ଏହା ଏଭଳି ଏକ ଛତୁ, ଯାହାକୁ ଛୁଇଁଲା ମାତ୍ରେ ହୋଇଥାଏ ମୃତ୍ୟୁ!

ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ ରାଜ୍ୟରେ ପ୍ରଥମ ଥର ଦୁନିଆର ସବୁଠାରୁ ବିଷାକ୍ତ ଛତୁ ପ୍ରଜାତି ମଧ୍ୟରୁ ପାଇଜନ୍ ଫାୟର କୋରଲ ଚିହ୍ନଟ କରାଯାଇଛି। ସାଧାରଣତଃ ଜାପାନ ଏବଂ କୋରିଆନ୍ ଉପଦ୍ୱୀପର ପାହାଡ଼ରେ ଉଠୁଥିବା ଏହି ଛତୁକୁ ଅଷ୍ଟ୍ରେଲିଆର ଜେମ୍ସ କୁକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଚଳିତ ସପ୍ତାହ ପ୍ରାରମ୍ଭରେ ଚିହ୍ନଟ କରିଥିଲେ। ଚକ୍ଚକ୍ କରୁଥିବା ଲାଲ୍ ରଙ୍ଗର ଏହି ବିଷାକ୍ତ ଛତୁକୁ ନ ଖାଇବାକୁ ବିଶେଷଜ୍ଞମାନେ ଜନତାଙ୍କୁ ଚେତାବନୀ ଦେଇଛନ୍ତି। ଏପରି କି, ଏହାକୁ ଛାଇଁବା ମଧ୍ୟ ବିପଦ।
ଜେମ୍ସ କୁକ ବିଶ୍ୱବିଦ୍ୟାଳୟର ଅଷ୍ଟ୍ରେଲିୟନ୍ ଟ୍ରପିକାଲ୍ ହର୍ବାରିୟମ୍ରେ ମାଇକୋଲୋଜିଷ୍ଟ୍ ଥିବା ମେଟ୍ ବେରେଟ୍ କହିଛନ୍ତି, ଏହା ଏପରି ଏକ ଛତୁ, ଯାହା ଚର୍ମ ମାଧ୍ୟମରେ ବିଷ ସୃଷ୍ଟି କରିଥାଏ। ପାଇଜନ୍ ଫାୟର କୋରଲକୁ ଦୁନିଆର ସବୁଠାରୁ ବିଷାକ୍ତ ଛତୁ ଭାବେ ଗଣାଯାଇଥାଏ। ତେବେ ଏହା ସଂସ୍ପର୍ଶରେ ଆସି ଜାପାନ ଏବଂ କୋରିଆରେ କିଛି ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏହାକୁ କେବେ କେବେ ଭୁଲ୍ରେ କୌଣସି ଔଷଧ ଭାବି ଲୋକେ ଚା’ରେ ପିଇଦେଇଥାନ୍ତି।
ଏହାସହ ପଢ଼ନ୍ତୁ: ଏହି ଦେଶରେ ସ୍ତ୍ରୀଙ୍କୁ ବନ୍ଧକ ରଖି ବନ୍ଦ କୋଠରୀରେ କରାଯାଏ ଦୁଷ୍କର୍ମ, ପୁଣି ଘଟେ ଏମିତି ଘଟଣା
ବେରେଟ୍ କହିଛନ୍ତି, ଏହି ଛତୁକୁ କେବଳ ଛୁଇଁଲେ ହିଁ ଦେହରେ ଜଳାପୋଡ଼ା ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଯଦି କେହି ଏହାକୁ ଖାଇଥାଆନ୍ତି, ତା’ହେଲେ ତାଙ୍କଠାରେ ଭୟଙ୍କର ପରିଣାମ ଦେଖିବାକୁ ମିଳିଥାଏ। ଯେପରି ପେଟ ଯନ୍ତ୍ରଣା, ବାନ୍ତି, ଜ୍ୱର ଆଦି ସମସ୍ୟା। ବିଷାକ୍ତ ଛତୁ ଖାଇଲେ, ୧ ଘଣ୍ଟା ଭିତରେ ହାତଗୋଡ଼ରେ କମ୍ପନ ସୃଷ୍ଟି ହୋଇଥାଏ। ମୁଣ୍ଡ ବୁଲାଇବା, ଚଲାବୁଲାରେ ସମସ୍ୟା ଏବଂ କଥା କହିବାରେ ବି ସମସ୍ୟା ଦେଖାଯାଇଥାଏ।