ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା ଯୋଗୁଁ ଚୋରି କରିବା ଭୁଲି ଶୋଇପଡିଥିଲା । ଏହାପରେ ଏତେ ଗଭୀର ନିଦରେ ଶୋଇଥିଲା ଯେ, ଉଠିବା ବେଳକୁ ପୋଲିସ ଗିରଫ କରିଥିଲା । ଏହି ଘଟଣା ଇନ୍ଦିରାନଗର ଥାନା ଅଞ୍ଚଳ ସେକ୍ଟର ୨୦ରେ ଦେଖିବାକୁ ମିଳିଛି ।
ଖବର ମୁତାବକ, ଡାକ୍ତରଙ୍କ ଘରେ କଳାକନା ବୁଲାଇବାକୁ ପଶିଥିଲା ଚୋର । ମାତ୍ର ଚୋରଟି ନିଶାସକ୍ତ ଅବସ୍ଥାରେ ଥିବାରୁ ଏସି ପବନ ଯୋଗୁଁ ସେଠାରେ ଶୋଇ ପଡ଼ିଥିଲା । ଆଉ ସକାଳୁ ଆଖଇ ଖୋଲିଲା ବେଳକୁ ପୋଲିସ ତାକୁ ଘେରି ରହିଥିବା ଦେଖିବାକୁ ପାଇଥିଲା । ଚୋର ଜଣକ ସିଧା ଏବେ ଏସି ରୁମରେ ଯାଇ ଥାନାରେ ।
ଲକ୍ଷ୍ନୌର ଇନ୍ଦିରା ନଗରରେ ଡା. ସୁନୀଲ ପାଣ୍ଡେ ରହୁଥିଲେ । ମାତ୍ର ବାରଣାସୀକୁ ବଦଳି ହୋଇ ଯାଇଥିବାରୁ ସେ ପରିବାର ସହ ସେଠାକୁ ଚାଲି ଯାଇଥିଲେ । ଘର ତାଲା ପଡିଥିବା ବେଳେ ଚୋର ଏହାର ସୁଯୋଗ ନେଇ ଘରେ ପଶିଥିଲା । ଚୋର ଗେଟ୍ ଭାଙ୍ଗି ଡାକ୍ତରଙ୍କ ଘରେ ପଶିଥିଲା । ସେଠାରୁ ୱାଶ ବେଶିନ, ଗ୍ୟାସ୍ ସିଲିଣ୍ଡର, ପାଣି ପମ୍ପ ଆଦି ଚୋରି କରିବାକୁ କରିଥିଲା । ପରେ ଆଲମାରିରୁ ଟଙ୍କା ଏବଂ ଗହଣା ଚୋରି କରିବା ଭିତରେ ଏସି ଚଲାଇଥିଲା ଚୋର । ଆଉ ଏସି ଥଣ୍ଡା ପବନରେ ଚୋରି କରୁ କରୁ ନିଦରେ ଶୋଇପଡିଥିଲା ।
ତେବେ ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଡାକ୍ତରଙ୍କ ଘର ଖୋଲାଥିବା ଦେଖିଥିଲେ । ଏହାପରେ ସେମାନେ ଭିତରକୁ ଯାଇ ଜିନିଷ ଛିନଚତ୍ର ହୋଇ ପଡ଼ିଥିବା ବେଳେ ଚଟାଣରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ପୋଲିସକୁ ଫୋନ୍ କରି ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଧରିନେଇଥିଲା ।
ନର୍ଥ ଜୋନ ଡିସିପି ବିଜୟ ଶଙ୍କର ମୁତାବକ, ଚୋର ଚୋରି କରିବାକୁ ଆସିଥିଲା କିନ୍ତୁ ଏସିର ଥଣ୍ଡା ପବନରେ ଶୋଇପଡିଥିଲା । ଏହି ସମୟରେ ଚୋର ନିଶାସକ୍ତ ଥିଲା । ତେଣୁ ଚୋରି କରିବା ସମୟରେ ଶୋଇପଡିଥିଲା । ପଡୋଶୀ ଏହା ବିଷୟରେ ସୂଚନା ଦେବା ପରେ ତୁରନ୍ତ ତାକୁ ଗିରଫ କରାଯାଇଥିଲା ।