ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌: ପୁଣି ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ୩୩ ବିଧାୟକ

କୋଲକତା: ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌ । ବିଜେପିର ଜଣେ ଦୁଇ ଜଣ ନୁହେଁ ବରଂ ୩୩ ବିଧାୟକ କ୍ଷମତାସୀନ ଟିଏମସି ସମ୍ପର୍କରେ ଥିବା ସୂଚନା ମିଳିଛି । ଏମାନେ ପୁଣିଥରେ ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ ଏହି ନେତାମାନେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଦଳ ଟିକଟ ଦେଇଥିଲା ।

ଏହି ବିଧାୟକଙ୍କ ବ୍ୟତୀତ ବିଜେିପର ଜାତୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏମସିରେ ସାମିଲ ହେବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି । ତେବେ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ ଏହାକୁ ଅପପ୍ରଚାର କହିଛନ୍ତି । ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଦିନଠାରୁ ଶୁଭ୍ରାଂଶୁ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ତାଙ୍କୁ ବିଜପୁରରୁ ଟିକଟ ଦେଇଥିଲା, ହେଲେ ସେ ପରାଜିତ ହୋଇଥିଲେ । ଆଜି ଟିଏମସି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି କହିଛନ୍ତି ଟିଏମସି ସାଂସଦ ଶୁଖେନ୍ଦୁ ଶେଖର ରାୟ ।

Leave A Reply

Your email address will not be published.