ଲୋକଙ୍କୁ ଚାକିରି ମିଳୁନଥିବା ବେଳେ ଏହି କମ୍ପାନୀ ଦେଉଛି କୁକୁରଙ୍କୁ ନିଯୁକ୍ତି, ମାସିକ ଦରମା ଲକ୍ଷାଧିକ ଟଙ୍କା

ଏବେ ଦେଶ ଦୁନିଆରେ ବେରୋଜଗାରି ସମସ୍ୟା ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଯୋଗୁ ଦେଶର ଅଧିକାଂଶ ଯୁବକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଗୋଟେ ପଟେ ଲୋକଙ୍କୁ ଚାକିରି ମିଳୁନଥିବା ବେଳେ ଅନ୍ୟପଟେ ଏକ ଏଭଳି କମ୍ପାନୀ ରହିଛି, ଯିଏ କୁକୁରଙ୍କୁ ମୋଟା ଅଙ୍କର ଦରମାରେ ଚାକିରି ଦେଉଛି। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହା ସତ। ଏହି କମ୍ପାନୀ କୁକୁରଙ୍କୁ ଲକ୍ଷାଧିକ ଟଙ୍କା ପ୍ୟାକେଜ୍‌ରେ ଚାକିରି ଦେଉଛି।

କୁକୁରଙ୍କୁ ଚାକିରି ଦେଉଥିବା ଏହି କମ୍ପାନୀର ନାଁ ‘ବୁଶ ବିୟର’। କମ୍ପାନୀ ତରଫରୁ ଯୋଗ୍ୟ ତଥା ଟ୍ରେନିଂ ନେଇଥିବା କୁକୁରଙ୍କ ପାଇଁ ନିଯୁକ୍ତି ବାହାରିଛି। ଏନେଇ କମ୍ପାନୀ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। କମ୍ପାନୀ ଚିଫ୍‌ ଟେଷ୍ଟିଂ ଅଫିସର ପଦ ପାଇଁ ଯୋଗ୍ୟ କୁକୁର ଖୋଜୁଛି।


ଚାକିରି ପାଇବାକୁ ଥିବା କୁକୁରକୁ ବଢ଼ିଆ ଦରମା ମଧ୍ୟ ମିଳିବ। କୁକୁରକୁ ବର୍ଷକୁ ପାଖାପାଖି ୧୫ ଲକ୍ଷ ଟଙ୍କା ଦରମା ମିଳିବ। ଏହି ଖବର ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଏବେ ଲୋକଙ୍କୁ ମାସକୁ ୧୦-୧୨ ହଜାର ଟଙ୍କା ଦରମା ମିଳୁନଥିବା ବେଳେ କୁକୁରକୁ ମାସକୁ ଲକ୍ଷାଧିକ ଟଙ୍କା ମିଳିବ।

ଏହି ବିଜ୍ଞପ୍ତିରେ କମ୍ପାନୀ ତରଫରୁ ଲେଖାଯାଇଛି- ନିଜ ନିଜ କୁକୁରଙ୍କ ଫଟୋ ଓ ତାଙ୍କ ଯୋଗ୍ୟତା ସହ ରିପ୍ଲାଏ କରନ୍ତୁ। କମ୍ପାନୀ ତରଫରୁ କୁହାଯାଇଛି ଯେ ବୁଶର ସ୍ୱାଦକୁ ଆହୁରି ଉନ୍ନତମାନର କରିବା ପାଇଁ କମ୍ପାନୀ ଏବେ ନୂଆ ପ୍ରୋଜେକ୍ଟ ଉପରେ କାମ କରୁଛି। ଏଣୁ କୁକୁରଙ୍କୁ ନିଯୁକ୍ତି ଦିଆଯାଉଛି।

Leave A Reply

Your email address will not be published.