ଆଜିଠୁ ଭାରତରେ ସେରମ୍‌ ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ, ୧୫୦ରୁ ୨୦୦ ସ୍ୱେଚ୍ଛାସେବୀଙ୍କୁ ଦିଆଯିବା ଟିକା

ନୂଆଦିଲ୍ଲୀ: ଆଜିଠୁ ଭାରତରେ ସେରମ୍‌ ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ୧୫୦ରୁ ୨୦୦ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯିବା ସୂଚନା ରହିଛି । ଆଷ୍ଟ୍ରାଜେନେକା ସହ ମିଶି ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ ଭାରତରେ ଅକ୍ସଫୋର୍ଡ ଟିକା ଟ୍ରାଏଲ କରୁଛି ।

ଆଜି ପୁଣେ ସ୍ଥିତ ସାଶୁନ୍‌ ଜେନେରାଲ ହସପିଟାଲରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ । ପୂର୍ବରୁ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇ ସାରିଛି । ଟିକା ନେବା ପରେ ଇଂଲଣ୍ଡରେ ଜଣେ ସ୍ୱେଛାସେବୀ ଅସୁସ୍ଥ ହେବା ପରେ ଟ୍ରାଏଲ ସ୍ଥଗିତ ରହିଥିଲା ।

Leave A Reply

Your email address will not be published.