ଏହାକୁ କୁହନ୍ତି ଲକ, ସେଲ୍ସ ମ୍ୟାନ ଜିତିଲେ ୭ କୋଟି ଟଙ୍କାର ଲଟେରୀ

କଥାରେ ଅଛି ଯେତେବେଳେ ଉପରବାଲା ଦିଅନ୍ତୁ ଛପର ଫାଡ଼ି ଦିଅନ୍ତି । ଜଣେ ଭାରତୀୟଙ୍କ ପାଇଁ ଏହି କଥା ସତ ପାଲଟି ଯାଇଛି ୩୩ ବର୍ଷୀୟ ସୁନୀଲ କୁମାର କଥୁରୀୟା ଦୁବାଇରେ ଜିତିଛନ୍ତି ଏକ ଲଟେରୀ । ତେବେ ଏହି ଲଟେରୀରେ ସେ ଏତେ ତାଙ୍କ ଜିତିଛନ୍ତି ଯେ ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ । ୧ ମିଲିୟନ ଆମେରିକାନ ଡଲାର ଅର୍ଥାତ ପାଖାପାଖି ୭ କୋଟି ଟଙ୍କା ।

ସୂଚନା ଅନୁଯାୟୀ କଥୁରୀୟା ମନାମା ନାମକ ଜଣେ ବ୍ୟକ୍ତି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି । ସେ ସେଠାରେ ଜଣେ ସେଲସମ୍ୟାନ ଭାବେ କାମ କରନ୍ତି । ତେବେ ୧ ମିଲିୟନ ଦଳର ଜିତିଥିବା ସେ ୩୪୨ତମ ବ୍ୟକ୍ତି । ମିଳିଥିବା ଖବର ଅନୁଯାୟୀ ଅକ୍ଟୋବର ୧୭ ତାରିଖରେ ସେ ଏହି ଟିକେଟକୁ ଅନଲାଇନରେ କିଣିଥିଲେ । ତେବେ ଡ଼ିଡ଼ିଏଫ ମିଲେନିୟମ ମିଲିୟନେୟର ଡ୍ର\’ରେ ୧ ମିଲିୟନ ଆମେରିକାନ ଡଲାର ଜିତିଥିବା ସେ ୧୭୦ ତମ ଭାରତୀୟ ।

କଥୁରୀୟାଙ୍କ କହିବା ଅନୁଯାୟୀ ବାହାରିନରେ ରହୁଥିବା ଦ୍ଵିତୀୟ ପିଢ଼ିର ପ୍ରବାସୀ । ଦୁବାଇରେ ସେ ପ୍ରାୟ ୧୦-୧୨ବର୍ଷ ହେବ ରହି ଆସୁଛନ୍ତି । ତେବେ ଏହି ଟଙ୍କାକୁ ସେ ଏକ ଭଲକାମରେ ସଦୁପଯୋଗ କରିବେ ବୋଲି ଇଛା ରଖିଛନ୍ତି । ଏହାସହିତ ଏହି ଟଙ୍କାରୁ ସେ କିଛି ଦାନ କରିବାକୁ ଚାଁହୁଛନ୍ତି ଏବଂ ଏଥିରେ ଏକ ଘର ମଧ୍ୟ କିଣିବାକୁ ଚାଁହୁଛନ୍ତି ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.