କ୍ୟାମେରା ଦ୍ୱାରା ଚିନ ନେଇପାରେ ଆପଣଙ୍କ ଡାଟା…କେମିତି ଜାଣନ୍ତୁ

ବର୍ତ୍ତମାନ ଯୁଗ ହେଉଛି ସ୍ମାର୍ଟ ଯୁଗ । ଆଉ ଏହି ସ୍ମାର୍ଟ ଯୁଗରେ କ୍ୟାମେରାର ଭୂମିକା ବହୁ ଉପରେ । ଯେଉଁଠି ଦେଖିବେ ସବୁ ସ୍ଥାନ କ୍ୟାମେରାରେ କଏଦ । କେହି ବି ଖସି ଯାଇପରିବେନି । କିନ୍ତୁ ଏହି କ୍ୟାମେରା କୋଉ କ୍ୟାମେରା । ମାନେ କୋଉ କ୍ୟାମେରା ବ୍ୟବହାର କରୁଛନ୍ତି ଆପଣ । ତାହା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି କ୍ୟାମେରା ଦେଇଦେଇପାରିବ ଆପଣଙ୍କ ସମସ୍ତ ଡାଟା । ସେ ପୁଣି ଅନ୍ୟ ଶତ୍ରୁ ଦେଶକୁ । ଚମକି ପଡୁଛନ୍ତି ନା । ଜାଣନ୍ତୁ କହିବାର ଅର୍ଥ କଣ ।

ଦେଶର ରାଜଧାନୀ ଦିଲ୍ଲୀ ଠାରୁ ନେଇ ଦୁନିଆର ଅନେକ ଦେଶରେ ଚିନ କମ୍ପାନୀର ହାଇକଭିଜନର ଦବଦବା ରହିଛି । ଭାରତ ସମେତ ଦୁନିଆର ୧୯୦ଦେଶରେ ଏହି କମ୍ପାନୀର ସର୍ଭିଲାନ୍ସ କ୍ୟାମେରା ଭଳି ସିସିଟିଭିର ବ୍ୟବହାର କରାଯାଉଛି । ଅପରାଧ କଣ୍ଟ୍ରୋଲ କରିବାଠାରୁ ନେଇ ସାଧାରଣ ଲୋକଙ୍କ ଉପରେ ନଜର ରଖିବା ପାଇଁ ଏହାର କ୍ୟାମେରା ଲଗାଯାଉଛି । ଦୁନିଆରେ ସର୍ଭିଲାନ୍ସ ଉପକରଣ ବନାଉଥିବା ଏହି କମ୍ପାନୀର କ୍ୟାମେରା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜାଣିବା ଏହି କମ୍ପାନୀର ଇତିହାସ କଣ । ଏଥିରେ ଖାସ କଣ ଅଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଉଛି ।

ଏମିତିରେ ଚିନ କମ୍ପାନୀ ହାଇକଭିଜନର ଆରମ୍ଭ ବର୍ଷ ୨୦୦୧ରେ ହୋଇଥିଲା । ଆମେରିକାରେ ୯-୧୧ ଆକ୍ରମଣ ପରେ ସିକ୍ୟୁରିଟିକୁ ଆହୁରି ମଜବୁତ କରିବା ପାଇଁ କ୍ୟାମେରାର ବ୍ୟବହାର ବଢିବାରେ ଲାଗିଲା । ବଢୁଥିବା ଡିମାଣ୍ଡକୁ ପୂରା କରିବା ପାଇଁ ହାଇକଭିଜନ ବଡସ୍ତରରେ ଏହାର ନିର୍ମାଣ ଆରମ୍ଭ କଲା । ଆଉ ବଜାରରେ ନିଜର ଭିଡିଓ କ୍ୟାମେରା ସାମନାକୁ ଆଣିଲା । କେବଳ କ୍ୟାମେରାରେ ନୁହେଁ, ଏହି କମ୍ପାନୀ ସଫ୍ଟୱେର ଓ ହାର୍ଡୱେର ସହ କମ ଦାମରେ କ୍ୟାମେରା ବିକୁଥିବା ଏକ ବଡ କମ୍ପାନୀ ବନିଗଲା । ଆଉ ଅତିଶୀଘ୍ର ଏହି ଉତ୍ପାଦର ଖବର ଅନ୍ୟ ଦେଶରେ ବି ବଢିବାରେ ଲାଗିଲା । ୨୦୦୮ ଏଥିପାଇଁ ବଡ ଟର୍ନିଙ୍ଗ ପଏଣ୍ଟ ଭାବରେ ସାବ୍ୟସ୍ତ ହେଲା । ଯେବେ ଏହା ଅଧିକାରୀକ ସ୍ତରରେ ଚିନର ସରକାରୀ କମ୍ପାନୀର ସବସ୍‌ିଡରୀ କମ୍ପାନୀ ହେଲା ଆଉ ଚିନ ସରକାର ଏହାକୁ କିଣାବିକା କରିବାରେ ଲାଗିଲେ ।

କେବଳ ଚିନ ନୁହେଁ , ଅନ୍ୟ ଦେଶଗୁଡିକରୁ ସରକାରୀ ଅର୍ଡର ବି ଆସିବାରେ ଲାଗିଲା । ପୋଲିସ ଠାରୁ ନେଇ ଟ୍ରାଫିକ ପର୍ଯ୍ୟନ୍ତ ଏହାର ବ୍ୟବହାର କରାଗଲା । ଏମିତିକି ସାଧାରଣ ଲୋକଙ୍କ ଉପରେ ବି ଏହା ଦ୍ୱାରା ନଜର ରଖାଗଲା ।

