା।

nirbhaya3

ଗଣଦୁଷ୍କର୍ମ ବେଳେ ଦୋଷୀମାନେ ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ପୀଡ଼ିତା ଓ ତାଙ୍କ ବନ୍ଧୁଙ୍କ ରକ୍ତ ଦାଗ ମଧ୍ୟ ଲାଗିଥିଲା। ମୁଖ୍ୟ ଦୋଷୀ ରାମ ସିଂହ(ଯିଏ ଜେଲରେ ହିଁ ୨୦୧୩ ମସିହାରେ ଆତ୍ମହତ୍ୟା କରିଦେଇଥିଲା)ର ଚପଲରେ ମଧ୍ୟ ନିର୍ଭୟାର ରକ୍ତ ଲାଗିଥିଲା। ଅଭିଯୁକ୍ତମାନେ ପ୍ରମାଣ ଲୁଚାଇବା ପାଇଁ ପୀଡ଼ିତା ଓ ତାଙ୍କ ବନ୍ଧୁଙ୍କ ପୋଷାକକୁ ଜଳାଇ ଦେଇଥିଲେ। ଏମିତି ଅନେକ ପ୍ରମାଣ ମିଳିଥିଲା ଯାହା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଯଥେଷ୍ଟ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.