ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨ ଦିନ ତାମିଲନାଡୁରେ ହେବ ପ୍ରବଳ ବର୍ଷା, ବନ୍ଦ ରହିବ ଅଫିସ୍,ସ୍କୁଲ୍ ଓ କଲେଜ

ତାମିଲନାଡୁ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ତାମିଲନାଡୁରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ହେବ। ଚେନ୍ନାଇର ସମସ୍ତ ସରକାରୀ ଅଫିସ ଆଜି ବନ୍ଦ ରହିଛି । ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଚେନ୍ନାଇ ସହ ରାଜ୍ୟର ତିନିଟି ଜିଲ୍ଲାରେ ସମସ୍ତ ସ୍କୁଲ-କଲେଜ ଦୁଇ ଦିନ ପାଇଁ ବନ୍ଦ ରହିଛି।

ଥିରୁଭଲୁର, ଚେଙ୍ଗଲପଟ୍ଟୁ ଏବଂ ମଦୁରାଇରେ ୪ଟି ଏନ୍‌ଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କେନ୍ଦ୍ର ସମସ୍ତ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.