ଚୀନର ଏହି ବ୍ୟକ୍ତି ନିଜର କଳା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ପରିବାର ତାଙ୍କୁ ଜିଭରେ ପେଣ୍ଟିଙ୍ଗ୍ କରିବାର କଳା ଶିଖାଇଛନ୍ତି। ୨୭ ବର୍ଷର ଏହି ଯୁବକ ପରିବାରର ଚତୁର୍ଥ ପିଢ଼ି, ଯିଏକି ଏହି କଳାକୁ ଆପଣାଇ ନେଇଛନ୍ତି। ଯୁବକଙ୍କ ଦାଦାଜୀ ଜିଭରେ ପେଣ୍ଟିଙ୍ଗ୍ କରୁଥିଲେ। ସବୁଠାରୁ ବଡ଼ କଥା ହେଉଛି, ପ୍ରଥମେ ସେ ନିଜ ଜିଭକୁ ସ୍ୟାହିରେ ବୁଡ଼ାନ୍ତି, ତା’ ପରେ ପେଣ୍ଟିଙ୍ଗ୍ ବନାନ୍ତି।
ଯେ କୌଣସି ପେଣ୍ଟିଙ୍ଗକୁ ସେ ପାଖାପାଖି ୩୦ ମିନିଟ୍ ଭିତରେ ବନାଇ ପୂରା କରିଦେଇଥାଆନ୍ତି। ଜିଭରେ ପେଣ୍ଟିଙ୍ଗ୍ କରିବାର କଳା ତାଙ୍କ ପରିବାରରେ କାହିଁ କେଉଁ କାଳରୁ ଚାଲିଆସୁଛି। ଯୁବକ ଜଣକ କହିଛନ୍ତି, ଜିଭରେ ପେଣ୍ଟିଙ୍ଗ୍ କରିବା ଚୀନରେ ଲୋପ ପାଇଯାଇଛି। କିନ୍ତୁ ସେ ଏବେ ବି ଏହାକୁ ଜାରି ରଖିଛନ୍ତି। ତେବେ କିଛି ଲୋକ ତାଙ୍କୁ ଏହି ପେଣ୍ଟିଙ୍ଗ୍ କରିବାକୁ ମନା କରିଥାଆନ୍ତି। କାରଣ, ଇଙ୍କ୍ ବା ସ୍ୟାହି ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ତଥାପି ସେ ଏହାକୁ ଛାଡ଼ିପାରୁନାହାନ୍ତି।
ଏହାସହ ପଢ଼ନ୍ତୁ: ସମସ୍ତେ ତାଙ୍କୁ କୁହନ୍ତି ଇରାନ୍ର ଐଶ୍ଵର୍ଯ୍ୟା ରାୟ, ଲକ୍ଷେ ହୃଦୟର ରାଣୀ
କେବଳ ଏତିକି ନୁହେଁ, ନିଜର ଏହି କଳାକୁ ସେ ଚୀନର ପରମ୍ପରା ରୂପେ ବଞ୍ଚାଇ ରଖିଛନ୍ତି। ତାଙ୍କର କହିବା ହେଲା, ତାଙ୍କର ଏହି କଳା ପାରମ୍ପରିକ, ଯାହାକି ପିଢ଼ି ପରେ ପିଢ଼ି ଚାଲିଆସୁଛି। କିନ୍ତୁ କିଛି ଲୋକ ଏହାକୁ ଘୃଣ୍ୟ କାମ ବୋଲି କହିଥାଆନ୍ତି।