ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସମୟରେ ଚୋରି ହେଲା ୧୧ଜଣଙ୍କ ଫୋନ୍, ଯାହାର ଶିକାର ହୋଇଛନ୍ତି ଏହି ବିଜେପି ସାଂସଦ

ନୂଆଦିଲ୍ଲୀ: ପୂର୍ବ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସମୟରେ ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ଘଟିଯାଇଛି । ଯାହାକୁ ଜାଣିବା ପରେ ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଆଜ୍ଞା ହଁ,କଥା ଟି ହେଉଛି କି ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମୟରେ ସେଠାରେ ଉପସ୍ଥିତଥିବା ପାଖାପାଖି ୧୧ଜଣ ଲୋକଙ୍କର ଫୋନ୍ ଚୋରି ହୋଇଯାଇଛି । ଯେଉଁମାନଙ୍କ ଫୋନ୍ ଚୋରି ହୋଇଛି ସେମାନଙ୍କ ମଧ୍ୟରେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ସାମିଲ୍ ଅଛନ୍ତି । ଏନେଇ ପତଞ୍ଜଳୀର ପ୍ରବକ୍ତା ଏସ.କେ ତିଜାରାୱାଲା ସୋମବାର ଟ୍ବିଟ୍ ମାଧ୍ୟମରେ ଜଣାଇଥିଲେ ।

babul

ଏହାସହ ପଢନ୍ତୁ:

ବର୍ଷକ ଭିତରେ ଅସ୍ତ ହୋଇଗଲେ ବିଜେପିର ୪ ତୁଙ୍ଗ ନେତା, ଦଳରେ ବିରାଟ ଶୂନ୍ୟସ୍ଥାନ

ସେ କହିଛନ୍ତି କି, ରବିବାର ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସମୟରେ ନିଜମବୋଧ ଘାଟରେ ତାଙ୍କ ସମେତ ଅନ୍ୟ ୧୦ଜଣଙ୍କର ଫୋନ୍ ଚୋରି ହୋଇଯାଇଥିଲା । ତିଜାରାୱାଲା ଟ୍ବିଟ୍ କରି ଲେଖିଛନ୍ତି କି, ଗୋଟେ ପଟେ ଆମେ ସବୁ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଥିବାବେଳେ ଯେଉଁ ଫୋନରୁ ମୁଁ ଫଟୋ ଉଠାଇଥିଲି ସେହି ଫୋନ୍ ମଧ୍ୟ ଗୁଡ୍ ବାୟ କହିଥିଲା । ଏହି ଟ୍ବିଟ୍ କୁ ତିଜାରାୱାଲା ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଦିଲ୍ଲୀ ପୋଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ଏହି ସମୟରେ ତିଜାରାୱାଲା ଆଉ ଏକ ଟ୍ବିଟ୍ କରିବା ସହିତ ସେଥିରେ ଏକ ସ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଫୋନର ଶେଷ ଲୋକେସନ୍ ସମ୍ପର୍କରେ ସୂଚନା ଦିଆଯାଇଛି । ସେ ଏହା ସହିତ ଲେଖିଛନ୍ତି କି, ମୋ ଫୋନ୍ ଏବେ କରାୱଲ୍ ନଗରରେ ଅଛି । ଏହାର ଲୋକେସନ୍ ପଠାଉଛି, ଧରିପାରିବେ ଯଦି ଧରନ୍ତୁ । ଏହି ଘଟଣାରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହିତ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ଅନ୍ୟପଟେ କଶ୍ମିରୀ ଗେଟ୍ ପୋଲିସ୍ କହିଛି କି, ଏନେଇ କୌଣସି ମାମଲା ରୁଜୁ ହୋଇନି । ଯଦି ହୁଏ ତେବେ ତଦନ୍ତ କରାଯିବ ।