ଚିନ ସରକାର ସର୍ଭିଲାନ୍ସ ପାଇଁ ହାଇକଭିଜନ କ୍ୟାମେରାର ବ୍ୟବହାର କରନ୍ତି । ଆଉ ଏଠାକାର ଉଇଗର ମୁସଲମାନଙ୍କ ଉପରେ ନଜର ରଖିଛି ଏହି କ୍ୟାମେରା । ଏତେ ଶକ୍ତିଶାଳୀ ଅଟେ କି ପତ୍ତା କରିପାରେ କି କିଏ ଉଇଗର ମୁସଲମାନ ଅଟନ୍ତି ଓ କିଏ ନୁହେଁ । ଏହି କ୍ୟାମେରା ଗୋଟେ ଥରକରେ ଗାଡି ନମ୍ବର ଅବା ଚେହେରା ଦେଖିବା ପରେ ତାକୁ ଉଇଗର ମୁସଲମାନଙ୍କ ଡାଟା ସହ ମିଳାଇଥାଏ । ମିଳାଇବା ପରେ ଏହା କଣ୍ଟ୍ରୋଲ ରୁମକୁ ଆଲର୍ଟ କରିଥାଏ । ହଁ ଅନେକ ଥର ବି ଏହି କମ୍ପାନୀର କାମ ଉପରେ ପ୍ରଶ୍ନ ଉଠିଛି । କିନ୍ତୁ ଉତ୍ତର ଆସିଥିଲା କି କମ୍ପାନୀ ଯେଉଁଠାରେ ବି ବ୍ୟାପାର କରେ ସେଠାକାର ନିଯମ ଓ ଆଇନର ପାଳନ କରେ ।

ହାଇକଭିଜନ ନିଜ ଉପକରଣ ଦ୍ୱାରା ଯେମିତି ଯେମିତି ନିଜ ବ୍ୟବସାୟକୁ ବିସ୍ତାର କରିବାରେ ଲାଗିଛି ତାହା ବିଶ୍ୱ ପାଇଁ ଚିନ୍ତାର ବିଷୟ ହେଲାଣି । କାରଣ ଏହାର ଅନେକ କାରଣ ରହିଛି । ପ୍ରଥମତ ଏହି କମ୍ପାନୀ ଚିନ ସରକାର ସହ ମିଶି କାମ କରିବା । ଦ୍ୱିତୀୟରେ ଏହି କ୍ୟାମେରାର ବ୍ୟବହାର କରିବା ପାଇଁ ଆପର ଡାଉନଲୋଡ କରିବାକୁ ପଡେ । ଏହି ଆପ କାରଣରୁ ସାଇବର ଅପରାଧ ବି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଆପ ବ୍ୟବହାର କରିବା ଦ୍ୱାରା କମ୍ପାନୀକୁ ବହୁତ ପ୍ରକାରର ସୂଚନା ମିଳିପାରେ । ଆଉ ଏହି ସୂଚନା ଚିନ ସରକାରକୁ ମିଳିବାରେ ବି କମ ସମୟ ଲାଗିବ ନାହିଁ । ସାଧାରଣ ଭାଷାରେ ବୁଝିବାକୁ ଗଲେ ତ ଚିନ ସରକାର ଦୁନିଆର ୧୯୦ଦେଶରେ ଲାଗିଥିବା କ୍ୟାମେରା ଦ୍ୱାରା ଦେଖିପାରିବେ କି ସେଠାରେ କେତେବେଳେ କଣ ହୋଇପାରେ । ଏହାଦ୍ୱାରା ନୂଆ ବିପଦ ବଢିପାରେ ବୋଲି ସନ୍ଦେହ କରାଯାଉଛି ।

ଏମିତି ବିପଦ ସହ ଲଢିବା ପାଇଁ ଦୁନିଆର ବିଭିନ୍ନ ଦେଶ ପଦକ୍ଷେପ ନେଲେଣି । ପୂର୍ବରୁ ଆମେରିକା ୨୦୧୯ରେ ବିଲ ପାସ କରି ହାଇକ ଭିଜନକୁ ସରକାରୀ କାମ ସହ ଯୋଡା କନଷ୍ଟ୍ରକ୍ସନ ଦେବାରେ ରୋକ ଲଗାଇଲା । କେବଳ ଏତିକି ନୁହେଁ ବ୍ରିଟେନରେ ମଧ୍ୟ ଏହା ଉପରେ ରୋକ ଲଗାଇବାର ଯୋଜନା ତିଆରି କରାଯାଉଛି । ଆମେରିକା ଓ ବ୍ରିଟେନ ପରେ ଦୁନିଆ ଆହୁରି ଅନେକ ଦେଶ ଏହାକୁ ନେଇ ବଡ ନିଷ୍ପତ୍ତି ନେବା କଥା ଭାବି ବି ପାରନ୍ତି ଏକଥା କହିଲେ ଭୂଲ ହେବ ନାହିଁ । କାରଣ ସମସ୍ତଙ୍କୁ ଚିନର ଚାଲାକି ଜଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.