ସୋସିଆଲ ମିଡିଆରେ ସବୁଠାରୁ କମ ବୟସର ଇନଫ୍ଲୁଏନସର ହେଉଛି ଶିଶୁ, ଗୋଟେ ବର୍ଷରେ ମିଳିଛି ୯ ଲକ୍ଷରୁ ଅଧିକ ଟଙ୍କାର ଗିଫ୍ଟ

ଇଂଲଣ୍ଡରେ ବାସ କରୁଥିବା ଏହି ୨ ବର୍ଷର ଶିଶୁଟିର ସୋସିଆଲ ମିଡିଆରେ ପ୍ରାୟ ୧୬,୦୦୦ ରୁ ବି ଅଧିକ ଫଲୋଅର୍ଶ ଅଛନ୍ତି । ଖାଲି ସେତିକି ନୁହେଁ ଏହି ଶିଶୁଟି ଏବେ ସୋସିଆଲ ମିଡିଆରେ ସବୁଠୁ ସାନ ଇନଫ୍ଲୁଏନସର ଭାବେ ଅଧିକ ରୁ ଅଧିକ ଲୋକପ୍ରିୟତା ମଧ୍ୟ ଲାଭ କଲାଣି । ଏହି କାରଣରୁ ଏହି ଏ ଶିଶୁ ଓ ତା ମା’ଙ୍କୁ ବାର୍ଷିକ ୧୦,୦୦୦ ପାଉଣ୍ଡ ବା ଭାରତୀୟ ମୁଦ୍ରା ଅନୁସାରେ ୯, ୪୧, ୨୫୭ ଟଙ୍କାର ପୁରସ୍କାର ମଧ୍ୟ ମିଳିସାରିଛି । ଏହି ଶିଶୁଟିର ସୋସିଆଲ ମିଡ଼ିଆ ପେଜକୁ ତାର ୩୩ ବର୍ଷୀୟ ମା’ ନତାଶା ମେକସବେଳ ହିଁ ଚଲାଇଥାନ୍ତି । ସେ ନିଜ ପୁଅ ପାର୍କର ଜର୍ଜର ଇଂସ୍ଟଗ୍ରାମ ପେଜ ଏକ ବର୍ଷ ପୂର୍ବରୁ ହିଁ ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ପୁଅକୁ ମାତ୍ର ୮ ମାସ ବୟସ ହୋଇଥିଲା ।

ଏହି ପେଜରେ ସେ ନିୟମିତ ଭାବେ ନିଜ ପୁଅର ଫଟୋ ଓ ଭିଡିଓ ଗୁଡିକୁ ସେୟାର କରିଥାନ୍ତି । ଖୁବ କମ ଦିନ ଭିତରେ ହିଁ ପାର୍କରଙ୍କର ଲୋକପ୍ରିୟତା ବଢିବାକୁ ଲାଗିଥିଲା । ନିଜ ପୁଅର ଡିଜାଇନର ଡ୍ରେସ, ଖେଳଣା ଆଦି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏକ ବର୍ଷ ଭିତରେ ହି ତାଙ୍କୁ ପ୍ରାୟ ୯ ଲକ୍ଷରୁ ଅଧିକ ଟଙ୍କାର ଗିଫ୍ଟ ମିଳିଥିଲା । ଏକ ସାକ୍ଷାତକାର ସମୟରେ ନତାଶା କହିଥିଲେ କି ପିଲାମାନଙ୍କ ପାଇଁ ସୋସିଆଲ ମିଡିଆରେ ବହୁ ଅବସର ମାନ ରହିଛି । ସେମାନଙ୍କ ପିତା ମାତା ମାନେ ଚାହିଁଲେ ସକାରାତ୍ମକ ଦିଗରେ ଏହାର ଉପଯୋଗ କରିପାରିବେ । ନତାଶାଙ୍କ ଅନୁଯାୟୀ ସେ ଏହି ପେଜ ଟିର ଆରମ୍ଭ କାହାଠୁ କିଛି ପାଇବା ପାଇବା ଆଶାରେ କରି ନଥିଲେ ।

ନିଜ ସାଙ୍ଗ ସାଥି ତଥା ବନ୍ଧୁବାନ୍ଧବଙ୍କ ମଧ୍ୟରେ ନିଜ ପୁଅର ଫଟୋ ସେୟାର କରିବା ଉଦ୍ଦେଶ୍ୟରେ ହିଁ ସେ ଏହାର ଆରମ୍ଭ କରିଥିଲେ । କିନ୍ତୁ ଅକସ୍ମାତ ଅଧିକ ରୁ ଅଧିକ ଲୋକ ସେମାନଙ୍କୁ ଫଲୋ କରିବାକୁ ଲାଗିଥିଲେ । ଏବେକା ସମୟରେ ନତାଶାଙ୍କ ଛୋଟ ପୁଅ ପାର୍କରର ବିଭିନ୍ନ ପୋଷ୍ଟ ଗୁଡିକୁ ୨୦,୦୦୦ ରୁ ଅଧିକ ଲୋକ ନିୟମିତ ଭାବେ ଦେଖିଥାନ୍ତି । ଏହି କାମ ପାଇଁ ନତାଶାଙ୍କୁ ପ୍ରତିଦିନ ପ୍ରାୟ ୯ ଘଣ୍ଟାରୁ ଅଧିକ ସମୟ ସୋସିଆଲ ଆକାଉଣ୍ଟରେ ଦେବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.