ଚୋରର ଶେଷ ଚୋରି, ଅଟୋ ନେଇ ଫେରାର ହେଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଚୋରି କରିବାକୁ ଯାଇ ଜୀବନ ହାରିଲା ଚୋର । ଚୋର ଅଟୋ ଚୋରି କରି ନେଉଥିବା ବେଳେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଛି । ପୋଲିସ ମାମଲା ଦାୟର କରି ଅଜ୍ଞାତ ବ୍ୟକ୍ତିକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଭଳି ଘଟଣା ମଧ୍ୟପ୍ରଦେଶ ବେତୁଲରେ ଘଟିଛି ।
ଖବର ମୁତାବକ, ବେତୁଲର ଶାରଣୀ ଥାନା ଅଞ୍ଚଳ ପାଥଖେଡାରେ ବୁଧବାର ରାତିରେ ସନ୍ତୋଷ କୁମାର ନାମକ ବ୍ୟକ୍ତିଙ୍କ ଘର ସାମ୍ନାରୁ ଲୋଡିଂ କରୁଥିବା ଅଟୋ ରହିଥିଲା । ସୁଯୋଗ ଦେଖି ଚୋର ଅଟୋ ଚୋରାଇ ଫେରାର ହୋଇଯାଇଥିଲା । ଅଟୋ ମାଲିକ ରାତି ୩ଟାରେ ଖବର ପାଇଲେ କି, ତାଙ୍କ ଅଟୋର ଦୁର୍ଘଟଣା ହୋଇଛି । ଘଟଣା ବିଷୟରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ପୋଲିସ କହିବା ମୁତାବକ, ପାଥାଖେଡା ଏବଂ କାଲିମାଇ ନିକଟରେ ଚୋର ଦ୍ରୁତଗତିରେ ନେଇ ଯାଉଥିବା ଅଟୋ ଅନିୟନ୍ତ୍ରିତ ହୋଇ ଗଛରେ ଧକ୍କା ହୋଇଥିଲା । ଏହାପରେ ଅନ୍ୟ ଏକ ଗଛରେ ଧକ୍କା ହେବା ପରେ ଅଟୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କ ଜୀବନ ଚାଲିଯାଇଥିଲା ।
ପୋଲିସ ମୃତକଙ୍କ ପାଖରୁ ପରିଚୟ ପତ୍ର ପାଇନଥିଲା । ଘଟଣା ସ୍ଥଳରେ ଏକ ମୋବାଇଲ ମିଳିଥିଲା, ସେଥିରୁ ପରିଚୟ ମିଳିଥିଲା । ତେବେ ମୃତଦେହକୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ମୃତକଙ୍କ ପରିଜନ ଆସିଲେ ପୋଷ୍ଟମର୍ଟମ କରାଯିବ ବୋଲି ପୋଲିସ କହିଛି ।
Also Read : ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଟ୍ରକ-ପିକଅପ୍ ଧକ୍କା, ୮ ମୃତ