ନିଜ ଅନ୍ତିମ ସଂସ୍କାର ପାଇଁ ଘରେ ସଞ୍ଚିଥିଲେ ପଇସା, ସୁଯୋଗ ଉଣ୍ଡି ଲୁଟି ନେଲେ ଦୁର୍ବୃତ୍ତ; ଆଇପିଏସ୍‌ ଦେଲେ ୧ ଲକ୍ଷ ଟଙ୍କା!

ଶ୍ରୀନଗରରେ ଜଣେ ବୃଦ୍ଧ ଚଣା ବିକାଳିଙ୍କ ଘରୁ ଲୁଟ୍‌ ହୋଇଛି। ଲୁଟେରାମାନେ ବୃଦ୍ଧଙ୍କୁ ପିଟି ତାଙ୍କର ସମସ୍ତ ଜମା ଟଙ୍କାକୁ ନେଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶ୍ରୀନଗରର ଏସ୍‌ଏସ୍‌ପି ଆଇପିଏସ୍‌ ସନ୍ଦୀପ ଚୌଧୁରୀ ବୃଦ୍ଧଙ୍କ ପ୍ରତି ମହାନତା ଦେଖାଇଛନ୍ତି, ଯଦ୍ଦ୍ଵାରା କି, ତାଙ୍କୁ ସବୁଆଡ଼ୁ ପ୍ରଶଂସା ମିଳୁଛି। ବୃଦ୍ଧଙ୍କ କହିବା ଅନୁଯାୟୀ, ସେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଏହି ଟଙ୍କା ଜମା ରଖିଥିଲେ। କିନ୍ତୁ ଆଇପିଏସ୍‌ଙ୍କ ସହାୟତାରେ ଏବେ ବୃଦ୍ଧଙ୍କ ମୁହଁରେ ହସ ଫୁଟି ଉଠି ପାରିଛି।

ଶ୍ରୀନଗର ଉପକଣ୍ଠ କଦଲ ଅଞ୍ଚଳରେ ଚଣା ବିକୁଥିବା ୯୦ ବର୍ଷୀୟ ଅବଦୁଲ ରହମାନଙ୍କ ଘରୁ ଲୁଟେରାମାନେ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅବଦୁଲ ନିଜ ଅନ୍ତିମ ସଂସ୍କାର ପାଇଁ ଏହି ଟଙ୍କାଗୁଡ଼ିକୁ ଜମା କରିକି ରଖିଥିଲେ। ଯେତେବେଳେ ବରିଷ୍ଠ ପୋଲିସ ଅଧୀକ୍ଷକ ସନ୍ଦୀପ ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ଖବର ମିଳିଥିଲା, ତ ସେ ନିଜେ ଅବଦୁଲ ରହମାନଙ୍କ ପାଖକୁ ଯାଇ ପୂରା ମାମଲା ବିଷୟରେ ଜାଣିବାକୁ ଚାହିଁଥିଲେ। ଆଉ ଏହାପରେ ସେ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସନ୍ଦୀପ ଚୌଧୁରୀ ରହମାନଙ୍କୁ ନିଜ ତରଫରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଶ୍ରୀନଗରର ଉପ ମହାପୌର ପରଭେଜ ଅହମଦ କାଦରୀ ଟ୍ଵିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି କି, ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧ ଚଣା ବିକାଳିଙ୍କୁ ଶ୍ରୀନଗର ପୋଲିସ ଏବଂ ସନ୍ଦୀପ ଚୌଧୁରୀ ସହାୟତା କରିଛନ୍ତି। ସେମାନେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ଏକ ପ୍ରଶଂସନୀୟ ନିର୍ଣ୍ଣୟ। ଅବଦୁଲ ରହମାନ ନିଜ ଅନ୍ତିମ ସଂସ୍କାର ପାଇଁ ପଇସା ଜମା କରି ରଖିଥିଲେ। ସେ ଏକୁଟିଆ ରହୁଥିଲେ।

ଏସ୍‌ଏସ୍‌ପି ସନ୍ଦୀପ ଚୌଧୁରୀ କହିଛନ୍ତି କି, ମାନବତା ଟଙ୍କା ଏବଂ ଅନ୍ୟାନ୍ୟ ବସ୍ତୁଠାରୁ ଢେର ଗୁଣା ବଡ଼। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ସେ ନିଜେ ମଧ୍ୟ ଏହି ମାମଲା ଉପରେ ନଜର ରଖିଥିବା କହିଛନ୍ତି। ସେପଟେ ସୋସିଆଲ ମିଡିଆରେ ଆଇପିଏସ୍‌ଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି ଏବଂ ଲୋକେ ତାଙ୍କୁ ସାଲ୍ୟୁଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.