ଚୋରି କରିବାକୁ ଘରେ ପଶିଥିଲା ଚୋର, କିଛି ପାଇଲାନି ବୋଲି ଯୁବତୀଙ୍କୁ କିସ୍ କରି ଚାଲିଗଲା
ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା ଚୋର । ହେଲେ ଭାଗ୍ୟକୁ କିଛି ନଥିଲା । ବିଚାରା ଶେଷରେ ଏମିତି କିଛି କଲା ଯେ, ଚୋରି ନ କରି ମଧ୍ୟ ଥାନାକୁ ଯିବାକୁ ପଡିଲା । ଚୋରି କରିବାକୁ ଆସି ଘରେ କିଛି ପାଇଲାନି ବୋଲି ଯୁବତୀଙ୍କୁ କିସ୍ କରି ଚାଲିଗଲା ଯୁବକ । ଯୁବତୀ ଜଣକ ପୋଲିସରେ ମାମଲା ଦାୟର କରିବା ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କୁ ଯୁବତୀଙ୍କୁ ଅସଦାଚରଣ ଏବଂ ଲୁଟ୍ ଉଦ୍ୟମ ମାମଲାରେ ପୋଲିସ ଗିରଫ କରିଛି । ଏଭଳି ଘଟଣା ମୁମ୍ବାଇର ମଲାଡ ଅଞ୍ଚଳରେ ଘଟିଛି ।
ପୋଲିସରେ ଦାୟର କରିଥିବା ରିପୋର୍ଟ ଅନୁଯାୟୀ, ୩୮ ବର୍ଷୀୟ ଯୁବତୀ ଜଣକ ଘରେ ଏକୁଟିଆ ଥିବା ଦେଖି ଯୁବକ ଜଣକ ଘରେ ପଶିଥିଲେ । ଘରେ ପଶିବା ପରେ ଯୁବକ ଜଣକ କବାଟ ବନ୍ଦ କରି ଯୁବତୀଙ୍କୁ ବାନ୍ଧି ଦେଇଥିଲେ । ପରେ ଯୁବତୀଙ୍କୁ କାବୁ କରି ଘରର ମୂଲ୍ୟବାନ ଜିନିଷ, ଟଙ୍କା, ମୋବାଇଲ ଏବଂ ଏଟିଏମ କାର୍ଡ ମାଗିଥିଲେ । ମହିଳା ଜଣକ ଘରେ କୌଣସି ମୂଲ୍ୟବାନ ଜିନିଷ ନାହିଁ ବୋଲି ମନା କରିଦେଇଥିଲେ । ଏହା ଶୁଣି ଯୁବକ ଜଣକ କିଛି ଜିନିଷ ନ ପାଇବାରୁ ହତାଶ ହୋଇପଡିଥିଲେ । ଆଉ ବାନ୍ଧିଥିବା ଯୁବତୀଙ୍କୁ କିସ୍ କରି ଚାଲିଯାଇଥିଲେ ।
ଘଟଣା ପରେ ଯୁବତୀ ଜଣକ କୁରାର ପୋଲିସ ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ । ଭାରତୀୟ ନ୍ୟାୟ ସଂହିତା ଅନୁସାରେ ରିପୋର୍ଟ ହୋଇଥିବା ସନ୍ଧ୍ୟାରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଅନୁଯାୟୀ, ପୋଲିସ ମାମଲାର ଯାଞ୍ଚ କରୁଛି ।
ପୋଲିସ କହିବା ମୁତାବକ, ଗିରଫ ହୋଇଥିବା ଯୁବକ ସେହି ଅଞ୍ଚଳରେ ରୁହନ୍ତି । ଯୁବକଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ । ଯୁବକ ଜଣକ ନିଜ ପରିବାର ସହିତ ରହୁଛନ୍ତି ଆଉ ତାଙ୍କର ଆର୍ଥିକ ସ୍ବଚ୍ଛଳ ଭଲ ନାହିଁ ।