ଏପ୍ରିଲରେ ହୋଇପାରେ ୱାୟନାଡ ଲୋକସଭା ଉପନିର୍ବାଚନର ଘୋଷଣା! ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯାଉଣୁ ନିର୍ବାଚନ ଆୟୋଗଙ୍କ ମନ୍ଥନ ଆରମ୍ଭ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟ ପଦ ରଦ୍ଦ ହେଉଣୁ କେରଳରେ ଖାଲି ହୋଇଥିବା ୱାୟନାଡ ଲୋକସଭା ଆସନ ଉପରେ ଉପ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟ ପଦ ରଦ୍ଦ ହେଉଣୁ କେରଳରେ ଖାଲି ହୋଇଥିବା ୱାୟନାଡ ଲୋକସଭା ଆସନ ଉପରେ ଉପ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ନିର୍ବାଚନ ଆୟୋଗ ସୂତ୍ର ମୁତାବକ, ୱାୟନାଡ ଲୋକସଭା ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନର କାର୍ଯ୍ୟସୂଚୀ ଏପ୍ରିଲରେ ଘୋଷଣା କରାଯାଇପାରେ।

ନିର୍ବାଚନ ଆୟୋଗ (ଇସି) ୱାୟନାଡରେ ଉପନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ କରିଛି। କହି ରଖୁଛୁ, ମାନହାନି ମକଦ୍ଦମା ମାମଲାରେ ରାହୁଲ ଗାନ୍ଧୀ ସୁରଟ୍‌ କୋଟଙ୍କ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ସଂସଦରୁ ଅଯୋଗ୍ୟ ହୋଇଛନ୍ତି।

ଲୋକସଭା ବାଚସ୍ପତି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯିବାର ଅଧିସୂଚନା ଜାରି କରିଛନ୍ତି। ଯଦିଓ କୋର୍ଟ ଦଣ୍ଡାଦେଶ ଶୁଣାଇବା ସହିତ ରାହୁଲ ଗାନ୍ଧୀଙ୍କୁ ରିଲିଫ ଆବେଦନ କରିବା ପାଇଁ ଏକ ମାସ ସମୟ ଦେଇଛନ୍ତି।

ରାହୁଲଙ୍କୁ ସେସନ କୋର୍ଟରେ ଆବେଦନ ଦାଖଲ କରିବାକୁ ପଡ଼ିବ। ସେଠାରୁ ରିଲିଫ୍‌ ନ ମିଳିଲେ ସେ ହାଇକୋର୍ଟରେ ଆବେଦନ କରିପାରିବେ। ଯଦି ସେଠାରୁ ବି କୌଣସି ଆରାମ ନ ମିଳେ, ତେବେ ରାହୁଲ ସୁପ୍ରିମକୋର୍ଟରେ SLP ଦାଖଲ କରିପାରିବେ।

କହି ରଖୁଛୁ, ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜନପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ତାଙ୍କୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ଦଣ୍ଡାଦେଶ ହୁଏ, ତେବେ ସେ ସଦସ୍ୟ ପଦ ହରାଇବେ। ଏଥିସହ ଜେଲ୍‌ରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.