ଦେଶ ବିଦେଶ

ଭାରତରେ ଆସିବ କରୋନା ତୃତୀୟ ଲହରୀ, ଫେବୃଆରୀରେ ଶିଖର ଛୁଇଁବ ମାମଲା! ଭବିଷ୍ୟବାଣୀ କଲା କୋଭିଡ ସୁପରମଡେଲ ପ୍ୟାନେଲ

ଦେଶରେ ପ୍ରତିଦିନ କରୋନାର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ ରଖି ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟି ଶନିବାର ଭବିଷ୍ୟବାଣୀ କରିଛି। ଏହା କହିଛି ଯେ ଭାରତରେ ଫେବୃଆରୀ ସୁଦ୍ଧା ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି। ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟି ମୁଖ୍ୟ ଏହା ଉପରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଯଦିଓ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଲହରୀ ପୂର୍ବ ତୁଳନାରେ ଦୁର୍ବଳ ରହିବ।

ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟିର ମୁଖ୍ୟ ବିଦ୍ୟା ସାଗର କହିଛନ୍ତି, ପ୍ରତିଦିନ ଭାରତରେ ୭,୫୦୦ ନୂଆ ମାମଲା ସାମ୍ନାକୁ ଆସୁଛି। ଯେଉଁଭଳି ଭାବେ ସଂକ୍ରମଣ ବ୍ୟାପୁଛି, ତାହାକୁ ଦୃଷ୍ଟିରେ ଦେଖିଲେ ଏହା କୁହାଯାଇ ପାରିବ ଯେ ଏହା ଡେଲଟା ଭାରିଆଣ୍ଟଠାରୁ ମଧ୍ୟ ଅଧିକ ଭୟଙ୍କର ଗତିରେ ମାଡ଼ି ଚାଲିଛି। ସେ ଆହୁରି କହିଛନ୍ତି ଯେ ଭାରତରେ ତୃତୀୟ ଲହରୀ ପୂର୍ବ ଅପେକ୍ଷା ଦୁର୍ବଳ ରହିବ। ନ୍ୟୁଜ୍ ଏଜେନ୍ସି ସହ ବାର୍ତ୍ତାଳାପରେ ସେ କହିଥିଲେ, ତୃତୀୟ ଲହରୀ ଆସନ୍ତା ବର୍ଷ ଜଲ୍‌ଦି ଆସିଯିବ, କିନ୍ତୁ ଏହା ଦ୍ୱିତୀୟ ଲହରୀଠାରୁ ଦୁର୍ବଳ ହେବ।

ବିଦ୍ୟା ସାଗର ଆଗକୁ କହିଥିଲେ ଯେ ଦୈନିକ ୭,୫୦୦ ମାମଲା ସାମ୍ନାକୁ ଆସୁଛି, ଯଦ୍ଦ୍ଵାରା ଏହା କୁହାଯାଇ ପାରିବ କି, ଏହା ଡେଲ୍‌ଟା ଭାରିଆଣ୍ଟକୁ ବିସ୍ଥାପିତ କରୁଛି। ଯଦିଓ ଦ୍ୱିତୀୟ ଲହରୀ ତୁଳନାରେ କମ୍ ମାମଲା ଦେଖିବାକୁ ମିଳିବ। ସେ ଏହା ମଧ୍ୟ କହିଥିଲେ, ଏ ସବୁ କେବଳ ସମ୍ଭାବନା, ଆଗାମୀ ଦିନରେ ଜଣାପଡ଼ିବ ମାମଲା କେତେ ବଢ଼ିବ ଏବଂ ଏହା କେତେ ଦୂର ପର୍ଯ୍ୟନ୍ତ ଲୋକଙ୍କୁ ପ୍ରଭାବିତ କରିବ। ସେପଟେ sero-prevalence ୭୫ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ୮୫ ପ୍ରତିଶତ ବୟସ୍କମାନଙ୍କୁ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ଲାଗି ସାରିଥିବା ବେଳେ ୫୫ ପ୍ରତିଶତଙ୍କୁ ଟିକାର ଉଭୟ ଡୋଜ୍‌ ଲାଗି ସାରିଛି।

ବିଦ୍ୟା ସାଗର ଆହୁରି ମଧ୍ୟ କହିଛନ୍ତି ଯେ ଟିକା ନେବା ପରେ ସାରା ଦେଶରେ ସମସ୍ତ ବର୍ଗଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏମିତିରେ ଓମିକ୍ରନ୍ କେଉଁଭଳି ଭାବେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରୁଛି, ସଂକ୍ରମଣ ସେହି କାରଣ ଉପରେ ନିର୍ଭର କରିଥାଏ। କହି ରଖୁଛୁ କି, WHO ମଧ୍ୟ ଓମିକ୍ରନ୍କୁ ନେଇ ଚେତାବନୀ ଦେଇଛି। WHO କହିଛି, ଓମିକ୍ରନ୍ ଭାରିଆଣ୍ଟ ୮୯ ଦେଶରେ ବ୍ୟାପି ସାରିଛି ଏବଂ ଗୋଷ୍ଠୀ ପ୍ରସାରିତ ଅଞ୍ଚଳରେ ଓମିକ୍ରନ୍ ମାମଲା ୧.୫ରୁ ୩ ଦିନ ମଧ୍ୟରେ ଦ୍ୱିଗୁଣିତ ହେଉଛି।

କେଉଁ ଲୋକଙ୍କ ପାଇଁ ଓମିକ୍ରନ ବିପଦ

ଯେଉଁମାନଙ୍କର ଫୁସଫୁସ ଦୁର୍ବଳ ଥିବ, ସେମାନଙ୍କ ପାଇଁ ଓମିକ୍ରନ ବଡ଼ ବିପଦ ସାଜିପାରେ। ଯେଉଁ ଲୋକଙ୍କ ଇମ୍ୟୁନିଟି ଦୁର୍ବଳ, ସେମାନଙ୍କ ପାଇଁ ଓମିକ୍ରନ ମାରାତ୍ମକ ହୋଇପାରେ। ଯଦି ଆପଣଙ୍କ ମାଂସପେଶୀ ଦୃଢ଼ ଓ ଶରୀର ସୁସ୍ଥ, ତେବେ ଆପଣ ସଂକ୍ରମିତ ହେବାର ଆଶଙ୍କା କମ୍ ରହିବ। ଡାଇବେଟିସ ରୋଗୀଙ୍କ ପାଇଁ ଓମିକ୍ରନ ଅଧିକ ମାରାତ୍ମକ ହୋଇଥାଏ। ଯଦି ଆପଣ ହୃଦ ରୋଗୀ, ତେବେ ଏହି ଭାଇରସ ଆପଣଙ୍କ ପାଇଁ ବିପଦ ଆଣିପାରେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago