ଦେଶ ବିଦେଶ

ଆଫଗାନିସ୍ତାନ: ପୁରୁଷଙ୍କୁ ବି ଛାଡ଼ୁ ନାହାନ୍ତି ତାଲିବାନୀ, କରି ଦେଲେ ଏଭଳି ଖରାପ କାମ; ପୀଡ଼ିତ ବଖାଣିଲେ ଯନ୍ତ୍ରଣା

ଆଫଗାନିସ୍ତାନରୁ ନିଷ୍ଠୁରତାର ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ତାଲିବାନର ଜଣେ ଆତଙ୍କୀ ପ୍ରଥମେ ‘ଗେ’ କମ୍ପ୍ୟୁନିଟିର ଜଣେ ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ପରେ ତାଲିବାନୀ ଆତଙ୍କୀ ଯୁବକଙ୍କୁ ଦୁଷ୍କର୍ମ କରି ଦେଇଥିଲେ।

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ତାଲିବାନୀ ଆତଙ୍କୀ ଫେସ୍‌ବୁକରେ ଫେକ୍‌ ପ୍ରୋଫାଇଲ ବନାଇଥିଲେ ଏବଂ ନିଜକୁ LGBTQ କମ୍ୟୁନିଟିର ସଦସ୍ୟ ବୋଲି କହିଥିଲେ। ସେ ଗତ ୩ ସପ୍ତାହ ଧରି ପୀଡ଼ିତ ଯୁବକଙ୍କ ସହିତ କଥା ହେଉଥିଲେ ଏବଂ ତାଙ୍କୁ ଆଶ୍ୱସନା ଦେଇଥିଲେ କି, ସେ ତାଙ୍କୁ ଆଫଗାନିସ୍ତାନରୁ ପଳାଇ ଯିବାରେ ସାହାଯ୍ୟ କରିବେ।

କହି ରଖୁଛୁ, ଅଧିକ ସଂଖ୍ୟାରେ LGBTQ କମ୍ୟୁନିଟିର ଲୋକ ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି। କାହିଁକିନା, ତାଲିବାନ ସେମାନଙ୍କ ବିରୋଧରେ ଅଛି। ଆତଙ୍କୀ ସେମାନଙ୍କୁ ଜୀବନରୁ ମାରି ଦେଇପାରନ୍ତି। ଏହି କମ୍ୟୁନିଟିର ଲୋକେ ବହୁତ ଡରିକି ଅଛନ୍ତି।

ପୀଡ଼ିତ କହିଛନ୍ତି କି, କାବୁଲରେ ପହଞ୍ଚି ତାଙ୍କୁ ଜଣାପଡ଼ିଥିଲା କି, ଯାହାଙ୍କ ସହିତ ସେ ଅନଲାଇନରେ କଥା ହେଉଥିଲେ, ସେ ଜଣେ ଆତଙ୍କୀ ଥିଲେ। ଏହା ଜାଣି ତାଙ୍କର ହୋଶ୍‌ ଉଡ଼ି ଯାଇଥିଲା। ଦେଖୁ ଦେଖୁ ଆତଙ୍କୀ ତାଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

LGBTQ କମ୍ୟୁନିଟିର ଜଣେ ସଦସ୍ୟ କହିଛନ୍ତି, ଯେବେଠାରୁ ଆଫଗାନିସ୍ତାନ ଉପରେ ତାଲିବାନର କବ୍‌ଜା ହୋଇଛି, ସେବେଠାରୁ ଆମ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ଯଦିଓ ବିଗତ ସରକାରରେ ବି ଆମେ ସୁରକ୍ଷିତ ନ ଥିଲୁ। ଏଥି ପୂର୍ବରୁ ତାଲିବାନ ଆମ ଲୋକଙ୍କୁ ପଥରରେ ପିଟି ପିଟି ଜୀବନରୁ ମାରିଦେବାର ଦଣ୍ଡ ଦେଇ ସାରିଛି। ଆମେ କୌଣସି ସ୍ଥିତିରେ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଛୁ।

 

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

20 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

28 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

43 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

49 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago