ଯଦି ପେଟ୍ରୋଲ ପମ୍ପରେ ମାଗଣାରେ ମିଳୁନି ଏହି ସବୁ ସୁବିଧା, ତୁରନ୍ତ ରଦ୍ଦ କରି ପାରିବେ ଏହାର ଲାଇସେନ୍ସ !

ପେଟ୍ରୋଲ ପମ୍ପ୍‌ରେ ପଇସା ଦେଇ ଲୋକେ ପେଟ୍ରୋଲ, ଡିଜେଲ ପକାଇ ଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏଠାରେ ଏମିତି କିଛି ସୁବିଧା ଉପଲବ୍ଧ ଅଛି, ଯାହା ବିଲ୍‌କୁଲ ମାଗଣାରେ ମିଳିଥାଏ। ଯଦି ସେହି ସେବା ଦେଶର କୌଣସି ପେଟ୍ରୋଲ ପମ୍ପରେ ନ ମିଳେ, ତା’ହେଲେ ଆପଣ ଏ ନେଇ ଅଭିଯୋଗ କରି ପାରିବେ। କେବଳ ଏତିକି ନୁହେଁ, ଯଦି ଆପଣଙ୍କ ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ଉକ୍ତ ପେଟ୍ରୋଲ ପମ୍ପ୍‌ର ଲାଇସେନ୍ସକୁ ରଦ୍ଦ କରାଯାଇ ପାରିବ।

ପିଇବା ପାଇଁ ଶୁଦ୍ଧ ପାଣି

ଡିଲରଙ୍କୁ ନିଜ ପେଟ୍ରୋଲ ପମ୍ପରେ ସାଧାରଣ ଲୋକଙ୍କ ଲାଗି ନିଶୁଳ୍କ ପିଇବା ପାଣିର ସୁବନ୍ଦୋବସ୍ତ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଆର୍‌ଓ ମେଶିନ, ଓ୍ଵାଟର କୁଲର ଏବଂ ପାଣିର କନେକ୍ସନ ନିଜେ ହିଁ ଲଗାଇବାକୁ ପଡ଼ିବ। ଯଦି ଏଭଳି ସୁବିଧା ନ ମିଳେ, ତା’ହେଲେ ଆପଣ ଏହା ବିରୋଧରେ ତୈଳ ମାର୍କେଟିଙ୍ଗ୍‌ କମ୍ପାନୀଠାରେ ଅଭିଯୋଗ କରି ପାରିବେ।

ଏହାସହ ପଢ଼ନ୍ତୁ: କର୍ମଚାରୀଙ୍କୁ ଅଫର୍‌ ଦେଲା ଜାପାନୀ କମ୍ପାନୀ, ‘ସିଗାରେଟ୍‌ ଛାଡ଼, ୬ ଦିନ ବୈତନିକ ଛୁଟି ନିଅ’

ଇମରଜେନ୍ସିରେ କରିପାରିବେ ଫୋନ୍‌ କଲ

ଯଦି ଆପଣ ରାସ୍ତାରେ ଗଲା ବେଳେ କୌଣସି ସମସ୍ୟାରେ ପଡ଼ିଯାଇଛନ୍ତି ଏବଂ ଆପଣଙ୍କ ପାଖରେ ମୋବାଇଲ୍‌ ଫୋନ୍‌ର ସୁବିଧା ନାହିଁ, ତା’ହେଲେ ଡରିବାର କୌଣସି କାରଣ ନାହିଁ। ଆପଣ କୌଣସି ପେଟ୍ରୋଲ ପମ୍ପ ଯାଇ ସେଠାରୁ ଗୋଟିଏ ନମ୍ବରକୁ କଲ୍‌ କରି ପାରିବେ। ଏଥିପାଇଁ ପେଟ୍ରୋଲ ପମ୍ପର କର୍ମଚାରୀ କିମ୍ବା ମ୍ୟାନେଜର ଆପଣଙ୍କୁ ମନା କରି ପାରିବେ ନାହିଁ। ଏହି ସୁବିଧା ଆପଣଙ୍କୁ ମାଗଣାରେ ମିଳିବ।

ଶୌଚାଳୟର ସୁବିଧା

ପେଟ୍ରୋଲ ପମ୍ପରେ ସ୍ୱଚ୍ଛ ଶୌଚାଳୟର ସୁବିଧା ଲୋକଙ୍କୁ ମିଳିଥାଏ। ଏହାକୁ ବ୍ୟବହାର କରିବାରେ କେହି ଆପଣଙ୍କୁ ରୋକି ପାରିବେ ନାହିଁ। ଯଦି ସେଠାରେ ଅପରିଷ୍କାର କିମ୍ବା ଭଙ୍ଗା ଶୌଚାଳୟ ଅଛି, ତା’ହେଲେ ଆପଣ ତୈଳ ମାର୍କେଟିଙ୍ଗ୍‌ କମ୍ପାନୀକୁ ଅଭିଯୋଗ କରି ପାରିବେ।

ଏହାସହ ପଢ଼ନ୍ତୁ: ନେତାଜୀଙ୍କ ଅସ୍ଥି ରହିଛି ଜାପାନ ମନ୍ଦିରରେ, ଡିଏନ୍‌ଏ ଟେଷ୍ଟ ପାଇଁ ଦାବି

ଫାଷ୍ଟ୍‍ଏଡ୍‌ ବକ୍ସର ସୁବିଧା

ସବୁ ପେଟ୍ରୋଲ ପମ୍ପରେ ଫାଷ୍ଟ୍‍ ଏଡ୍‌ ବକ୍ସର ସୁବିଧା ଉପଲବ୍ଧ ହେବା ଜରୁରୀ। ଏଥିରେ ଥିବା ଔଷଧଗୁଡ଼ିକର ଏକ୍ସପାଏରୀ ଡେଟ୍‌ ରହିବା ନିହାତି ଦରକାର। ଯଦି ପେଟ୍ରୋଲ ପମ୍ପରେ ଆପଣଙ୍କୁ କେହି କର୍ମଚାରୀ ଫାଷ୍ଟ୍‍ଏଡ୍‌ ବକ୍ସ ଦେବାକୁ ମନା କରିଦିଅନ୍ତି, ତା’ହେଲେ ଆପଣ ଏ ନେଇ ଲିଖିତ ଅଭିଯୋଗ କରି ପାରିବେ।

ତେଲର କ୍ୱାଲିଟି ଏବଂ କ୍ୱାଣ୍ଟିଟି ଜାଣିବାର ଅଧିକାର

ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲର କ୍ୱାଲିଟି ଓ କ୍ୱାଣ୍ଟିଟି ଜାଣିବାର ପୂରା ଅଧିକାର ରହିଛି। ପେଟ୍ରୋଲ ପମ୍ପ ମାଲିକଙ୍କୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥାଏ। ସେମାନେ ସଠିକ୍‌ ପରିମାଣରେ ତେଲ ଦେଉଛନ୍ତି କି ନାହିଁ ଏବଂ ଏଥିରେ କିଛି ମିଶା ଯାଉଛି କି ? ଏସବୁ ଜାଣିବାର ଅଧିକାର ଆପଣଙ୍କର ରହିଛି । ଏମିତି ନ ହେଲେ, ଆପଣ ଅଭିଯୋଗ କରି ପାରିବେ।

ଏହାସହ ପଢ଼ନ୍ତୁ: ମିଳୁ ନାହାନ୍ତି ଘାତକ, କେମିତି ଫାଶି ଦିଆଯିବ ନିର୍ଭୟା ଦୋଷୀଙ୍କୁ ?

କମ୍ପାନୀର ନାଁ ଏବଂ କଣ୍ଟାକ୍ଟ ନମ୍ବର ଲେଖିବା ବାଧ୍ୟତାମୂଳକ

ପେଟ୍ରୋଲ ପମ୍ପ ମାଲିକଙ୍କ ପାଇଁ ପେଟ୍ରୋଲିୟମ୍‌ କମ୍ପାନୀର ନାଁ ଏବଂ କଣ୍ଟାକ୍ଟ ନମ୍ବର ଲେଖି ଟାଙ୍ଗିବା ବାଧ୍ୟତାମୂଳକ। ଏହାଦ୍ୱାରା ଗ୍ରାହକଙ୍କୁ ପେଟ୍ରୋଲ ପମ୍ପ ମାଲିକ ଏବଂ କମ୍ପାନୀ ସହ ସମ୍ପର୍କ କରିବାର ସୁବିଧା ମିଳିଥାଏ।

ଖୋଲିବା ଏବଂ ବନ୍ଦ ହେବାର ସମୟ ବତାଇବା ଜରୁରୀ

ସବୁ ପେଟ୍ରୋଲ ପମ୍ପରେ ଏହାର ଖୋଲିବା ଏବଂ ବନ୍ଦ ହେବା ସମୟର ନୋଟିସ୍‌ ଟଙ୍ଗାଯିବା ଉଚିତ। ଏହା ସହ ପେଟ୍ରୋଲ ପମ୍ପ କେଉଁ କେଉଁ ଦିନ ବନ୍ଦ ରହିବ, ତାହାର ସୂଚନା ମଧ୍ୟ ଦେବା ଦରକାର।

ଏହାସହ ପଢ଼ନ୍ତୁ: ଏମିତି ମାନସିକତାକୁ ବଦଳାଇବ କିଏ ? ପଢନ୍ତୁ ଏହି ରିପୋର୍ଟ, ଜାଣି ପାରିବେ ପ୍ରକୃତ ଘଟଣା କଣ

ବିଲ୍‌ ପାଇବାର ଅଧିକାର

ପେଟ୍ରୋଲ ଏବଂ ଡିଜେଲ ଭରିବା ପରେ ଆପଣଙ୍କୁ ବିଲ୍‌ ପାଇବାର ପୂରା ଅଧିକାର ଅଛି। ଯଦି କୌଣସି ପେଟ୍ରୋଲ ପମ୍ପ ମାଲିକ କିମ୍ବା ଏହାର ଏଜେଣ୍ଟ ଆପଣଙ୍କୁ ବିଲ୍‌ ଦେବାକୁ ମନା କରିଦିଅନ୍ତି, ତା’ହେଲେ ଆପଣ ଅଭିଯୋଗ କରି ପାରିବେ।

ଗାଡ଼ି ଚକାରେ ପମ୍ପ ଭରିବା

ସବୁ ପେଟ୍ରୋଲ ପମ୍ପ ଗାଡ଼ି ଚକାରେ ହାଓ୍ଵା ଭରିବାର ସୁବିଧା ଦେବା ଉଚିତ। ଏଥିପାଇଁ ପେଟ୍ରୋଲ ପମ୍ପ ଡିଲର ଇଲେକ୍ଟ୍ରୋନିକ୍‌ ମେଶିନ ଏବଂ ପମ୍ପ ଭରିବା ପାଇଁ କିଛି ଲୋକଙ୍କୁ ନିଯୁକ୍ତ କରିବା ଜରୁରୀ ହୋଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିପାଇଁ ଆପଣଙ୍କୁ କେହି ପଇସା ମାଗି ପାରିବେ ନାହିଁ। ଏହି ସୁବିଧା ନିଶୁଳ୍କ ରୂପରେ ଦିଆଯିବ।

ଏହାସହ ପଢ଼ନ୍ତୁ: ନିଜ ପିଲାକୁ ଭୋକ ବିକଳରେ ମାଟି ଖାଉଥିବାର ଦେଖି ମା ସରକାରଙ୍କୁ କଲେ ଏପରି ଅନୁରୋଧ

କେମିତି କରିବେ ଅଭିଯୋଗ

ସବୁ ପେଟ୍ରୋଲ ପମ୍ପରେ ଅଭିଯୋଗ ବାକ୍ସ କିମ୍ବା ରେଜିଷ୍ଟର ରଖାଯାଇଥାଏ। ଯେପରି ଗ୍ରାହକମାନେ ଏଥିରେ ନିଜର ଅଭିଯୋଗ କରିପାରିବେ। ଯଦି ଆପଣଙ୍କୁ ପେଟ୍ରୋଲ ପମ୍ପରେ ଏ ସମସ୍ତ ସୁବିଧା ମିଳୁନି, ତା’ହେଲେ ଆପଣ Centralized Public Grievance Redress and Monitoring Systemର ପୋର୍ଟାଲ ଅର୍ଥାତ୍‌ https://pgportal.gov.inକୁ ଯାଇ ଅଭିଯୋଗ କରିପାରିବେ।

 

 

Roshni

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago