ଏ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ୍‌ ଟ୍ରି, ଯାହାର ଦାମ୍‌ ଆପଣଙ୍କୁ କରିଦେବ ଚକିତ

ପାଖେଇ ଆସିଲାଣି ଖ୍ରୀଷ୍ଟମାସ୍‌ ଡେ’। ଏହି ଖାସ୍‌ ଦିନରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ ଖ୍ରୀଷ୍ଟମାସ୍‌ ଟ୍ରି। ଘରକୁ ଦେବଦାରୁ ଗଛ ଆଣି ତାହାକୁ ବିଭିନ୍ନ ଆଭୂଷଣରେ ସଜେଇବାକୁ ପଡ଼ିଥାଏ। ତେବେ ଚଳିତବର୍ଷ ସ୍ପେନ୍‌ର କେମ୍ପିକ୍ସି ହୋଟେଲରେ ଯେଉଁ ଲୋକ ଖ୍ରୀଷ୍ଟମାସ୍‌ ଡେ’ ପାଳନ କରିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଦିନଟି ବେଶ୍‌ ଖାସ୍‌ ରହିବ। କାରଣ, ଏଠାରେ ସେମାନଙ୍କୁ ଏକ ଖାସ୍‌ ଡିଜାଇନ୍‌ର ଖ୍ରୀଷ୍ଟମାସ୍‌ ଟ୍ରି ଦୃଶ୍ୟମାନ ହେବ। ଏହା ଏମିତି ସେମିତି ଖ୍ରୀଷ୍ଟମାସ୍‌ ଟ୍ରି ହେବନି, ବରଂ ସବୁଠାରୁ ସ୍ୱତନ୍ତ୍ର ରହିବ। ଏହାକୁ ହୀରା, ଡିଜାଇନର ଆଭୂଷଣ ଏବଂ ବହୁ ମୂଲ୍ୟବାନ ପଥରରେ ସଜ୍ଜିତ କରାଯାଇଛି। ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଏହି ଖ୍ରୀଷ୍ଟମାସ୍‌ ଟ୍ରିର ଦାମ୍‌ ୧,୦୭,୩୩,୭୭,୫୦୦ ଟଙ୍କା ଅର୍ଥାତ୍‌ ୧୫ ମିଲିୟନ୍‌ ଆମେରିକୀୟ ଡଲାର ରହିଛି।

ch1

ଏହାସହ ପଢ଼ନ୍ତୁ: ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ଏହି ଖ୍ରୀଷ୍ଟମାସ୍‌ ଟ୍ରିକୁ ଧଳା, କଳା, ଗୋଲାପି ଏବଂ ଲାଲ୍‌ ରଙ୍ଗର ହୀରାରେ ସଜାଯାଇଛି। ଏହାଛଡ଼ା ଏଥିରେ ବହୁ ମୂଲ୍ୟର ଜୁଏଲେରୀ ଏବଂ ସାମଗ୍ରୀ ଯଥା ବୁଲ୍‌ଗାରୀ, କାର୍ଟିୟର, ଭାନ୍‌ କ୍ଲିଫ୍‌ ଏବଂ ଆର୍ପେଲ୍ସ, ଚାନେଲ୍‌, ପରଫ୍ୟୁମ୍‌ ବୋତଲ, ଓଟପକ୍ଷୀ ଅଣ୍ଡା, ଥ୍ରୀଡି ପ୍ରିଣ୍ଟେଡ୍‌ ଚକୋଲେଟ୍‌, ମୟୂର ପଙ୍ଖ ଆଦି ବ୍ୟବହାର କରାଯାଇଛି। ଯାହାକି ଖ୍ରୀଷ୍ଟମାସ୍‌ ଟ୍ରିକୁ ବହୁତ ଆକର୍ଷଣୀୟ ଲୁକ୍‌ ଦେଉଛି।

୨୦୧୦ରେ, ଆବୁଧାବିରେ ଅମିରାତ୍‌ ପ୍ୟାଲେସ୍‌ ହୋଟେଲ ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ୍‌ ଟ୍ରି ବନାଇ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ଜିତିଥିଲା। ଏହାକୁ ଦେବଦାରୁ, ଚୁଡ଼ି ଓ ଘଣ୍ଟା ସହିତ ସଜାଯାଇଥିଲା। ଏହି ଟ୍ରିର ମୂଲ୍ୟ ଥିଲା ୭୮,୭୦,୪୨,୩୦୦ ଟଙ୍କା ଅର୍ଥାତ୍‌ ୧୧,୦୦୦ ଆମେରିକୀୟ ଡଲାର।

ଏହାସହ ପଢ଼ନ୍ତୁ: ଏତେ ଛୋଟ ଦେଶ ଯାହାକୁ ପାଦରେ ଚାଲି କରିପାରିବେ ଭ୍ରମଣ

ତେବେ ସ୍ପେନ୍‌ ହୋଟେଲରେ ରଖାଯାଇଥିବା ଏହି ଖ୍ରୀଷ୍ଟମାସ୍‌ ଟ୍ରିକୁ ଜଣେ ବ୍ରିଟିଶ୍‌ କଳାକାର ସଜାଇଛନ୍ତି। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ୍‌ ଟ୍ରି ବୋଲି ଦାବି କରାଯାଉଛି, ଯାହାର ମୂଲ୍ୟ ୧୧ କୋଟି ଟଙ୍କା ବୋଲି କୁହାଯାଉଛି।

Leave A Reply

Your email address will not be published.