ଦେଶ ବିଦେଶ

ଶେଷରେ ଭାଙ୍ଗି ଗଲା ଏହି ଜଣାଶୁଣା IAS କପଲ୍‌ଙ୍କ ଯୋଡ଼ି, ଟିନା ଡାବୀ-ଅତହର ଖାନଙ୍କ ଛାଡ଼ପତ୍ରକୁ କୋର୍ଟ ଦେଲେ ମଞ୍ଜୁରୀ

ଜଣାଶୁଣା ଆଇଏଏସ୍‌ କପଲ୍‌ ଟିନା ଡାବୀ ଓ ଅତହର ଖାନ ଶେଷରେ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡ଼ପତ୍ରକୁ କୋର୍ଟ ମଞ୍ଜୁରୀ ଦେଇ ଦେଇଛନ୍ତି। ଦୁହେଁ ନଭେମ୍ବର ୨୦୨୦ରେ ଛାଡ଼ପତ୍ର ପାଇଁ ଫାଇଲ୍‌ କରିଥିଲେ। ପ୍ରଥମେ ସଂଘ ଲୋକସେବା ଆୟୋଗ(ୟୁପିଏସ୍‌ସି)ରେ ଟପ୍‌ କରି ଟିନା ଡାବୀ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ନିଜ ବ୍ୟାଚ୍‌ର ଆଇଏଏସ୍‌ ଅତହର ଖାନଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଆଇଏଏସ୍‌ ଅତହର ଆମିର ଖାନ କଶ୍ମୀରର ହୋଇଥିବା ବେଳେ ଦୁଇଜଣଙ୍କ ବିବାହ କଶ୍ମୀରରେ ହିଁ ହୋଇଥିଲା।

ଟିନା ଡାବୀ ୨୦୧୫ରେ ୟୁପିଏସ୍‌ସି ପରୀକ୍ଷାରେ ଟପ୍‌ କରିଥିଲେ ଏବଂ ଅତହର ଦ୍ୱିତୀୟ ନମ୍ବରରେ ଆସିଥିଲେ। ପରେ ଦୁଇ ଟପର୍ସ ନିର୍ବନ୍ଧର ଘୋଷଣା କରିଥିଲେ। କୁହାଯାଏ କି, ଟିନା ଓ ଅତହର ଟ୍ରେନିଂ ସମୟରେ ପରସ୍ପରର ନିକଟତର ହୋଇଥିଲେ। ଦୁଇଜଣ ରାଜସ୍ଥାନ କ୍ୟାଡରର ଅଧିକାରୀ ଥିବା ବେଳେ ବର୍ତ୍ତମାନ ଜୟପୁରରେ ଅବସ୍ଥାପିତ ହୋଇଛନ୍ତି।

ନିର୍ବନ୍ଧ ଘୋଷଣା ପରଠାରୁ ହିଁ ଏହି କପଲ୍‌ ଚର୍ଚ୍ଚାକୁ ଆସିଯାଇଥିଲେ। ଟିନା ପ୍ରାୟତଃ ନିଜର ଏବଂ ଅତହରଙ୍କ ଫଟୋ ସେୟାର କରୁଥିଲେ। ହେଲେ ସେମାନଙ୍କ ବିବାହ କଥା ସାମ୍ନାକୁ ଆସୁ ଆସୁ ହିନ୍ଦୁ-ମୁସଲିମ୍‌ ପ୍ରସଙ୍ଗ ମୁଣ୍ଡ ଟେକିଥିଲା। କିଛି ଲୋକ ଏହାକୁ ଲଭ୍‌ ଜିହାଦ ବୋଲି ବି କହୁଥିଲେ।

ତେବେ ଗତ କିଛି ଦିନ ପୂର୍ବେ ଟିନା ଡାବୀ ହଠାତ୍‌ ସୋସିଆଲ ମିଡିଆରେ ନିଜ ନାମରୁ ଖାନ ଶବ୍ଦକୁ ହଟାଇ ଦେଇଥିଲେ, ଯାହାକି ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ପାଖାପାଖି ସେହି ସମୟରେ ମଧ୍ୟ ଅତହର, ଟିନାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନଫଲୋ କରି ଦେଇଥିଲେ। ଏହାପରେ ସେମାନେ ଜୟପୁରର ଏକ ପରିବାର ଅଦାଲତରେ ପରସ୍ପରର ବୁଝାମଣାରେ ଛାଡ଼ପତ୍ର ଫାଇଲ କରିଥିଲେ। ୧୦ ଅଗଷ୍ଟ, ୨୦୨୧ରେ କୋର୍ଟ ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago