ମନ କିଣିନେଲା ଏହି ଜୁସ୍‌ ଦୋକାନ, ପ୍ଲାଷ୍ଟିକ୍‌ ବଦଳରେ ଗ୍ରାହକଙ୍କୁ ଫଳ ଖୋଲରେ ପିଇବାକୁ ଦେଉଛି ଜୁସ୍‌

ସାରା ବିଶ୍ୱକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଏବେ ସବୁଠି ପ୍ରୟାସ ଜାରି ରହିଛି। ପ୍ଲାଷ୍ଟିକ୍‌ ଏମିତି ଏକ ଆବର୍ଜନା, ଯାହା ସମ୍ପୂର୍ଣ୍ଣ ମାଟିରେ ମିଶିବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ। ପାହାଡ଼, ଜଙ୍ଗଲ, ସମୁଦ୍ର, ସବୁ ଜାଗାରେ ଏହା ନିଜର କାୟା ବିସ୍ତାର କରିଦେଇଛି। ମାଛଗୁଡ଼ିକ ଏହାକୁ ଖାଇ ମରିଯାଉଛନ୍ତି।

f1

ଯଦି ପ୍ରକୃତିକୁ ସ୍ୱଚ୍ଛ ତଥା ସୁନ୍ଦର କରିବାକୁ ଚାହୁଁଛନ୍ତି, ତା’ହେଲେ ଏବେଠୁ ଆପଣ ସଚେତନ ହୋଇଯାଆନ୍ତୁ। କର୍ନାଟକରେ ଜଣେ ଜୁସ୍‌ ଦୋକାନୀ ଏବେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ନିଜ ଗ୍ରାହକମାନଙ୍କୁ ପ୍ଲାଷ୍ଟିକ୍‌ ଗ୍ଲାସ୍‌ ପରିବର୍ତ୍ତେ ଫଳ ଖୋଲରେ ଜୁସ୍‌ ପିଇବାକୁ ଦେଉଛନ୍ତି। ତାଙ୍କ ଦୋକାନ ଜିରୋ େଓ୍ଵଷ୍ଟ୍‍, ଯାହାର ଅର୍ଥ ଏଠାରୁ କୌଣସି ଆବର୍ଜନା ବାହାରିବ ନାହିଁ।

tt5

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ବେଙ୍ଗାଲୁରୁର Malleshwaramରେ ଥିବା ଇଟ୍‌ ରାଜା ନାମକ ଏକ ଜୁସ୍‌ ଦୋକାନରେ ଫଳ ଖୋଲରେ ଗ୍ରାହକଙ୍କୁ ଜୁସ୍‌ ସର୍ଭ କରାଯାଉଛି। କିଛି ଗ୍ରାହକ କହିଛନ୍ତି, ଏ ନେଇ ସେମାନଙ୍କୁ ସୋସିଆଲ ମିଡିଆରୁ ସୂଚନା ମିଳିଥିଲା। ସେମାନଙ୍କ କହିବା ଅନୁଯାୟୀ, ଆପଣ ଜୁସ୍‌ ପିଇସାରିବା ପରେ ସେହି ଫଳ ଖୋଲକୁ ପଶୁମାନଙ୍କୁ ମଧ୍ୟ ଖାଇବାକୁ ଦେଇପାରିବେ। ତେବେ ଏହି ଦୋକାନ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି।

You might also like