ରାସ୍ତା ଝାଡ଼ୁ କରୁଥିବା ଏହି ଯୁବତୀ ରାତାରାତି ବନିଗଲେ ସୁପର ମଡେଲ୍‌!

ବ୍ରାଜିଲରେ ରହୁଥିବା ରିଟା ମାଟୋଜ୍‌ ନାମ୍ନୀ ଜଣେ ୨୫ ବର୍ଷୀୟା ଯୁବତୀ ରାସ୍ତା ସଫେଇ କାର୍ଯ୍ୟ କରନ୍ତି। କିନ୍ତୁ ଏବେ ଏବେ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ତାଙ୍କର କେତେକ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହା ଶୁଣିବାକୁ ହୁଏତ ଆପଣଙ୍କୁ ବହୁତ ଅଜବ ଲାଗିପାରେ, କିନ୍ତୁ କଥାଟି ସତ। ଯୁବତୀ ଜଣକ କେବେ ବି ଭାବି ନ ଥିଲେ, ତାଙ୍କର ଏକ ଫଟୋ ତାଙ୍କ ଜୀବନକୁ ବଦଳାଇ ଦେବ ଏବଂ ସେ ପପୁଲାର୍‌ ହୋଇଯିବେ।

photoo1

ସବୁଦିନ ଭଳି ସେଦିନ ସେ ରାସ୍ତା ଝାଡ଼ୁ କରୁଥିଲେ। ଏହି ସମୟରେ କେହି ଜଣେ ତାଙ୍କ ଫଟୋ କ୍ଲିକ୍‌ କରି ଇଣ୍ଟରନେଟ୍‌ରେ ଅପଲୋଡ୍‌ କରିଦେଲେ। ଆଉ ଦେଖୁ ଦେଖୁ ଏହି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଗଲା। ଏତିକି ହିଁ ନୁହେଁ, ରିଟାଙ୍କ ଫଟୋକୁ ହଜାରରୁ ଅଧିକ ଲୋକ ସେୟାର ମଧ୍ୟ କରିଛନ୍ତି। ଫଟୋ ଦେଖି ପ୍ରାୟ ସମସ୍ତେ ଏକାଭଳି କମେଣ୍ଟ ଦେଇଥିଲେ ଯେ ‘ଏତେ ସୁନ୍ଦରୀ ଯୁବତୀ ରାସ୍ତା କିପରି ଝାଡ଼ୁ କରିପାରିବେ’?

photoo3

ରିଟା କହିଥିଲେ, ମୋତେ ବିଶ୍ୱାସ ହେଉନି, ପୂରା ବ୍ରାଜିଲରେ ମୁଁ ଏତେ ଲୋକପ୍ରିୟ ହୋଇଯାଇଛି। ପ୍ରଥମେ ପ୍ରଥମେ ମୋତେ ଲାଗୁଥିଲା ଲୋକେ ମୋର ମଜା ଉଡ଼ାଉଛନ୍ତି। କିନ୍ତୁ ତାଙ୍କ ଦ୍ୱାରା ଯେଉଁ କମେଣ୍ଟ ମିଳିଥିଲା, ତାହା ମୋତେ ଉତ୍ସାହିତ କରିଥିଲା। ସେ ଭୋର୍‌ ୪ଟା ୨୦ରେ ଉଠନ୍ତି ଏବଂ ୧୨ ଘଣ୍ଟିଆ ସିଫ୍ଟରେ କାମ କରନ୍ତି। ରିଟା ସାଉଥ୍‌ ଆମେରିକାନ୍‌ ବିଚ୍‌ ସିଟି ରାସ୍ତାକୁ ସଫେଇ କରନ୍ତି। ଏପରିକି, ସେଠାରେ ଜାମ୍‌ ହୋଇଥିବା ନାଳିଗୁଡ଼ିକୁ ମଧ୍ୟ ସଫା କରନ୍ତି।

photoo4

ଏହାସହ ପଢ଼ନ୍ତୁ: ଅମୃତଠାରୁ କମ୍‌ ନୁହେଁ ଏହି କଙ୍କଡ଼ାର ରକ୍ତ, ପ୍ରତି ଲିଟରର ଦାମ୍‌ ୧୦ ଲକ୍ଷ ଟଙ୍କା!

ଆରମ୍ଭରୁ ରିଟାକୁ ଏ ସବୁ ସ୍ୱପ୍ନ ଭଳି ଲାଗୁଥିଲା। କିନ୍ତୁ ସାଙ୍ଗସାଥି, ପରିଜନମାନେ ବୁଝାଇବା ପରେ ତାଙ୍କର ନିଜ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ ଆସିଥିଲା। ଏତିକି ହିଁ ନୁହେଁ, କିଛି ଦିନ ପରେ ତାଙ୍କୁ ମଡେଲିଂର ଅଫର ମଧ୍ୟ ଆସିବା ଆରମ୍ଭ ହୋଇଗଲା। ଏବେ ରିଟା ଜଣେ ମଡେଲ ରୂପେ ବେଶ୍‌ ଲୋକପ୍ରିୟ ହୋଇଯାଇଛନ୍ତି।