ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼: ବାୟୁମଣ୍ଡଳ ଅଶାନ୍ତ, କବାଟ ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ
ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼ ପରିବେଶକୁ ଅଶାନ୍ତ କରିଦେଇଛି । ଏହା ଏମାସର ତୃତୀୟ ଧୂଳିଝଡ଼ । ଛୋଟବଡ଼ ଧୂଳିକଣା ବାୟୁମଣ୍ଡଳରେ ଉଡ଼ି ବୁଲି ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କବାଟ ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।

ନୂଆଦିଲ୍ଲୀ: ବେଜିଂରେ ଧୂଳିଝଡ଼, ବାୟୁମଣ୍ଡଳ ଅଶାନ୍ତ । ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼ ପରିବେଶକୁ ଅଶାନ୍ତ କରିଦେଇଛି । ଏହା ଏମାସର ତୃତୀୟ ଧୂଳିଝଡ଼ । ଛୋଟବଡ଼ ଧୂଳିକଣା ବାୟୁମଣ୍ଡଳରେ ଉଡ଼ି ବୁଲି ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କବାଟ ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ କୋଭିଡ ଲକଡାଉନ୍ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ରହୁଥିବା ବେଳେ ଏବେ ଧୂଳିଝଡ଼ ଯୋଗୁଁ ସମାନ ଅବସ୍ଥା ସୃଷ୍ଟି ହୋଇଛି । ଯେଉଁମାନେ ବାହାରକୁ ଯାଉଛନ୍ତି, ମୁହଁରେ ମାସ୍କ ଓ ଆଖିରେ ଚଷମା ପିନ୍ଧି ଯାଉଛନ୍ତି । ଘରଦ୍ୱାର, ଗଛପତ୍ର ଉପରେ ଆଙ୍ଗୁଳେ ବହଳର ହଳଦିଆ ଆସ୍ତରଣ ପଡ଼ିଯାଇଛି । ମୁହଁକୁ ମୁହଁ ଦେଖାଯାଉନି ।
ଘରଦ୍ବାର, ଗାଡ଼ିଘୋଡ଼ା, ଗଛପତ୍ର ସବୁ ଉପରେ ଆଙ୍ଗୁଳେ ବହଳ ହଳଦିଆ ଆସ୍ତରଣ ପଡ଼ିଯାଇଛି। ଆକାଶ ଧୂଆଁଳିଆ ହୋଇଯାଇଛି, ଯେଉଁଥିରେ ମୁହଁକୁ ମୁହଁ ଦେଖାଯିବା କଷ୍ଟକର ହେଉଛି। ୨୦୧୭ ମସିହାରୁ ଏହା ବାୟୁମଣ୍ଡଳର ସବୁଠାରୁ ଖରାପ ଅବସ୍ଥା ବୋଲି ବେଜିଂ ପରିବେଶ ମନିଟରିଂ ବିଭାଗ ପକ୍ଷରୁ କୁହାଯାଇଛି।