ଅଚାନକ ଗାଏବ ହେବାକୁ ଲାଗିଲା ଅଞ୍ଚଳର ପୁରୁଷଙ୍କ ଅଣ୍ଡରେଓ୍ଵୟାର, ସିସିଟିଭିରେ ଧରାପଡିଲା ଚୋର

ନୂଆଦିଲ୍ଲୀ : ଦୁନିଆରେ ବହୁ ପ୍ରକାର ଚୋର ଦେଖିବାକୁ ମିଳନ୍ତି । ହେଲେ ଅଣ୍ଡରେଓ୍ଵୟର ବା ଅନ୍ତବସ୍ତ୍ର ଚୋର ବିଷୟରେ ଆପଣ ଶୁଣିନଥିବେ । ହେଲେ ଆଜି ଆମେ ଏମିତି ଏକ ଚୋର ବିଷୟରେ କହିବୁ ଯିଏ କେବଳ ପୁରୁଷଙ୍କ ଅଣ୍ଡରେଓ୍ଵୟର ଚୋରି କରେ । ଏହି ଘଟଣା ଜଣାପଡ଼ିଲା ଯେତେବେଳେ ଏକ ଅଞ୍ଚଳରୁ କେବଳ ପୁରୁଷଙ୍କ ଅଣ୍ଡରେଓ୍ଵୟର ଚୋରି ହେବାକୁ ଲାଗିଲା । ଏହି ଅଣ୍ଡରଓ୍ଵୟର ବା ଚଡି ଚୋର ବିଷୟରେ ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓରୁ ଜଣାପଡ଼ିଲା ।

ସୂଚନାନୁଯାୟୀ, ପରକର କେମ୍ପର ହାଉସିଂ କଲୋନୀରେ ଗତ କିଛି ଦିନ ଧରି ଲୋକେ ନିଜର ଅନ୍ତବସ୍ତ୍ର ଚୋରି ନେଇ ବହୁତ ଚିନ୍ତିତ ଥିଲେ । ଏଠାରେ ଲୋକଙ୍କ ଘରୁ ମୂଲ୍ୟବାନ ଜିନିଷ ବଦଳରେ କେବଳ ଚଡ଼ି ଚୋରି ହେଉଥିଲା । ଲୋକଙ୍କୁ ଏହା ବଡ଼ ଚିନ୍ତାରେ ପକାଇଥିଲା ଯେ ମୂଲ୍ୟବାନ ଜିନିଷ ବଦଳରେ କିଏ ତାଙ୍କର ଚଡି ଚୋରି କରୁଛି । ପରେ ସିସିଟିଭି ଫୁଟେଜରୁ ଚୋର ବିଷୟରେ ଜଣାପଡ଼ିଲା ।

ମାସ୍କ ପିନ୍ଧି କରୁଥିଲା ଚୋରି

ଚୋରଟି ମାସ୍କ ପିନ୍ଧିଥିବାରୁ ସିସି ଟିଭିରେ ଥିବା ପଟୋରୁ ଚୋରକୁ ଚିହ୍ନି ହୋଇ ନଥିଲା । ଫୁଟେଜରେ ଦେଖାଯାଇଥିଲା ଯେ ଚୋରଟି ଚୁପ ଚାପ୍‌ ଏକ ପାଚେରୀ ଡେଇଁ ପଶିଲା । ହେଲେ ସେଠାରୁ କେବଳ ଚଡ଼ି ନେଇ ଚାଲିଯାଇଥିଲା । ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ କରିବା ପରେ ଲୋକେ ବିଭିନ୍ନ ମଜାଳିଆ କମେଣ୍ଟ ଦେଇଛନ୍ତି । କେହି କେହି କହିଛନ୍ତି ଯେ ଯଦି ଶସ୍ତା ଚଡ଼ି ଦରକାର ତେବେ ‘‘ଏତେ ବିପଦପୂର୍ଣ୍ଣ କାମ କରିବାର କଣ ଅଛି । ପାଖ ଦୋକାନରେ ଶସ୍ତା ଚଡ଼ି ମିଳିବ,ସେଠାକୁ ଯାଅ । ’’

Leave A Reply

Your email address will not be published.