ଛୋଟବେଳେ ଆପଣ ବେଲା କଟ୍ କିମ୍ବା ମସରୁମ କଟ୍ ନିଶ୍ଚିତ ଭାବେ କରିଥିବେ। ଠିକ୍ ସେହିପରିହେୟାରକଟ୍ କରିଥବା ଏକ ଚଢେଇ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାର ନାମ ‘ଗ୍ଲୋଷ୍ଟର କେନେରୀ’ କିମ୍ବା ବେରୀ । ଏହି ଚଢେଇ ନିଜର ମସରୁମ ହେୟା କଟିଂ ପାଇଁ ବେଶ ଜଣାଶୁଣା। ଏହି ଚଢେଇର ରହିଛି ପର୍ସନାଲ ଇନଷ୍ଟାଗ୍ରାମ ଆକାଉଣ୍ଟ, ଯାହାର ୨ ହଜାରରୁ ଉର୍ଦ୍ଧ୍ୱ ଫଲୋୟର୍ସ ମଧ୍ୟ ରହିଛନ୍ତି। ଏହି ପକ୍ଷୀର ସ୍ୱାଗ ଦେଖି ଆପଣ ମଧ୍ୟ ଦିଓ୍ଵାନା ହୋଇଯିବେ।
ଏହି ପକ୍ଷୀ କେବଳ କେନେରୀ ଆଇଲ୍ୟାଣ୍ଡରେ ଦେଖିବାକୁ ମିଳିଥାନ୍ତି। କିନ୍ତୁ ଏହା କୌଣସି ଜଙ୍ଗଲରେ ଦେଖିବାକୁ ମିଳିନଥାନ୍ତି। ଏହି ପକ୍ଷୀ ଏଖ ଖାସ୍ ବ୍ରିଡିଂରୁ ପ୍ରସ୍ତୁତ ହୋଇଥାନ୍ତି। ଏଠାରେ ଦୁଇ ପ୍ରକାରର ଗ୍ଲୋଷ୍ଟର କେନେରୀ ଦେଖିବାକୁ ମିଳିଥାନ୍ତି, ଗୋଟେ କନସୋଟର୍ସ( କୁକୁଡା ମୁଣ୍ଡ ଭଳି) ଏବଂ ଦ୍ୱିତୀୟଟି ‘କୋରୋନାସ’ (କ୍ରିଷ୍ଟେଡ ହେଡ୍) ଭଳି।
ବର୍ତ୍ତମାନ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ କଲବଲ ହେଉଥିବା ବେଳେ ଏହି ପକ୍ଷୀ ମଧ୍ୟ ଘରେ ରହିବା ପାଇଁ ବାର୍ତ୍ତା ଦେଉଛି।